ପାଟଣାଗଡ଼ରେ GST ରେଡ୍, ଟିକସ ଫାଙ୍କୁଥିବା ଅଭିଯୋଗରେ ଚଢାଉ

ପାଟଣାଗଡ଼ ୦୧।୦୮ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାପୁରରେ ଜିଏସ୍‌ଟି ରେଡ୍‌ । ଜିଏସ୍‌ଟି ଫାଙ୍କୁଥିବା ଅଭିଯୋଗରେ ତ୍ରିନାଥ ସେଲ୍‌ସର ଦୋକାନ ଏବଂ ଗୋଦାମ ଘରେ ବଲାଙ୍ଗୀର ସିଟି ଓ ଜିଏସ୍‌ଟି ପକ୍ଷରୁ ଚଢାଉ ଚାଲିଛି । ଡେପୁଟି କମିଶନର କିଶୋର କୁମାର ମେହେରଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍‌ ପକ୍ଷରୁ ଚାଲିଛି ଚଢାଉ ।  ଖବର ଅନୁଯାୟୀ, ପୂର୍ବରୁ ଅନେକ ଥର ଜିଏସ୍‌ଟି ଫାଙ୍କୁ ଥିବା ନେଇ ତ୍ରିନାଥ ସେଲ୍‌ସ ଉପରେ ଫାଇନ୍‌ ମଧ୍ୟ କରିଛି ଜିଏସ୍‌ଟି ବିଭାଗ । କାଗଜ ପତ୍ର ଯାଞ୍ଚ ପରେ ତ୍ରୀନାଥ ସେଲ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡେପୁଟି କମିଶନର କହିଛନ୍ତି । ତ୍ରୀନାଥ ସେଲ୍‌ସ ଅତ୍ୟଧିକ ସାମଗ୍ରୀ କିଣି କମ୍‌ ଜିଏସ୍‌ଟି ଦେଖାଉଥିବା ଅଭିଯୋଗ ହୋଇ ଆସୁଥିଲା । ଅନ୍ୟପଟେ ଦୋକାନ ଓ ଗୋଦାମକୁ ଦେଖିଲେ ମାସକୁ କୋଟିଏ ଟଙ୍କାର ବ୍ୟବସାୟ ଥିବା ବେଳେ ମାଲିକ ମାତ୍ର ୪୦ରୁ ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବା କହୁଥିଲେ । କାଗଜପତ୍ର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏସ୍‌ଟି ବିଭାଗ ପକ୍ଷରୁ କୁହାଯାଇଛି । 

ପାଟଣାଗଡ଼ରେ GST ରେଡ୍, ଟିକସ ଫାଙ୍କୁଥିବା ଅଭିଯୋଗରେ ଚଢାଉ

ପାଟଣାଗଡ଼ ୦୧।୦୮ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାପୁରରେ ଜିଏସ୍‌ଟି ରେଡ୍‌ । ଜିଏସ୍‌ଟି ଫାଙ୍କୁଥିବା ଅଭିଯୋଗରେ ତ୍ରିନାଥ ସେଲ୍‌ସର ଦୋକାନ ଏବଂ ଗୋଦାମ ଘରେ ବଲାଙ୍ଗୀର ସିଟି ଓ ଜିଏସ୍‌ଟି ପକ୍ଷରୁ ଚଢାଉ ଚାଲିଛି । ଡେପୁଟି କମିଶନର କିଶୋର କୁମାର ମେହେରଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍‌ ପକ୍ଷରୁ ଚାଲିଛି ଚଢାଉ ।  

ଖବର ଅନୁଯାୟୀ, ପୂର୍ବରୁ ଅନେକ ଥର ଜିଏସ୍‌ଟି ଫାଙ୍କୁ ଥିବା ନେଇ ତ୍ରିନାଥ ସେଲ୍‌ସ ଉପରେ ଫାଇନ୍‌ ମଧ୍ୟ କରିଛି ଜିଏସ୍‌ଟି ବିଭାଗ । କାଗଜ ପତ୍ର ଯାଞ୍ଚ ପରେ ତ୍ରୀନାଥ ସେଲ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡେପୁଟି କମିଶନର କହିଛନ୍ତି । ତ୍ରୀନାଥ ସେଲ୍‌ସ ଅତ୍ୟଧିକ ସାମଗ୍ରୀ କିଣି କମ୍‌ ଜିଏସ୍‌ଟି ଦେଖାଉଥିବା ଅଭିଯୋଗ ହୋଇ ଆସୁଥିଲା । ଅନ୍ୟପଟେ ଦୋକାନ ଓ ଗୋଦାମକୁ ଦେଖିଲେ ମାସକୁ କୋଟିଏ ଟଙ୍କାର ବ୍ୟବସାୟ ଥିବା ବେଳେ ମାଲିକ ମାତ୍ର ୪୦ରୁ ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବା କହୁଥିଲେ । କାଗଜପତ୍ର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏସ୍‌ଟି ବିଭାଗ ପକ୍ଷରୁ କୁହାଯାଇଛି ।