ପାଣି ପାଇଁ ଡହଳ ବିକଳ ବେଙ୍ଗାଲୁରୁ, ୫ ଦିନରେ ଥରେ ଗାଧୋଉଛନ୍ତି ଲୋକେ
ପିଇବା ପାଣିରେ ଘୋର ଅଭାବ । ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଉଛି ପ୍ରଶାସନ ।
ପାଣି ପାଇଁ ଡହଳ ବିକଳ ଆଇଟି ସିଟି ବେଙ୍ଗାଲୁରୁ। ପାଣିର ଏତେ ଅଭାବ ଯେ, ଲୋକେ ଗାଧୁଆ ପାଧୁଆ ବି କରି ପାରୁନାହାନ୍ତି। ଚାରି ପାଞ୍ଚ ଦିନରେ ଥରେ ଗାଧୋଉଛନ୍ତି। ୪-୫ ମାସ ହେଲା ବର୍ଷା ହୋଇନଥିବାରୁ ପାଣି ସତେ ଯେମିତି ସିଧା ପାତାଳକୁ ପଳାଇଛି। ଲୋକଙ୍କୁ କେବଳ ଟ୍ୟାଙ୍କର୍ ଯୋଗେ ପାଣି ଯୋଗାଉଛି ପ୍ରଶାସନ। ସହରର ଆର.କେ ନଗରରେ ପାଣି ପାଇଁ ଲୋକେ ଲମ୍ବାଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। କେଉଁଠି ସପ୍ତାହରେ ଥରେ ଲୋକଙ୍କୁ ୨ ଘଣ୍ଟା ଲାଗି ପାଣି ଯୋଗାଯାଉଛି। ବାକି କଥା ଛାଡନ୍ତୁ ରୋଷେଇ, ଗାଧୁଆ ଓ ଶୌଚ ପାଇଁ ବି ପାଣିର ଅଭାବ। ଗାଡ଼ି, ଘର ଧୋଇବା ପୁରା ମନା। ଚାକିରିଆ ବିଶେଷ କରି ସଫଟୱେର ଇଂଜିନିୟରଙ୍କୁ କୁହାଯାଇଛି, ସିଧା ନିଜ ନିଜ ଘରକୁ ପଳାଅ। ସେଠୁ ଅନଲାଇନରେ କାମ କର। ସ୍କୁଲ କଲେଜରେ ମଧ୍ୟ ଅନଲାଇନରେ ପାଠପଢ଼ା ହେଉଛି।