ପାଠ ପଢ଼ିବାକୁ ଘର ଛାଡ଼ିଥିଲେ । ପୀଡ଼ିତା ହୋଇ ଉଦ୍ଧାର ହେଲେ ।
କନକ ବ୍ୟୁରୋ: ଦୁର୍ଷ୍କମର ଅନେକ ଖବର ଆପଣ ଶୁଣିଥିବେ । ହେଲେ ଏବେ ଆମେ ଆପଣଙ୍କ ସାମ୍ନାରେ ଏମିତି ଏକ ଘଟଣା ରଖିବାକୁ ଯାଉଛୁ, ଯାହା ଦୁର୍ଷ୍କମର ସବୁ ସୀମାକୁ ଟପିଯାଇଛି । ପାଠପଢ଼ା ଇଚ୍ଛା ଜଣେ ମେଧାବୀ ଝିଅର ଜୀବନକୁ ନର୍କ କରିଦେବ ତାହା ଶୁଣିଲେ ବି ବିଶ୍ୱାସ କରିବା ଅସମ୍ଭବ । ଆଉ ଜୀବନ ନର୍କ କରିଥିବା ମହିଳା ଯେତେବେଳେ ଜଣେ ଶିକ୍ଷୟିତ୍ରୀ ହୋଇଥାନ୍ତି ସେତେବେଳେ ଆଉ କାହା ଉପରେ ବିଶ୍ୱାସ କରିହେବ । ଏମିତି ଏକ ଲୋମ ଟାଙ୍କୁରା ସତ କାହାଣୀ ସାମ୍ନାକୁ ଆସିବା ପରେ ପୀଡିତାକୁ ସଜେଇ ଦିଆଯାଇଛି ଅପରାଧୀ । ଅପର ପକ୍ଷେ ଝିଅଟି ବଞ୍ଚିବାକୁ ପାଠ ପଢିବାକୁ ସଙ୍ଘର୍ଷ କରୁଛି । ଛୋଟ ଝିଅଟିଏ । ଦୁଇ ଦୁଇଥର ନବୋଦୟ ପାଇଲେ । ଇଚ୍ଛା ଥିଲା ଡାକ୍ତର ହେବାକୁ । ହେଲେ ସ୍ୱପ୍ନ ସାକାର କରିବାରେ ପ୍ରଥମେ ବାଧକ ସାଜିଥିଲେ ମଦୁଆ ବାପା । ବାପା-ମା’ଙ୍କ ସହଯୋଗ ନପାଇ ଆଗକୁ ବଢ଼ିବାର ଇଚ୍ଛା ନେଇ ଘରୁ ପାଦ କାଢ଼ିଥିଲେ । ବାରିପଦାରୁ ବାଲେଶ୍ୱର । ଆଉ ତା’ ପରେ ଭୁବନେଶ୍ୱର । ସେଠାରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର । ଆଉ ଏହି ଯାତ୍ରା ଭିତରେ ପାଠପଢ଼ା ସ୍ୱପ୍ନ ନେଇ ଘରୁ ବାହାରିଥିବା ନାବାଳିକାଙ୍କ ସହ ଯାହା ସବୁ ଘଟିଗଲା, ତାହା ଶୁଣିଲେ ମୁଣ୍ଡ ଲଜ୍ଜାରେ ନଇଁଯିବ । ଶିକ୍ଷାର ଆଲୁଆ ଖୋଜି ଖୋଜି ଘର ଛାଡ଼ି ବାରିପଦା ଷ୍ଟେସନ ପଳାଇଥିଲେ ନାବାଳିକା । ପାଠ ପଢ଼ାଇବାକୁ କହି ନାବାଳିକାଙ୍କୁ ଫାଶରେ ଫସାଇ ଦେଇଥିଲା ଆମ୍ବୁଲାନ୍ସ ଡ୍ରାଇଭର । ତା’ ପରେ ଠିକଣା

କନକ ବ୍ୟୁରୋ: ଦୁର୍ଷ୍କମର ଅନେକ ଖବର ଆପଣ ଶୁଣିଥିବେ । ହେଲେ ଏବେ ଆମେ ଆପଣଙ୍କ ସାମ୍ନାରେ ଏମିତି ଏକ ଘଟଣା ରଖିବାକୁ ଯାଉଛୁ, ଯାହା ଦୁର୍ଷ୍କମର ସବୁ ସୀମାକୁ ଟପିଯାଇଛି । ପାଠପଢ଼ା ଇଚ୍ଛା ଜଣେ ମେଧାବୀ ଝିଅର ଜୀବନକୁ ନର୍କ କରିଦେବ ତାହା ଶୁଣିଲେ ବି ବିଶ୍ୱାସ କରିବା ଅସମ୍ଭବ । ଆଉ ଜୀବନ ନର୍କ କରିଥିବା ମହିଳା ଯେତେବେଳେ ଜଣେ ଶିକ୍ଷୟିତ୍ରୀ ହୋଇଥାନ୍ତି ସେତେବେଳେ ଆଉ କାହା ଉପରେ ବିଶ୍ୱାସ କରିହେବ । ଏମିତି ଏକ ଲୋମ ଟାଙ୍କୁରା ସତ କାହାଣୀ ସାମ୍ନାକୁ ଆସିବା ପରେ ପୀଡିତାକୁ ସଜେଇ ଦିଆଯାଇଛି ଅପରାଧୀ । ଅପର ପକ୍ଷେ ଝିଅଟି ବଞ୍ଚିବାକୁ ପାଠ ପଢିବାକୁ ସଙ୍ଘର୍ଷ କରୁଛି ।
