ପାଞ୍ଚ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଆର୍‌ଆଇ ଓ ଏଆର୍‌ଆଇ

ସୁବର୍ଣ୍ଣପୁର : ଦୁଇ ଲାଞ୍ଚୁଆଙ୍କୁ ଧରିଲା ଭିଜିଲାନ୍ସ। ଜମି ପଟ୍ଟା ବାବଦରେ ଜଣେ ବ୍ୟକ୍ତିଙ୍କ ନିକଟରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁବର୍ଣ୍ଣପୁର ବିରମହାରାଜପୁର ତହସିଲର ଖଣ୍ଡହାଟ ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ମିଶ୍ର ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ ପଞ୍ଚାନନ ଡାଙ୍ଗଙ୍କୁ ଧରିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା ବାବଦରେ କାମ ପାଇଁ ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ମିଶ୍ରଙ୍କ କହିବା ଅନୁସାରେ ଅତିରିକ୍ତ ରାଜସ୍ବ ନିରୀକ୍ଷକ ପଞ୍ଚାନନ ଡାଙ୍ଗ ଲାଞ୍ଚ ମାଗିଥିଲେ। ଏନେଇ […]

ପାଞ୍ଚ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଆର୍‌ଆଇ ଓ ଏଆର୍‌ଆଇ
Vigilance raids at the house of the additional chief Engineer of RWSS

ସୁବର୍ଣ୍ଣପୁର : ଦୁଇ ଲାଞ୍ଚୁଆଙ୍କୁ ଧରିଲା ଭିଜିଲାନ୍ସ। ଜମି ପଟ୍ଟା ବାବଦରେ ଜଣେ ବ୍ୟକ୍ତିଙ୍କ ନିକଟରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁବର୍ଣ୍ଣପୁର ବିରମହାରାଜପୁର ତହସିଲର ଖଣ୍ଡହାଟ ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ମିଶ୍ର ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ ପଞ୍ଚାନନ ଡାଙ୍ଗଙ୍କୁ ଧରିଛି ଭିଜିଲାନ୍ସ।

ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା ବାବଦରେ କାମ ପାଇଁ ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ମିଶ୍ରଙ୍କ କହିବା ଅନୁସାରେ ଅତିରିକ୍ତ ରାଜସ୍ବ ନିରୀକ୍ଷକ ପଞ୍ଚାନନ ଡାଙ୍ଗ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଆଜି ବ୍ୟକ୍ତିଜଣଙ୍କ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ରେଡ କରିଥିଲା। ଏଆର୍‌ଆଇ ପଞ୍ଚାନନ ଡାଙ୍ଗଙ୍କ ନିକଟରୁ ଉକ୍ତ ୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏହି ମାମଲାରେ ସମ୍ବଲପୁର ଭିଜିଲାନ୍ସ PS କେସ୍ ନମ୍ବର 12 dt.20.06.2024 U/s 7 P.C. (ସଂଶୋଧନ) ଅଧିନିୟମ, ୧୦୧୮ ପଞ୍ଜିକୃତ ହୋଇଛି। ଏଥି ସହିତ ଆର୍‌ଆଇ ରାଜେନ୍ଦ୍ର ମିଶ୍ର  ଓ ଏଆର୍‌ଆଇ ପଞ୍ଚାନନ ଡାଙ୍ଗ ଅନ୍ୟ ସମ୍ପତି ନେଇ ଅନୁସନ୍ଧାନ ଚାଲିଥିବା ବେଳେ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।