କୁମ୍ଭୀର ଦାଉରୁ ଧନଜୀବନକୁ ସୁରକ୍ଷା ଦେବା ପାଇଁ ଏହି ଗାଁରେ ପାଳନ ହୁଏ ବାସନ୍ତି ଦୁର୍ଗାପୂଜା

ଆଳି: ଚାଲିଛି ଦୁର୍ଗତି ନାଶିନୀ ମାଆ ବାସନ୍ତିଙ୍କ ଦୂର୍ଗାପୂଜା । ପୂଜାର୍ଚ୍ଚନା ସାଙ୍ଗକୁ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଛି ସାରା ପରିବେଶ । ଆଉ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଟକୁଛି ପୂଜା ମଣ୍ଡପ । ଏଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜୟକୁଣ୍ଡା ଗାଁର ମାଆ ବାସନ୍ତୀ ଦୁର୍ଗାପୂଜା ଉତ୍ସବର । ଚଳିତ ବର୍ଷ ୫ଦିନ ଧରି ବେଶ ଧୂମଧାମର ସହିତ ମାଆ ବାସନ୍ତୀ ଦୂର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଦୁର୍ଗା […] The post କୁମ୍ଭୀର ଦାଉରୁ ଧନଜୀବନକୁ ସୁରକ୍ଷା ଦେବା ପାଇଁ ଏହି ଗାଁରେ ପାଳନ ହୁଏ ବାସନ୍ତି ଦୁର୍ଗାପୂଜା appeared first on KNews Odisha.

କୁମ୍ଭୀର ଦାଉରୁ ଧନଜୀବନକୁ ସୁରକ୍ଷା ଦେବା ପାଇଁ ଏହି ଗାଁରେ ପାଳନ ହୁଏ ବାସନ୍ତି ଦୁର୍ଗାପୂଜା
puja

ଆଳି: ଚାଲିଛି ଦୁର୍ଗତି ନାଶିନୀ ମାଆ ବାସନ୍ତିଙ୍କ ଦୂର୍ଗାପୂଜା । ପୂଜାର୍ଚ୍ଚନା ସାଙ୍ଗକୁ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଛି ସାରା ପରିବେଶ । ଆଉ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଟକୁଛି ପୂଜା ମଣ୍ଡପ । ଏଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜୟକୁଣ୍ଡା ଗାଁର ମାଆ ବାସନ୍ତୀ ଦୁର୍ଗାପୂଜା ଉତ୍ସବର । ଚଳିତ ବର୍ଷ ୫ଦିନ ଧରି ବେଶ ଧୂମଧାମର ସହିତ ମାଆ ବାସନ୍ତୀ ଦୂର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି ।

ଏହି ଦୁର୍ଗା ପଛରେ ରହିଛି ଏକ ମହତ୍ ଉଦ୍ଦେଶ୍ୟ । ଜୟକୁଣ୍ଡା ଗାଁଟି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଅବବାହିକାରେ ଅବସ୍ଥିତ । ଏଥି ସହିତ ଦୁଇଟି ନଦୀ ଭିତରକନିକା, ଖୋଳାନଦୀ ସହ ସଂଯୋଗ ଥିବାରୁ ରାତି ପାହିଲେ ନଦୀରେ କୁମ୍ଭୀର ବିଚରଣ କରିଥାଏ । ଆଉ କୁମ୍ଭୀର ଭୟ ମଧ୍ୟ ଥାଏ । ପ୍ରାକୃତିକ ଦୁର୍ବିପାକ ଓ କୁମ୍ଭୀର ଦାଉରୁ ଧନଜୀବନକୁ ସୁରକ୍ଷା ପାଇଁ କାହିଁ କେଉଁ କାଳରୁ ଗ୍ରାମବସୀମାନେ ପ୍ରତିବର୍ଷ ଗାଁରେ ମାଆ ବାସନ୍ତୀ ଦୂର୍ଗାପୂଜା କରିଥାନ୍ତି ।

ଜୟକୁଣ୍ଡା ଗ୍ରାମବାସୀ ମାନେ ଆଜକୁ ୭୩ବର୍ଷ ହେବ ନିଜ ଗାଁରେ ଦୁର୍ଗତି ନାଶିନୀ ମାଆ ବାସନ୍ତୀଙ୍କ ଦୂର୍ଗାପୂଜା ଉତ୍ସବକୁ ବେଶ ଧୂମଧାମର ସହିତ ପାଳନ କରିଆସୁଛନ୍ତି । ଏହି ପୂଜାକୁ ଦେଖିବା ପାଇଁ ବେଶ ଦୁରଦୁରାନ୍ତରୁ ଭକ୍ତ ମାନେ ଧାଇଁ ଆସିଥାନ୍ତି । ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ମାଆ ଙ୍କୁ ପୂଜାକଲେ ମାଆ ହିଁ ବିପଦ ଆପଦରେ ସାହା ହୋଇଥାନ୍ତି ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଆନନ୍ଦ ଉଲ୍ଲାସର ସହିତ ଗ୍ରାମବାସୀମାନେ ମାଆ ବାସନ୍ତୀଙ୍କ ଦୂର୍ଗାପୂଜା ପାଳନ କରିଆସୁଛନ୍ତି । ଏକ ମହତ୍ ଉଦ୍ଦେଶ୍ୟ ନେଇ ଏହି ଦୂର୍ଗାପୂଜା ପାଳନ ହେଉଥିବାରୁ ବେଶ୍ ସବୁଆଡୁ ଗ୍ରାମବାସୀଙ୍କୁ ଛୁଟିଛି ପ୍ରଶଂସାର ସୁଅ ।

ଆହୁରି ପଢନ୍ତୁ: ଯିଏ ଯେଉଁ ମାନସିକ ରଖି ବାବାଙ୍କୁ ସ୍ମରଣ କରେ, ବାବା ପୂରଣ କରିଥାନ୍ତି ମନସ୍କାମନା

 

The post କୁମ୍ଭୀର ଦାଉରୁ ଧନଜୀବନକୁ ସୁରକ୍ଷା ଦେବା ପାଇଁ ଏହି ଗାଁରେ ପାଳନ ହୁଏ ବାସନ୍ତି ଦୁର୍ଗାପୂଜା appeared first on KNews Odisha.