ଜୁଲାଇ ୨୩ରେ କେନ୍ଦ୍ର ବଜେଟ : ୨୦୨୪-୨୫ ବର୍ଷ ପାଇଁ ଆସିବ ପୂର୍ଣ୍ଣ ଆର୍ଥିକ ବଜେଟ
ନୂଆଦିଲ୍ଲୀ : ଆଗାମୀ ଜୁଲାଇ ୨୩ରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରାଯିବ। ସଂସଦର ବଜେଟ୍ ଅଧିବେଶନ ଡକାଇବାକୁ ସରକାରଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ବଜେଟ୍ ଅଧିବେଶନ ୨୨ ଜୁଲାଇରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ସଂସଦରେ ନିର୍ମଳାଙ୍କ ଏହା ସପ୍ତମ ବଜେଟ୍ ଉପସ୍ଥାପନ ହେବ। ସପ୍ତମ ଥର ବଜେଟ ଉପସ୍ଥାପନ କରି ସୀତାରମଣ ପୂର୍ବତନ […]

ନୂଆଦିଲ୍ଲୀ : ଆଗାମୀ ଜୁଲାଇ ୨୩ରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରାଯିବ। ସଂସଦର ବଜେଟ୍ ଅଧିବେଶନ ଡକାଇବାକୁ ସରକାରଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ବଜେଟ୍ ଅଧିବେଶନ ୨୨ ଜୁଲାଇରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ସଂସଦରେ ନିର୍ମଳାଙ୍କ ଏହା ସପ୍ତମ ବଜେଟ୍ ଉପସ୍ଥାପନ ହେବ। ସପ୍ତମ ଥର ବଜେଟ ଉପସ୍ଥାପନ କରି ସୀତାରମଣ ପୂର୍ବତନ ଅର୍ଥମନ୍ତ୍ରୀ ମୋରାର୍ଜି ଦେସାଇଙ୍କ ରେକର୍ଡ ଭାଙ୍ଗି ପ୍ରଥମ ଭାରତୀୟ ଅର୍ଥମନ୍ତ୍ରୀ ହେବେ।
ତେବେ ବଜେଟ ଅଧିବେଶନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇ କହିଛନ୍ତି ଯେ ଭାରତ ସରକାରଙ୍କ ସୁପାରିଶ କ୍ରମେ ମାନ୍ୟବର ରାଷ୍ଟ୍ରପତି ୨୨ ଜୁଲାଇ, ୨୦୨୪ରୁ ବଜେଟ୍ ଅଧିବେଶନ, ୨୦୨୪ ପାଇଁ ସଂସଦର ଉଭୟ ଗୃହ ଡାକିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।
Hon’ble President of India, on the recommendation of Government of India, has approved the proposal for summoning of both the Houses of Parliament for the Budget Session, 2024 from 22nd July, 2024 to 12 August, 2024 (Subject to exigencies of Parliamentary Business). Union Budget,…
— Kiren Rijiju (@KirenRijiju) July 6, 2024
ମୋଦୀ ସରକାରଙ୍କ ତୃତୀୟ ପାଳିର ଏହା ହେବ ପ୍ରଥମ ବଜେଟ ଅଧିବେଶନ। ଏହା ପୂର୍ବରୁ ଦ୍ୱିତୀୟ ପାଳିର ଅନ୍ତିମ କାମଚଳା ବଜେଟ ଫେବ୍ରୁଆରୀରେ ବସିଥିଲା। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବ୍ରୁଆରି ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା ଏପ୍ରିଲ-ଜୁଲାଇ ୪ ମାସ ପାଇଁ ଥିଲା । ଏବେ ନିର୍ବାଚନ ପରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ।