ପାଣି ଉଠାଇବା ବେଳେ ଭାସିଯାଇଥିଲେ କାଉଡିଆ, ମୃତଦେହ ମିଳିବା ପରେ ଦୁଃଖରେ ଭାଙ୍ଗିପଡ଼ୁଛି ପରିବାର
କଟକ,୫।୮: କଟକ ମହାନଦୀରେ ରବିବାର ଭାସି ଯାଇଥିବା କାଉଡ଼ିଆ ବିଶ୍ୱଜିତ ବେହେରାଙ୍କ ମୃତଦେହ ସେମବାର ଉଦ୍ଧାର ହୋଇଛି। ଭଦିମୂଳ ଘାଟ ନିକଟରୁ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ପାଣି ଉଠାଇଲା ବେଳେ ତିନିଘରିଆର ବିଶ୍ୱଜିତ ବେହେରା ଭାସି ଯାଇଥିଲେ । ସାରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁ ଖୋଜାଖୋଜ ବନ୍ଧ ଥିଲା। ସକାଳୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା। କିଛି ଘଣ୍ଟାର ଖୋଜାଖୋଜି ପରେ ଭଦିମୂଳ ଘାଟ […] The post ପାଣି ଉଠାଇବା ବେଳେ ଭାସିଯାଇଥିଲେ କାଉଡିଆ, ମୃତଦେହ ମିଳିବା ପରେ ଦୁଃଖରେ ଭାଙ୍ଗିପଡ଼ୁଛି ପରିବାର appeared first on Dharitri Odia News.
କଟକ,୫।୮: କଟକ ମହାନଦୀରେ ରବିବାର ଭାସି ଯାଇଥିବା କାଉଡ଼ିଆ ବିଶ୍ୱଜିତ ବେହେରାଙ୍କ ମୃତଦେହ ସେମବାର ଉଦ୍ଧାର ହୋଇଛି। ଭଦିମୂଳ ଘାଟ ନିକଟରୁ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି ।
ପାଣି ଉଠାଇଲା ବେଳେ ତିନିଘରିଆର ବିଶ୍ୱଜିତ ବେହେରା ଭାସି ଯାଇଥିଲେ । ସାରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁ ଖୋଜାଖୋଜ ବନ୍ଧ ଥିଲା।
ସକାଳୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା। କିଛି ଘଣ୍ଟାର ଖୋଜାଖୋଜି ପରେ ଭଦିମୂଳ ଘାଟ ନିକଟରୁ ବିଶ୍ୱଜିତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେଠାରୁ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବିକୁ ପଠାଇ ଦିଆଯାଇଛି।
ପୁଅର ମୃତଦେହ ମିଳିବା ହେବା ପରେ ବିଶ୍ୱଜିତଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି। ହସଖୁସିରେ ଶିବଙ୍କୁ ଜଳଲାଗି ନିମନ୍ତେ ପୁଅ ଘରୁ ଗୋଡ଼ କାଡିଥିଲେ ହେଲେ ଏବେ ତାଙ୍କର ମୃତ୍ୟୁକୁ ସତେ ଯେପରି ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ।
The post ପାଣି ଉଠାଇବା ବେଳେ ଭାସିଯାଇଥିଲେ କାଉଡିଆ, ମୃତଦେହ ମିଳିବା ପରେ ଦୁଃଖରେ ଭାଙ୍ଗିପଡ଼ୁଛି ପରିବାର appeared first on Dharitri Odia News.