ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଭୂତି ଇଂରାଜୀ ପୁସ୍ତକ ଦେଲା ନୁଆଁ ଆୱାନ

ସମ୍ବଲପୁର:’ଭାରତର ପଛୁଆ ଅଂଚଳର ବିକାଶ:ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଭୂତି’ ଇଂରାଜୀ ପୁସ୍ତକର ଉନ୍ମୋଚନ ସ୍ଥାନୀୟ ସମ୍ବଲପୁର ପବ୍ଲିକ୍‌ ଲାଇବ୍ରେରୀରେ ହୋଇଯାଇଛି। ପୁସ୍ତକର ଲେଖକ ଦ୍ବୟ ଡ. ବ୍ରଜବିହାରୀ ପଣ୍ଡା ଓ ଡ. ମୂରଲୀଧର ମାଝୀଙ୍କ ଉପସ୍ଥିତିରେ ବହୁ ଗଣ୍ୟମାନ୍ୟ ଅତିଥିଙ୍କ ଗହଣରେ ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଝାରୀଙ୍କ ହସ୍ତରେ ଲୋକାର୍ପିତ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗ ତରଫରୁ ପିଏଚ୍‌ଡ଼ି ପ୍ରାପ୍ତ ଏହି ଗବେଷଣା ନିବନ୍ଧର ପରିସଂହାରରେ କୁହାଯାଇଛିଯେ […] The post ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଭୂତି ଇଂରାଜୀ ପୁସ୍ତକ ଦେଲା ନୁଆଁ ଆୱାନ appeared first on Odisha.News.

ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଭୂତି ଇଂରାଜୀ ପୁସ୍ତକ ଦେଲା ନୁଆଁ ଆୱାନ

ସମ୍ବଲପୁର:’ଭାରତର ପଛୁଆ ଅଂଚଳର ବିକାଶ:ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଭୂତି’ ଇଂରାଜୀ ପୁସ୍ତକର ଉନ୍ମୋଚନ ସ୍ଥାନୀୟ ସମ୍ବଲପୁର ପବ୍ଲିକ୍‌ ଲାଇବ୍ରେରୀରେ ହୋଇଯାଇଛି। ପୁସ୍ତକର ଲେଖକ ଦ୍ବୟ ଡ. ବ୍ରଜବିହାରୀ ପଣ୍ଡା ଓ ଡ. ମୂରଲୀଧର ମାଝୀଙ୍କ ଉପସ୍ଥିତିରେ ବହୁ ଗଣ୍ୟମାନ୍ୟ ଅତିଥିଙ୍କ ଗହଣରେ ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଝାରୀଙ୍କ ହସ୍ତରେ ଲୋକାର୍ପିତ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗ ତରଫରୁ ପିଏଚ୍‌ଡ଼ି ପ୍ରାପ୍ତ ଏହି ଗବେଷଣା ନିବନ୍ଧର ପରିସଂହାରରେ କୁହାଯାଇଛିଯେ ଯେଉଁଭଳି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି ଓ ଅର୍ଥର ପରିଚାଳନା କରାଯାଇଛି,ଏହିଭଳି ଚାଲିଲେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ପଛୁଆ ଜିଲ୍ଲାମାନେ ଓଡ଼ିଶାର ଅନ୍ୟ ଉପକୂଳିଆ ଅପେକ୍ଷାକୃତ ଉନ୍ନତ ଜିଲ୍ଲାମାନଙ୍କ ସମକକ୍ଷ ହୋଇପାରିବ ନାହିଁ।