ପାଣି ପିଇବାକୁ ଆସି କେନାଲରେ ପଡ଼ିଗଲା ଦନ୍ତାହାତୀ: ଆଉ ତା’ପରେ

ଅମରପାଲି,୩।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରଢିଆପାଲି ନିକଟରେ ହରିହର ଯୋର କେନାଲକୁ ପାଣି ପିଇବାକୁ ଆସି ଏକ ଦନ୍ତା ହାତୀ ପଡିଯାଇଥିଲା। ହାତୀଟି ପ୍ରାୟ ଦୁଇ ଘଣ୍ଟା ପରେ ନିଜେ ନିଜେ ଚେଷ୍ଟା କରି ଉପରକୁ ଆସିଥିଲା। ଖବର ପାଇ ଉଲୁଣ୍ଡା ବନ ବିଭାଗ କର୍ମଚାରୀମାନେ ଆସି ହାତୀର ଗତିବିଧି ନିରୀକ୍ଷଣ କରୁଛନ୍ତି। ସୂଚନାନୁସାରେ, ହାତୀପଲ ଯାଉଥିବାବେଳେ ଏକ ଦନ୍ତା ପାଣି ପିଇବା ପାଇଁ କେନାଲକୁ ଯାଇ ପଡିଯାଇଥିଲା। ସ୍ଥାନୀୟ ଲୋକେ ହାତୀଟିକୁ ଦେଖି […] The post ପାଣି ପିଇବାକୁ ଆସି କେନାଲରେ ପଡ଼ିଗଲା ଦନ୍ତାହାତୀ: ଆଉ ତା’ପରେ appeared first on Dharitri Odia News.

ପାଣି ପିଇବାକୁ ଆସି କେନାଲରେ ପଡ଼ିଗଲା ଦନ୍ତାହାତୀ: ଆଉ ତା’ପରେ

ଅମରପାଲି,୩।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରଢିଆପାଲି ନିକଟରେ ହରିହର ଯୋର କେନାଲକୁ ପାଣି ପିଇବାକୁ ଆସି ଏକ ଦନ୍ତା ହାତୀ ପଡିଯାଇଥିଲା। ହାତୀଟି ପ୍ରାୟ ଦୁଇ ଘଣ୍ଟା ପରେ ନିଜେ ନିଜେ ଚେଷ୍ଟା କରି ଉପରକୁ ଆସିଥିଲା। ଖବର ପାଇ ଉଲୁଣ୍ଡା ବନ ବିଭାଗ କର୍ମଚାରୀମାନେ ଆସି ହାତୀର ଗତିବିଧି ନିରୀକ୍ଷଣ କରୁଛନ୍ତି।
ସୂଚନାନୁସାରେ, ହାତୀପଲ ଯାଉଥିବାବେଳେ ଏକ ଦନ୍ତା ପାଣି ପିଇବା ପାଇଁ କେନାଲକୁ ଯାଇ ପଡିଯାଇଥିଲା। ସ୍ଥାନୀୟ ଲୋକେ ହାତୀଟିକୁ ଦେଖି ସେଠାରେ ଜମା ହୋଇ ପଡ଼ିଥିଲେ। ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲା। ମାତ୍ର ହାତୀଟି ନିଜେ ନିଜେ ପ୍ରାୟ ଦୁଇ ଘଣ୍ଟାର ସଂଘର୍ଷ ପରେ ବାହାରକୁ ଆସିଥିଲା। ପରେ ହାତୀଟି ଜଙ୍ଗଲକୁ ନ ଯାଇ ନିକଟସ୍ଥ ଚାଷ ଜମିକୁ ପଳାଇ ଯାଇଥିଲା। ହାତୀ ପଛେ ପଛେ ଯାଇ ସ୍ଥାନୀୟ ଲୋକେ ଘଉଡାଇବାକୁ ଚେଷ୍ଟା କରିଥିଲେ। ହାତୀଟି ରଢିଆପାଲି, ମହୁରିଆପାଲି, କ୍ଷୀରପୁରା ଆଦି ଅଞ୍ଚାଲରେ ଦିନସାରା ବୁଲାବୁଲି କରୁଥିଲା। ଚାଷ ଜମିରେ ଫସଲ ନଷ୍ଟ ଆଶଙ୍କା କରି ଚାଷୀମାନେ ହାତୀକୁ ଜମିରୁ ଘଡାଉଥିଲେ।
ଖବର ଲେଖା ଯିବା ପର୍ଯ୍ୟନ୍ତ ହାତୀଟି ଗରଗଡବାହାଲ ଜିରୋ ପଏଣ୍ଟ ନିକଟସ୍ଥ ଜଙ୍ଗଲରେ ରହିଛି। ଯାଲୋଇ ବାନପାଳ ପ୍ରଦୀପ ଜେନାଙ୍କ ତତ୍ତ୍ୱାବଧନରେ ବନବିଭାଗର କର୍ମଚାରୀମାନେ ହାତୀର ଗତିବିଧିକୁ ନିରୀକ୍ଷଣ କରିବା ସହିତ ହାତୀକୁ ଜଙ୍ଗଲକୁ ଘଉଡାଉଛନ୍ତି।

 

The post ପାଣି ପିଇବାକୁ ଆସି କେନାଲରେ ପଡ଼ିଗଲା ଦନ୍ତାହାତୀ: ଆଉ ତା’ପରେ appeared first on Dharitri Odia News.