ପାଟନା ସିଭିଲ କୋର୍ଟରେ ବଡ଼ ଦୁର୍ଘଟଣା, ଟ୍ରାନ୍ସଫର୍ମର ବିସ୍ଫୋରଣରେ ୩ ଓକିଲ ଆହତ, ୨ ମୃତ

ପାଟନା: କୋର୍ଟ ପରିସରରେ ଫାଟିଲା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ବିସ୍ଫୋରଣରେ ୨ ଓକିଲଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଆହତ ହୋଇଛନ୍ତି। ଘଟଣା ଘଟିଛି ବିହାର ପାଟନା ସିଭିଲ କୋର୍ଟ ପରିସରରେ। ସୂଚନା ଅନୁଯାୟୀ, ବୁଧବାର ହଠାତ୍‌ ଟ୍ରାନ୍ସଫର୍ମର ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଟ୍ରାନ୍ସଫର୍ମର ଫାଟିଯାଇଥିଲା । ଏହି ଦୁର୍ଘଟଣା ପରେ ଦୁଇ ଓକିଲଙ୍କ ମୃତ୍ୟୁ ହୋଇଛି।ସେହିଭଳି ନିଆଁ ଲାଗି ଅନ୍ୟ ଦୁଇ ଓକିଲ ଗୁରୁତର ଭାବରେ ଆହତ ହୋଇଛନ୍ତି। ଘଟଣା ପରେ କୋର୍ଟ ପରିସରରେ ହଇଚଇ ଦେଖିବାକୁ ମିଳିଛି। ସୂଚନା ପାଇ ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛନ୍ତି।ମୃତ ଓକିଲଙ୍କ ନାଁ ଦେବେନ୍ଦ୍ର ପ୍ରସାଦ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିଭଳି ଗୁରୁତର ଆହତଙ୍କୁ ପିଏମସିଏଚ ନିଆଯାଇଥିଲା, ଯେଉଁଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା।ସେପଟେ ଘଟଣା ପରେ କୋର୍ଟ ପରିସରରେ ଓକିଲମାନେ ବିକ୍ଷୋଭ କରିବା ସହ ମୃତ ଓକିଲଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଅବଶ୍ୟ ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଛନ୍ତି। ଓକିଲଙ୍କ ଅଭିଯାଗ ରହିଛି ଯେ, ବିଜୁଳି ବିଭାଗର ଦାୟିତ୍ବହୀନତା କାରଣରୁ ଏହି ଦୁର୍ଘଟଣା ଘଟିଛି।କୁହାଯାଉଛି ଯେ, ଟ୍ରାନ୍ସଫର୍ମରରୁ ତେଲ ଲିକ୍‌ ହେଉଥିଲା ଏବଂ ଟ୍ରାନ୍ସଫର୍ମରର ମିଟରିଂ ୟୁନିଟ୍‌ ଫାଟିବା କାରଣର

ପାଟନା ସିଭିଲ କୋର୍ଟରେ ବଡ଼ ଦୁର୍ଘଟଣା, ଟ୍ରାନ୍ସଫର୍ମର ବିସ୍ଫୋରଣରେ ୩ ଓକିଲ ଆହତ, ୨ ମୃତ

ପାଟନା: କୋର୍ଟ ପରିସରରେ ଫାଟିଲା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ବିସ୍ଫୋରଣରେ ୨ ଓକିଲଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଆହତ ହୋଇଛନ୍ତି। ଘଟଣା ଘଟିଛି ବିହାର ପାଟନା ସିଭିଲ କୋର୍ଟ ପରିସରରେ। ସୂଚନା ଅନୁଯାୟୀ, ବୁଧବାର ହଠାତ୍‌ ଟ୍ରାନ୍ସଫର୍ମର ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଟ୍ରାନ୍ସଫର୍ମର ଫାଟିଯାଇଥିଲା । ଏହି ଦୁର୍ଘଟଣା ପରେ ଦୁଇ ଓକିଲଙ୍କ ମୃତ୍ୟୁ ହୋଇଛି।

ସେହିଭଳି ନିଆଁ ଲାଗି ଅନ୍ୟ ଦୁଇ ଓକିଲ ଗୁରୁତର ଭାବରେ ଆହତ ହୋଇଛନ୍ତି। ଘଟଣା ପରେ କୋର୍ଟ ପରିସରରେ ହଇଚଇ ଦେଖିବାକୁ ମିଳିଛି। ସୂଚନା ପାଇ ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛନ୍ତି।ମୃତ ଓକିଲଙ୍କ ନାଁ ଦେବେନ୍ଦ୍ର ପ୍ରସାଦ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିଭଳି ଗୁରୁତର ଆହତଙ୍କୁ ପିଏମସିଏଚ ନିଆଯାଇଥିଲା, ଯେଉଁଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ଘଟଣା ପରେ କୋର୍ଟ ପରିସରରେ ଓକିଲମାନେ ବିକ୍ଷୋଭ କରିବା ସହ ମୃତ ଓକିଲଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଅବଶ୍ୟ ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଛନ୍ତି। ଓକିଲଙ୍କ ଅଭିଯାଗ ରହିଛି ଯେ, ବିଜୁଳି ବିଭାଗର ଦାୟିତ୍ବହୀନତା କାରଣରୁ ଏହି ଦୁର୍ଘଟଣା ଘଟିଛି।କୁହାଯାଉଛି ଯେ, ଟ୍ରାନ୍ସଫର୍ମରରୁ ତେଲ ଲିକ୍‌ ହେଉଥିଲା ଏବଂ ଟ୍ରାନ୍ସଫର୍ମରର ମିଟରିଂ ୟୁନିଟ୍‌ ଫାଟିବା କାରଣରୁ ଏହି ଦୁର୍ଘଟଣା ହୋଇଛି।