ସମ୍ବଲପୁର ରେ ସ୍ୱାସ୍ଥ୍ୟମନ୍ତ୍ରୀ:କହିଲେ ସ୍ୱାସ୍ଥ୍ୟକୁ ଗୁରୁତ୍ୱ
ସମ୍ବଲପୁର:ଓଡିଶା ରେ ନବ ଗଠିତ ବିଜେପି ସରକାର ଗଠନ ହେବା ପରେ ଆଜି ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କ୍ୟାବିନେଟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ସମ୍ବଲପୁର ଗସ୍ତରେ ଆସିଛନ୍ତି।ସମ୍ବଲପୁର ପହଞ୍ଚିବା ପରେ ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କୁ ଦର୍ଶନ କରି ପୂଜାର୍ଚନା କରିଥିଲେ।ଏହାପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଡଃ.ମହାଲିଙ୍ଗ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ସମସ୍ୟର ସମାଧାନ ନେଇ ଦୃଷ୍ଟି ଦିଆଯିବ […] The post ସମ୍ବଲପୁର ରେ ସ୍ୱାସ୍ଥ୍ୟମନ୍ତ୍ରୀ:କହିଲେ ସ୍ୱାସ୍ଥ୍ୟକୁ ଗୁରୁତ୍ୱ appeared first on Odisha.News.

ସମ୍ବଲପୁର:ଓଡିଶା ରେ ନବ ଗଠିତ ବିଜେପି ସରକାର ଗଠନ ହେବା ପରେ ଆଜି ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କ୍ୟାବିନେଟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ସମ୍ବଲପୁର ଗସ୍ତରେ ଆସିଛନ୍ତି।ସମ୍ବଲପୁର ପହଞ୍ଚିବା ପରେ ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କୁ ଦର୍ଶନ କରି ପୂଜାର୍ଚନା କରିଥିଲେ।ଏହାପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଡଃ.ମହାଲିଙ୍ଗ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ସମସ୍ୟର ସମାଧାନ ନେଇ ଦୃଷ୍ଟି ଦିଆଯିବ ବୋଲି କହିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବିଜେପିର ପ୍ୟାନେଲିଷ୍ଟ ତଥା ପଶ୍ଚିମାଞ୍ଚଳ କ୍ଷେତ୍ରିୟ ମିଡିଆ ସଂଯୋଜକ ମାନସ ବକ୍ସି, ବରିଷ୍ଠ ନେତା ଡ଼.ପ୍ରମୋଦ ରଥ, ଶମ୍ଭୁ ବରେଲିଆ, ଫଣୀ ଭୂଷଣ ମିଶ୍ର, ମନୋଜ ପଲସନିଆ, ଶିବ କୁମାର ଅଗ୍ରୱାଲ, କୃଷ୍ଣ ମେହେର, ରାମଦାସ ପଣ୍ଡା, ସୁଧୀର ବହିଦାର, ସ୍ୱାଗତ ଘଡେଇ, ଅଶୋକ ସାହୁ, ଡ଼.ପ୍ରଭାସ ଦେବତା, ଗୋପାଲ ଅଗ୍ରୱାଲ, ସବିତା ନନ୍ଦ, ରୁନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ସମ୍ବଲପୁର କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ବୁର୍ଲା ଭିମସାର ପରିଦର୍ଶନ କରିଥିଲେ।
The post ସମ୍ବଲପୁର ରେ ସ୍ୱାସ୍ଥ୍ୟମନ୍ତ୍ରୀ:କହିଲେ ସ୍ୱାସ୍ଥ୍ୟକୁ ଗୁରୁତ୍ୱ appeared first on Odisha.News.