ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ସ୍ଥଳଭାଗରେ ମଧ୍ୟ ବର୍ଷକୁ ପ୍ରାୟ ଏକ ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି ବୋଲି ଏକ ସର୍ଭେରୁ ଜଣାପଡିଛି। ଅଶୋଧିତ ପେଟ୍ରୋଲିୟମ୍‌ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ ଓ ସବୁଜଘର ଗ୍ୟାସ୍‌ ଉତ୍ପନ୍ନ ହୋଇ ପରିବେଶକୁ ନିର୍ଗମନ ଘଟେ। ପୁଣି, ପ୍ଲାଷ୍ଟିକ ପଦାର୍ଥକୁ ଭସ୍ମୀକରଣ ପ୍ରକ୍ରିୟାରେ ପୋଡି ନଷ୍ଟ କରାଯିବା ଦ୍ୱାରା ମଧ୍ୟ ଅନେକ ସବୁଜଘର ଗ୍ୟାସ ବାୟୁମଣ୍ଡଳକୁ ନିର୍ଗତ ହୁଏ। ଗତ […] The post ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ appeared first on Dharitri Odia News.

ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ସ୍ଥଳଭାଗରେ ମଧ୍ୟ ବର୍ଷକୁ ପ୍ରାୟ ଏକ ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି ବୋଲି ଏକ ସର୍ଭେରୁ ଜଣାପଡିଛି। ଅଶୋଧିତ ପେଟ୍ରୋଲିୟମ୍‌ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ ଓ ସବୁଜଘର ଗ୍ୟାସ୍‌ ଉତ୍ପନ୍ନ ହୋଇ ପରିବେଶକୁ ନିର୍ଗମନ ଘଟେ। ପୁଣି, ପ୍ଲାଷ୍ଟିକ ପଦାର୍ଥକୁ ଭସ୍ମୀକରଣ ପ୍ରକ୍ରିୟାରେ ପୋଡି ନଷ୍ଟ କରାଯିବା ଦ୍ୱାରା ମଧ୍ୟ ଅନେକ ସବୁଜଘର ଗ୍ୟାସ ବାୟୁମଣ୍ଡଳକୁ ନିର୍ଗତ ହୁଏ। ଗତ ୨୦୧୯ ମସିହାରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ଯେ, ପ୍ଲାଷ୍ଟିକ ଉତ୍ପାଦନ ଓ ଭସ୍ମୀକରଣ ପ୍ରକ୍ରିୟା ଯୋଗୁ ବାୟୁମଣ୍ଡଳକୁ ସମୁଦାୟ ୮୫୦ ମିଲିୟନ ଟନ୍‌ ସବୁଜଘର ଗ୍ୟାସ ଉତ୍ସର୍ଜିତ ହୋଇଛି। ଆଗାମୀ ୨୦୫୦ ମସିହା ବେଳକୁ ଏହା ଆଶାତୀତ ବୃଦ୍ଧି ପାଇ କେବଳ ପ୍ଲାଷ୍ଟିକ ଯୋଗୁ ଉତ୍ସର୍ଜିତ ସବୁଜଘର ଗ୍ୟାସର ପରିମାଣ ସମୁଦାୟ ବିଶ୍ୱ ଉତ୍ସର୍ଜନର ୧୪% ମାତ୍ରାରେ ପହଞ୍ଚତ୍ବ ବୋଲି ଆଶଙ୍କା ରହିଛି। ଏହା ନିଶ୍ଚୟ ଏକ ଉଦ୍‌ବେଗଜନକ ବିଷୟ। ଏହି ବିପୁଳ ସବୁଜଘର ଗ୍ୟାସ୍‌ ଯେ ଭବିଷ୍ୟତରେ ବିଶ୍ୱତାପନ ପ୍ରକ୍ରିୟାରେ ସହାୟକ ହୋଇ ବିଶ୍ୱ ଜଳବାୟୁ ପରିବର୍ତ୍ତନର ଧାରାକୁ ଘୋର ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ।

The post ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ appeared first on Dharitri Odia News.