ମିଳିଲା ହାତୀର ମୃତଦେହ: ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ସନ୍ଦେହ

ମୋରଡା,୧୩।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ଏକ ହାତୀର ମୃତଦେହ ମିଳିଛି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଉକ୍ତ ରେଞ୍ଜ ତଥା ରାସଗୋବିନ୍ଦପୁର ବ୍ଲକ ଅଧୀନ ନାକିଚୁଆ ସେକ୍ସନରେ କିଛି ଦିନ ହେବ ୯ ଟିକିଆ ଶିମିଳିପାଳ ହାତୀପଲ ବୁଲୁଥିଲେ। ହେଲେ ଉକ୍ତ ସେକ୍ସନ ଅଧୀନ ଟିଆଖାଇ ନିକଟ ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଶନିବାର ଭୋରରେ ଏକ […] The post ମିଳିଲା ହାତୀର ମୃତଦେହ: ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ସନ୍ଦେହ appeared first on Dharitri Odia News.

ମିଳିଲା ହାତୀର ମୃତଦେହ: ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ସନ୍ଦେହ

ମୋରଡା,୧୩।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ଏକ ହାତୀର ମୃତଦେହ ମିଳିଛି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଉକ୍ତ ରେଞ୍ଜ ତଥା ରାସଗୋବିନ୍ଦପୁର ବ୍ଲକ ଅଧୀନ ନାକିଚୁଆ ସେକ୍ସନରେ କିଛି ଦିନ ହେବ ୯ ଟିକିଆ ଶିମିଳିପାଳ ହାତୀପଲ ବୁଲୁଥିଲେ। ହେଲେ ଉକ୍ତ ସେକ୍ସନ ଅଧୀନ ଟିଆଖାଇ ନିକଟ ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଶନିବାର ଭୋରରେ ଏକ ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ହାତୀର ବୟସ ୫ରୁ ୬ବର୍ଷ ହେବ। ହାତୀର ମୃତ୍ୟୁ ବିଦ୍ୟୁତ୍‌ ଆଘାତରେ ହୋଇଥାଇ ପାରେ। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ରେଞ୍ଜର ଘନଶ୍ୟାମ ସିଂ କହିଛନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

The post ମିଳିଲା ହାତୀର ମୃତଦେହ: ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ସନ୍ଦେହ appeared first on Dharitri Odia News.