ଜଳୁଛି ସୁବର୍ଣ୍ଣପୁର, ଆଜି ୪୬.୨ ଡ଼ିଗ୍ରୀ ସହ ଦ୍ବିତୀୟ ଉତ୍ତପ୍ତ ସହର
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜଳୁଛି ସୁବର୍ଣ୍ଣପୁର, ଗତ କିଛିଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ମୁଣ୍ଡଫଟା ଖରା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ତାତି। ବୃଦ୍ଧ ବୃଦ୍ଧା ତଥା ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି। ଆଜି ୪୬.୩ ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ତା ତଳକୁ ସୁବର୍ଣ୍ଣପୁର ୪୬.୨ ଡିଗ୍ରୀ ସହ ଦ୍ବିତୀୟରେ ରହିଛି। ଆହୁରି ୨ ଦିନ ତାତିରୁ […] The post ଜଳୁଛି ସୁବର୍ଣ୍ଣପୁର, ଆଜି ୪୬.୨ ଡ଼ିଗ୍ରୀ ସହ ଦ୍ବିତୀୟ ଉତ୍ତପ୍ତ ସହର appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜଳୁଛି ସୁବର୍ଣ୍ଣପୁର, ଗତ କିଛିଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ମୁଣ୍ଡଫଟା ଖରା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ତାତି। ବୃଦ୍ଧ ବୃଦ୍ଧା ତଥା ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି। ଆଜି ୪୬.୩ ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ତା ତଳକୁ ସୁବର୍ଣ୍ଣପୁର ୪୬.୨ ଡିଗ୍ରୀ ସହ ଦ୍ବିତୀୟରେ ରହିଛି। ଆହୁରି ୨ ଦିନ ତାତିରୁ ନିସ୍ତାର ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସକାଳ ୧୦ ଟା ପରେ ରାସ୍ତା ଘାଟ ଶୁନଶାନ୍ ହୋଇଯାଉଥିବା ଦେଖିବାକୁ ମିଳୁଛି। ସେପଟେ ଗରମ, ଆର୍ଦ୍ରତା ଏବଂ ଉତ୍ତାପ ତରଙ୍ଗର ଅବସ୍ଥା ଓଡିଶାକୁ ଫେରିବ ବୋଲି ପୂର୍ବାନୁମାନ କରି ଭାରତ ପାଣିପାଗ ବିଭାଗ (ଆଇଏମଡି) ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସ୍ୱାସ୍ଥ୍ୟ ସଚିବଙ୍କୁ ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
The post ଜଳୁଛି ସୁବର୍ଣ୍ଣପୁର, ଆଜି ୪୬.୨ ଡ଼ିଗ୍ରୀ ସହ ଦ୍ବିତୀୟ ଉତ୍ତପ୍ତ ସହର appeared first on Odisha.News.