ଶ୍ରୀବାଣୀକ୍ଷେତ୍ର : ମନ୍ଦିରକୁ ବିଜେ ହେଲେ ତିନି ଠାକୁର
ଭୁବନେଶ୍ୱର : ନବଦିନ ବ୍ୟାପୀ ଘୋଷ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆଜି ତିନିଠାକୁର ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରକୁ ବିଜେ ହୋଇଛନ୍ତି । ଆଜି ସନ୍ଧ୍ୟାରେ ତିନିଠାକୁର ରସଗୋଲା ଅର୍ପଣ କରାଯିବା ପରେ ସୁଦର୍ଶନ, ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଇ ମନ୍ଦିରରେ ବିଜେ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କୁ ପହଣ୍ଡିରେ ଅଣାଯିବା ସହ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ ପରେ ମନ୍ଦିର ପ୍ରବେଶ କରିଥିଲେ […] The post ଶ୍ରୀବାଣୀକ୍ଷେତ୍ର : ମନ୍ଦିରକୁ ବିଜେ ହେଲେ ତିନି ଠାକୁର appeared first on KNews Odisha.

ଭୁବନେଶ୍ୱର : ନବଦିନ ବ୍ୟାପୀ ଘୋଷ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆଜି ତିନିଠାକୁର ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରକୁ ବିଜେ ହୋଇଛନ୍ତି । ଆଜି ସନ୍ଧ୍ୟାରେ ତିନିଠାକୁର ରସଗୋଲା ଅର୍ପଣ କରାଯିବା ପରେ ସୁଦର୍ଶନ, ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଇ ମନ୍ଦିରରେ ବିଜେ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କୁ ପହଣ୍ଡିରେ ଅଣାଯିବା ସହ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ ପରେ ମନ୍ଦିର ପ୍ରବେଶ କରିଥିଲେ । ଆସନ୍ତା କାଲି ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କୁ ପ୍ରଥମ ଭୋଗ ଲାଗି ହେବ । ତିନି ଠାକୁରଙ୍କ ମନ୍ଦିର ପ୍ରବେଶ ବିଜେ ଦେଖିବା ପାଇଁ ଶ୍ରୀବାଣୀକ୍ଷେତ୍ରରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
The post ଶ୍ରୀବାଣୀକ୍ଷେତ୍ର : ମନ୍ଦିରକୁ ବିଜେ ହେଲେ ତିନି ଠାକୁର appeared first on KNews Odisha.