ମନ୍ତ୍ରୀ ଶ୍ରୀ ପୂଝାରୀ ମୋହନ ସରକାର ଆଂଚଳିକ ବୈଷମ୍ୟ ଦୂର କରିବାକୁ ସଂକଳ୍ପବଦ୍ଦ ବୋଲି କହିଥିଲେ। ଏଭଳି ଗବେଷଣାପ୍ରସୂତପୁସ୍ତକ ସରକାର ଙ୍କ ନୀତି ନିର୍ଦ୍ଧାରଣରେ ଉପଯୋଗୀ ହୋଇପାରିବ ବୋଲି କହିଥିଲେ। ଆଇଆଇଏମ୍‌ର ନିର୍ଦ୍ଧେଶକ ମାହାଦେଓ ଜୟସ୍ବାଲ୍‌ କହିଥିଲେ ଯେ ଗୋଟିଏ ଅଂଚଳର ବିକାଶ ପାଇଁ ସେ ଅଂଚଳର ପ୍ରାକୃତିକ ଓ ମାନବୀୟ ଐଶ୍ବର୍ଯ୍ୟ ଅନ୍ୟମାନଙ୍କୁ ଆକର୍ଷିତ କରି ପାରିଲେ ଏବଂ ସେହି ଅଂଚଳରେ ଔଦ୍ୟଗିକ ବିକାଶ ହେଲେ ହିଁ ଦୃତ ଗତିରେ ବିକାଶ ହୋଇପାରିବ। ସମ୍ବଲପୁର ବିଶ୍ବବିଦ୍ୟାଳୟର କୂଳପତି ପ୍ର. ବିଧୁଭୂଷଣ ମିଶ୍ର ସନ୍ଦର୍ଭଟି ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିବାରୁ ଅନନ୍ଦ ପ୍ରକାଶ କରି ଏହାର ନିଷ୍କର୍ଷକୁ ଶାସନ ନୀତି ବ୍ୟବସ୍ଥାପକମାନେ ଯୋଜନାରେ ବିନିଯୋଗ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ। ଭିଏସ୍‌ଏସ୍‌ଇମ୍‌ସାର୍‌ର ଡାଇରେକ୍ଟର ପ୍ର.ଭାବଗ୍ରାହୀ ରଥ କହିଥିଲେ ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟ କ୍ଷେତ୍ର ପ୍ରକୃତରେ ବହୁ ଦଶନ୍ଧି ଧରି ଅବହେଳିତ ଏବଂ ଏହା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ବିକାଶର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୂଳପତି ପ୍ର. ନାଗରାଜୁ ପଶ୍ଚିମ ଓଡ଼ିଶା ପଛୁଆ ନାମାଂକନରୁ ଯଥାଶୀଘ୍ର ମୁକ୍ତି ପାଇବା ଉଚିତ୍‌। ଏଥିପାଇଁ ସରକାର ଆବଶ୍ୟକୀୟ ବ୍ୟବସ୍ଥା କରିବା ବିଧେୟ। ରାଉରକେଲା ବିପିୟୁଟିର କୂଳପତି ପ୍ର.ଅମୀୟ କୁମାର ରଥ ଆଧୁନିକ କୌଶଳ ଆଧାରିତ ଶିକ୍ଷା ପାଠ୍ୟକ୍ରମ ଅଂଚଳକୁ ବିକାଶଶୀଳ କରିପାରିବ। ସମ୍ବଲପୁର ବିଶ୍ବବିଦ୍ୟାଳୟର ଶୈକ୍ଷିକ କେନ୍ଦ୍ରର ନିର୍ଦ୍ଧେଶିକା ଡ. ସଂଯୁକ୍ତା ଦାସ ଏହି ନିବନ୍ଧ ଓ ପୁସ୍ତକ ସରକାରଙ୍କ କାମରେ ଆସିବ ବୋଲି ମତ ବ୍ୟକ୍ତ କରିଥିଲେ। ଉତ୍ତରାଂଚଳ ରାଜସ୍ବ କମିଶ୍ନର୍‌ ସଚୀନ ରାମଚନ୍ଦ୍ର ୟାଦବ୍‌ କହିଥିଲେ ଡବ୍ଲୁଓଡିସି ଗଠନ ହେବା ଦିନଠାରୁ ଏହାର କାର୍ଯ୍ୟକାରିତା ଓ ପ୍ରଭାବ ବାବଦରେ ଏପର୍ଯ୍ୟନ୍ତ କୌଣସି ମୂଲ୍ୟାୟନ କରାଯାଇନଥିଲା। ଏହି ଭଳି ଅଧ୍ୟୟନ ସ୍ବୟଂ ସରକାର ଓ ରାଜସ୍ବ ବିଭାଗ କରିବା ଉଚିତ୍‌। ବିଳମ୍ବରେ ହେଲେ ମଧ୍ୟ ଏହି ଗବେଷଣାଲବ୍‌ଧ ପୁସ୍ତକରେ ଥିବା ସମାଧାନର ସୂତ୍ରକୁ ସରକାର୍‌ ବିଚାରକୁ ନେବେ।