ଛୋଟ ଝିଅଟିଏ । ଦୁଇ ଦୁଇଥର ନବୋଦୟ ପାଇଲେ । ଇଚ୍ଛା ଥିଲା ଡାକ୍ତର ହେବାକୁ । ହେଲେ ସ୍ୱପ୍ନ ସାକାର କରିବାରେ ପ୍ରଥମେ ବାଧକ ସାଜିଥିଲେ ମଦୁଆ ବାପା । ବାପା-ମା’ଙ୍କ ସହଯୋଗ ନପାଇ ଆଗକୁ ବଢ଼ିବାର ଇଚ୍ଛା ନେଇ ଘରୁ ପାଦ କାଢ଼ିଥିଲେ । ବାରିପଦାରୁ ବାଲେଶ୍ୱର । ଆଉ ତା’ ପରେ ଭୁବନେଶ୍ୱର । ସେଠାରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର । ଆଉ ଏହି ଯାତ୍ରା ଭିତରେ ପାଠପଢ଼ା ସ୍ୱପ୍ନ ନେଇ ଘରୁ ବାହାରିଥିବା ନାବାଳିକାଙ୍କ ସହ ଯାହା ସବୁ ଘଟିଗଲା, ତାହା ଶୁଣିଲେ ମୁଣ୍ଡ ଲଜ୍ଜାରେ ନଇଁଯିବ ।
ଶିକ୍ଷାର ଆଲୁଆ ଖୋଜି ଖୋଜି ଘର ଛାଡ଼ି ବାରିପଦା ଷ୍ଟେସନ ପଳାଇଥିଲେ ନାବାଳିକା । ପାଠ ପଢ଼ାଇବାକୁ କହି ନାବାଳିକାଙ୍କୁ ଫାଶରେ ଫସାଇ ଦେଇଥିଲା ଆମ୍ବୁଲାନ୍ସ ଡ୍ରାଇଭର । ତା’ ପରେ ଠିକଣା ବଦଳି ଚାଲିଲା । ବାରିପଦାରୁ ବାଲେଶ୍ବର, ପରେ ଭୁବନେଶ୍ୱର । ସେଠାରୁ ଚିଲିକା ବାଣପୁର । ବାଣପୁରରେ ଯାହା ସବୁ ଘଟିଲା, ତାହା କେବେ କଳ୍ପନା କରିନଥିବେ ନାବାଳିକା । ପ୍ରତ୍ୟେକ ଦିନ ରାତିରେ କୁନି ଝିଅ ସହ ହୁଏ ପାଶବିକ ଅତ୍ୟାଚାର । ଦିନେ କି ମାସେ ନୁହେଁ, ୬ ମାସ ଧରି ଦୁଷ୍କର୍ମର ଶିକାର ହେବା ପରେ ମୁକୁଳିବାକୁ ମନସ୍ଥ କରିଥିଲେ । କଳେବଳେ କୌଶଳେ ସେଠାରୁ ଖସି ଟ୍ରେନ ଯୋଗେ ଭୁବନେଶ୍ବରରୁ ମୟୂରଭଞ୍ଜ ଯିବା ବାଟରେ ପୁଲିସ ହାବୁଡ଼ରେ ପଡ଼ିଥିଲେ । ସେଠି ପୁଲିସ ପାଖରେ ଅଭିଯୋଗ ଥିଲା, ବାରମ୍ବାର ଦୁର୍ଷ୍କମର ଶିକାର ହୋଇଥିବା କୁନିଝିଅ କୁଆଡ଼େ ଯୁବତୀ ଚାଲାଣ କରୁଥିଲା । କିନ୍ତୁ ଭଗବାନ ଏତେ ନିଷ୍ଠୁର ନୁହଁନ୍ତି । ବାଲେଶ୍ବର ନାରୀ ସଂଘ ସଭାପତି ଗୋପାମୁଦ୍ରା ମହାପାତ୍ର, କାଉନସେଲିଂ କରିବା ପରେ ଜଣାପଡ଼ିଲା, ନାବାଳିକାଟି ନିଜେ ବାରମ୍ବାର ହୁଷ୍କର୍ମର ଶିକାର ହୋଇଛନ୍ତି ।
ପୂରା ଘଟଣାର ମାଷ୍ଟର ମାଇଣ୍ଡ ଥିଲେ ଜଣେ ଶିକ୍ଷୟିତ୍ରୀ । ଗୁରୁମା’ର ଗାରିମା ବଜାୟ ରଖିବା ବଦଳରେ ଛାତ୍ରୀଙ୍କ ଜୀବନରେ ସାଜିଥିଲେ ରାଣୀ ମହୁମାଛି । ମୟୂରଭଞ୍ଜ ପୁଲିସ ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ କରି ଶିକ୍ଷୟିତ୍ରୀ ଟୁନା ଦାସ, ତାଙ୍କ ଭାଇ ପୂର୍ଣ୍ଣ ଦାସ ଓ ସଂପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗିରଫ କରିଛି । ସବୁଠୁ ବଡ଼ କଥା, ରାକ୍ଷସଙ୍କୁ ସାମ୍ନା କରିବା ପରେ କୁନିଝିଅ ମନରେ ଅଛି ଅଦମ୍ୟ ସାହ ସ। ସମାଜରେ ମୁଣ୍ଡ ଟେକି ବଞ୍ଚିବା ପାଇଁ ଏବେ ପାଠପଢ଼ିବାକୁ ଚାହୁଁଛନ୍ତି ।