ଭଞ୍ଜନଗର ପାଇଁ ଗୌରବ ଆଣିଛନ୍ତି ସଞ୍ଜୟ, ମିଷ୍ଟର୍ ଓଡ଼ିଶାରେ ଜିତିଲେ ବ୍ରୋଞ୍ଜ୍

ଭଞ୍ଜନଗର: ଯୁବପିଢ଼ୀଙ୍କ ମଧ୍ୟରେ ବଢ଼ିଚାଲିଛି ବଡି ବିଲ୍ଡିଂର କ୍ରେଜ୍‌ । ବଡି ବନେଇବା ପାଇଁ ଯୁବକ ଓ ଯୁବତୀମାନେ ସକାଳୁ ସକାଳୁ ଉଠି ବାହାରି ପଡ଼ୁଛନ୍ତି ଜିମ୍‌ । କେହି ନିଜର ପିଟନେସ୍ ପାଇଁ ଯାଉଛନ୍ତି ତ କେହି କେହି ନିଜର ସଉକ ପାଇଁ । ଆଉ କିଛି ବଡି ବିଲ୍ଡିଂକୁ ନିଜର କ୍ୟାରିୟର ଭାବେ ବାଛି ନେଇଛନ୍ତି । ଯାହା ତାଙ୍କୁ ଦେଇଥାଏ ଏକ ସ୍ୱତନ୍ତ୍ର ପରିଚୟ । ଏମିତି ଜଣେ ଯୁବକ ଯିଏ ଗଞ୍ଜାମ […] The post ଭଞ୍ଜନଗର ପାଇଁ ଗୌରବ ଆଣିଛନ୍ତି ସଞ୍ଜୟ, ମିଷ୍ଟର୍ ଓଡ଼ିଶାରେ ଜିତିଲେ ବ୍ରୋଞ୍ଜ୍ appeared first on KNews Odisha.

ଭଞ୍ଜନଗର ପାଇଁ ଗୌରବ ଆଣିଛନ୍ତି ସଞ୍ଜୟ, ମିଷ୍ଟର୍ ଓଡ଼ିଶାରେ ଜିତିଲେ ବ୍ରୋଞ୍ଜ୍
sanjay

ଭଞ୍ଜନଗର: ଯୁବପିଢ଼ୀଙ୍କ ମଧ୍ୟରେ ବଢ଼ିଚାଲିଛି ବଡି ବିଲ୍ଡିଂର କ୍ରେଜ୍‌ । ବଡି ବନେଇବା ପାଇଁ ଯୁବକ ଓ ଯୁବତୀମାନେ ସକାଳୁ ସକାଳୁ ଉଠି ବାହାରି ପଡ଼ୁଛନ୍ତି ଜିମ୍‌ । କେହି ନିଜର ପିଟନେସ୍ ପାଇଁ ଯାଉଛନ୍ତି ତ କେହି କେହି ନିଜର ସଉକ ପାଇଁ । ଆଉ କିଛି ବଡି ବିଲ୍ଡିଂକୁ ନିଜର କ୍ୟାରିୟର ଭାବେ ବାଛି ନେଇଛନ୍ତି । ଯାହା ତାଙ୍କୁ ଦେଇଥାଏ ଏକ ସ୍ୱତନ୍ତ୍ର ପରିଚୟ ।

ଏମିତି ଜଣେ ଯୁବକ ଯିଏ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପାଇଁ ଆଣିଛନ୍ତି ଗୈାରବ । ରାଜ୍ୟ ସ୍ତରୀୟ ବଡି ବିଲ୍ଡିଂ ପ୍ରତିଯୋଗିତାର, ୮୦ କିଲୋ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି, ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସେ ହେଉଛନ୍ତି ସଞ୍ଜୟ କୁମାର ଜେନା ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଠାରେ ଥିବା ଏକ ଜିମ୍ ର ପରିଚାଳକ ସଞ୍ଜୟ କୁମାର ଜେନା । ରାଜ୍ୟ ସ୍ତରୀୟ ସଫଳତାକୁ ନେଇ ସେ ଏବେ ଭାରି ଚର୍ଚ୍ଚାରେ  । ଗତ କିଛିଦିନ ପୂର୍ବରୁ ବାଲେଶ୍ୱର ଠାରେ ଆୟୋଜିତ ମିଷ୍ଟର୍ ଓଡ଼ିଶା ବଡ଼ିବିଲ୍ଡିଂ ପ୍ରତିଯୋଗିତାରେ, ୮୦ କିଲୋ ବଡିବିଲ୍ଡିଂ ବର୍ଗରେ ଭାଗନେଇ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି, ସଞ୍ଜୟ । ଯାହାକୁ ନେଇ ସଞ୍ଜୟଙ୍କ ନିକଟକୁ ଏବେ ଛୁଟୁଛି ପ୍ରଶଂସାର ସୁଅ ।