ପୁସ୍ତକରେ ପ୍ରାମାଣିକ ଭାବରେ ପଶ୍ଚିମ ଓଡ଼ିଶାର ୧୧ ଟି ପଛୁଆ ଜିଲ୍ଲା ତୁଳନାତ୍ମକ ଭାବରେ ଓଡ଼ିଶାର ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ଠାରୁ ବିକାଶ ପରିଷଦ ଗଠନ ହେଲା ଦିନରୁ ଆଜି ଯାଏଁ ଅନେକ ପଛରେ ରହିଛି। ତେଣୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୃତ। ଏହି ଗବେଷଣା ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବା ବର୍ଷଠାରୁ ୧୯୯୮ ରୁ ୨୦୧୫ ପର୍ଯ୍ୟନ୍ତ ସାରା ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କର ସି. ଡି. ଆଇ.(କମ୍ପୋଜିଟ୍‌ ଡେଭେଲପ୍‌ମେଣ୍ଟ ଇଣ୍ଡେକ୍ସ୍‌) ସାମଗ୍ରିକ ଉନ୍ନତିର ପରିଚାୟକ ମୂଲ୍ୟ ୦. ୪୬ ରୁ ୦. ୪୮ ଉତୀର୍ଣ ହୋଇଥିବା ବେଳେ ପଶ୍ଚିମାଂଚଳ ଜିଲ୍ଲାମାନଙ୍କରେ ଏହା ୦. ୨୬ ରୁ ୦. ୨୮ କୁ ଆସିଛି,ଯାହାକି ଏବେବି ସେହି ଅଂଚଳର ଉନ୍ନତିଠାରୁ ଅଧା ମଧ୍ୟ ନୁହେଁ। ଏହା ଘୋର୍‌ ପରିତାପ ଓ ଜରୁରୀ ବିଷୟ। ଓଡ଼ିଶାର ବଜେଟ୍‌ର ଆକାର ବାର୍ଷିକ ପ୍ରାୟ ୨ ଲକ୍ଷ ୬୫ ହଜାର କୋଟି ହୋଇସାରିଥିବା ବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ବଜେଟ ଏବେ ମାତ୍ର ୫୦୦ କୋଟିକୁ ଆସିଛି। ବହୁ ବର୍ଷ ଧରି ଏହା ୫୦ କୋଟି,୧୦୦ କୋଟି ଏବଂ ୨୦୦ କୋଟି ମାତ୍ର ଥିଲା। ଏହା ଓଡ଼ିଶାର ବଜେଟ୍‌ର ୧ ପ୍ରତିଶତରୁ ମଧ୍ୟ କମ୍‌। ଏହି ଅଂଚଳର ରାଜସ୍ବ ତୁଳନାରେ ମଧ୍ୟ ଏହାକୁ ଅବାଂଛିତ ଭାବରେ ଅବହେଳିତ କରି ରଖାଯାଇଛି। ପୁସ୍ତକ ଉନ୍ମୋଚନ ସଭାରେ ଶତାଧିକ ବୁଦ୍ଧିଜୀବି ଏବଂ ଶିକ୍ଷାବିତ ଉପସ୍ଥିତ ଥିଲେ। ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ ସଭା ପରିଚାଳନା କରିଥିଲେ।ଶେଷରେ ରାଜେନ୍ଦ୍ର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେl

The post ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଭୂତି ଇଂରାଜୀ ପୁସ୍ତକ ଦେଲା ନୁଆଁ ଆୱାନ appeared first on Odisha.News.