ପାଟଣା ଜାଭିୟର ପବ୍ଲିକ ସ୍କୁଲର ସଫଳତା

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ରେ ସ୍ଥାପିତ ଘରୋଇ ଶିକ୍ଷାୟତନ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ୱ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛି। ଏହି ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ମାନେ ନବୋଦୟ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଭାବେ ଟାଙ୍ଗରପଡା ଗ୍ରାମର ସୁରେଶ କୁମାର ପୃଷ୍ଟି ଓ ମାତା ସୁନିତା ସାହୁଙ୍କ […]

ପାଟଣା ଜାଭିୟର ପବ୍ଲିକ ସ୍କୁଲର ସଫଳତା

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ରେ ସ୍ଥାପିତ ଘରୋଇ ଶିକ୍ଷାୟତନ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ୱ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛି। ଏହି ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ମାନେ ନବୋଦୟ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଭାବେ ଟାଙ୍ଗରପଡା ଗ୍ରାମର ସୁରେଶ କୁମାର ପୃଷ୍ଟି ଓ ମାତା ସୁନିତା ସାହୁଙ୍କ ପୁଅ ବିବେକାନନ୍ଦ ପୃଷ୍ଟି ଉଭୟ ଜବାହାର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷାରେ ସଫଳତା ପାଇ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ସେହିପରି ଜାଭିୟର ପବ୍ଲିକ ସ୍କୁଲରୁ ଏକଲବ୍ୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଛାତ୍ର ହେମମୟ ଖଣ୍ଡେଇ ଓ ଛାତ୍ରୀ ଗିରିଜା ରାଣୀ ନାଏକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବିବେକା ନନ୍ଦ ପୃଷ୍ଟି , ଅଂଶୁମାନ ରଣା , ଗିରିଜା ରାଣୀ ନାଏକ, ଦିବ୍ୟାଶୁ ଶେଖର ମହାନ୍ତ, ରତ୍ନାବତୀ ପାତ୍ର ଏବଂ ଏଲ ପି ପ୍ରୀୟାଂଶୁ ସେଠୀ ପ୍ରମୁଖ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ସଫଳତା ପାଇଛନ୍ତି। ଅନ୍ୟ ପକ୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଜାଭିୟର ବିଦ୍ୟାଳୟର ସସ୍ମିତା ମୁଣ୍ଡା ଏବଂ ଆର ଏସ ସ୍ପନ୍ଦନ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ଏହି ସବୁ ଛାତ୍ରଛାତ୍ରୀଙ୍କ ସଫଳତା ସ୍ୱାମ ପାଟଣା ଜାଭିୟର ପବ୍ଲିକ ସ୍କୁଲ ପାଇଁ ଗୌରବର ବିଷୟ ହୋଇଥିବାରୁ ବିଦ୍ୟାଳୟର ପ୍ରତିଷ୍ଠାତା ଅଜୟ କୁମାର ଦାଶ ସମସ୍ତ କୃତି ଛାତ୍ରଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।