ପାଣି ପାଇପ୍ ଲାଗି ରାସ୍ତା ଖୋଳି ଛାଡିଦେଲେ, ପଥଚାରୀଙ୍କ ପାଇଁ ମରଣଯନ୍ତା

ଆଠଗଡ: ଆଠଗଡ ବ୍ଲକର ମେଘା ପଞ୍ଚାୟତ ଅନ୍ତର୍ଗତ ଧୁରୁକୁଡିଆ ଓ ଅନ୍ୟ ଗ୍ରାମରେ ବସୁଧା ଯୋଜନାରେ ପାନୀୟଜଳ ଯୋଗାଣ ପାଇଁ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ସୁଉଚ୍ଚ ଟାଙ୍କି ନିର୍ମାଣ ଓ ପାଇପ୍ ବିଛାଇବା କାମ ଶେଷ ହୋଇଛି। ତେବେ ପାଣି ପାଇପ୍ ବିଛାଇବା ଲାଗି ଠିକାଦାର ଢଳେଇ ରାସ୍ତା ଖୋଳି ପରେ ଆଉ ମରାମତି ନକରି ଚାଲିଗଲେ। ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ନଷ୍ଟ ହେଲା ଓ ସରକାରୀ ଅର୍ଥ […]

ପାଣି ପାଇପ୍ ଲାଗି ରାସ୍ତା ଖୋଳି ଛାଡିଦେଲେ, ପଥଚାରୀଙ୍କ ପାଇଁ ମରଣଯନ୍ତା

ଆଠଗଡ: ଆଠଗଡ ବ୍ଲକର ମେଘା ପଞ୍ଚାୟତ ଅନ୍ତର୍ଗତ ଧୁରୁକୁଡିଆ ଓ ଅନ୍ୟ ଗ୍ରାମରେ ବସୁଧା ଯୋଜନାରେ ପାନୀୟଜଳ ଯୋଗାଣ ପାଇଁ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ସୁଉଚ୍ଚ ଟାଙ୍କି ନିର୍ମାଣ ଓ ପାଇପ୍ ବିଛାଇବା କାମ ଶେଷ ହୋଇଛି। ତେବେ ପାଣି ପାଇପ୍ ବିଛାଇବା ଲାଗି ଠିକାଦାର ଢଳେଇ ରାସ୍ତା ଖୋଳି ପରେ ଆଉ ମରାମତି ନକରି ଚାଲିଗଲେ। ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ନଷ୍ଟ ହେଲା ଓ ସରକାରୀ ଅର୍ଥ ପାଣିରେ ପଡିଲା। ତାଛଡା ଢଳାଇ ରାସ୍ତା ଖୋଳା ଯୋଗୁଁ ଯେଉଁ ଖାଲଖମା ସୃଷ୍ଟି ହୋଇଛି ତାହା  ପଥଚାରୀ ଓ ବାଇକ ଆରୋହୀଙ୍କ ପାଇଁ ଦୁର୍ଘଟଣାର କାରଣ ହୋଇଛି ।

ଏ ସମ୍ପର୍କରେ ଧୁରୁକୁଡିଆ ଗ୍ରାମର ସମାଜସେବୀ ନିର୍ମଳ କୁମାର ଗ୍ରାମ୍ଯ ପାନୀୟଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଠିକାଦାର କାମ ଶେଷକରି ପଳେଇଲେଣି ବୋଲି ସହକାରୀ ଯନ୍ତ୍ରୀ କହିଥିବା ନେଇ ନିର୍ମଳ କୁମାର ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଖୋଳିଥିବା ରାସ୍ତା ପୁନଃ ଢଳେଇ ମରାମତି ନକରି ଠିକାଦାର କିପରି ବିଲ୍ ନେଇ ଚାଲିଗଲେ ତାକୁ ନେଇ ନିର୍ମଳ ପ୍ରଶ୍ନ ଉଠାଇବା ସହ ଏଥିରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ଖୋଳାଯାଇଥିବା ଢଳେଇ ରାସ୍ତାର ମରାମତି ଯଥାଶୀଘ୍ର କରାନଗଲେ ସେ ଗ୍ରାମ୍ଯ ପାନୀୟଜଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ନିର୍ମଳ ଚେତାଇ ଦେଇଛନ୍ତି।