୨୦୨୩ ମସିହାରେ ଯୁବ ବଡିବିଲ୍ଡର ସଞ୍ଜୟ କୁମାର, ଭଞ୍ଜନଗର ଠାରେ ଆରମ୍ଭ କରିଥିଲେ ଏକ ଫିଟନେସ୍ ଜିମ୍ । ସହର ସମେତ ଆଖପାଖ ଅଞ୍ଚଳର ପ୍ରାୟ ୭୦ ରୁ ଅଧିକ ଯୁବଗୋଷ୍ଠୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ପ୍ରମୁଖ, ଏହି ଜିମ୍ ରେ ଦୈନିକ ଅଭ୍ୟାସ କରୁଛନ୍ତି । ସେହି କ୍ରମରେ କିଛି ଯୁବକ, ରାଜ୍ୟର ବିଭିନ୍ନ ବଡି ବିଲ୍ଡିଂ ପ୍ରତିଯୋଗିତାରେ, ଅଂଶଗ୍ରହଣ କରିବାର ବି ସୁଯୋଗ ପାଇଛନ୍ତି ।

ସଞ୍ଜୟଙ୍କ ଏହି ସଫଳତା ବ୍ୟତୀତ, ବେଲପାହାଡ଼ ଠାରେ ଉତ୍କଳଶ୍ରୀ ବଡିବିଲ୍ଡିଂ ପ୍ରତିଯୋଗିତାରେ ବ୍ରୋଞ୍ଜ୍ ପଦକ, ଗୁଜରାଟର ଡାମନ-ଡିୟୁ ଠାରେ ୮୦ କିଲୋ ବର୍ଗରେ ଭାଗନେଇ ସ୍ଵର୍ଣ୍ଣ ପଦକ ଏବଂ ଗୁଜୁରାଟର ବାପି ଠାରେ ମଧ୍ୟ ରୌପ୍ୟ ପଦକ ହାସଲ କରିବାରେ କୃତିତ୍ୱ ଅର୍ଜନ କରିଛନ୍ତି । ଯାହାକି ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି ।

ମଣିଷର ଆତ୍ମବିଶ୍ଵାସ ତାକୁ ସଫଳତା ଆଣି ଦେଇଥାଏ । ଦୃଢ଼ ଇଚ୍ଛାଶକ୍ତି ତାକୁ ଲକ୍ଷ୍ୟସ୍ଥଳ ଆଡ଼କୁ ଟାଣି ନେଇଥାଏ । ଯେମିତି ସଞ୍ଜୟ କୁମାର । ଯାହାଙ୍କ ଏହି ସଫଳତା ଯୁବଗୋଷ୍ଠୀଙ୍କ ପାଇଁ ଯେତିକି ପ୍ରେରଣା ଦେଇଛି ସେତିକି ସୁଯୋଗ ସୃଷ୍ଟି କରିଛି । ସୁନ୍ଦର ସ୍ଵାସ୍ଥ୍ୟ ଗଠନରେ ଅନ୍ୟମାନଙ୍କୁ ସେତିକି ଉତ୍ସାହିତ ବି କରିଛି ।

The post ଭଞ୍ଜନଗର ପାଇଁ ଗୌରବ ଆଣିଛନ୍ତି ସଞ୍ଜୟ, ମିଷ୍ଟର୍ ଓଡ଼ିଶାରେ ଜିତିଲେ ବ୍ରୋଞ୍ଜ୍ appeared first on KNews Odisha.