ପାଣିକୋଇଲିରେ ଗୁଳିକାଣ୍ଡ: ଚାଲିଗଲା ଦୁଇ ଜଣଙ୍କ ଜୀବନ

ପାଣିକୋଇଲି,୪।୧: ଯାଜପୁର ଜିଲା ପାଣିକୋଇଲିରେ ଶନିବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ଗୁଳିମାଡ଼ରେ ସୁନା ଦୋକାନରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସାପାଇଁ ଭୁବନେଶ୍ୱର ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାକୁ ନେଇ ପାଣିକୋଇଲିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଳି କରିଥିବା ୨ ଦୁର୍ବୃତ୍ତ ଗୋଟିଏ ଦୋକାନ ଭିତରେ ପଶି ରହିଛନ୍ତି। ଏନେଇ ସେମାନଙ୍କୁ […] The post ପାଣିକୋଇଲିରେ ଗୁଳିକାଣ୍ଡ: ଚାଲିଗଲା ଦୁଇ ଜଣଙ୍କ ଜୀବନ appeared first on Dharitri Odia News.

ପାଣିକୋଇଲିରେ ଗୁଳିକାଣ୍ଡ: ଚାଲିଗଲା ଦୁଇ ଜଣଙ୍କ ଜୀବନ

ପାଣିକୋଇଲି,୪।୧: ଯାଜପୁର ଜିଲା ପାଣିକୋଇଲିରେ ଶନିବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ଗୁଳିମାଡ଼ରେ ସୁନା ଦୋକାନରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସାପାଇଁ ଭୁବନେଶ୍ୱର ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାକୁ ନେଇ ପାଣିକୋଇଲିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଳି କରିଥିବା ୨ ଦୁର୍ବୃତ୍ତ ଗୋଟିଏ ଦୋକାନ ଭିତରେ ପଶି ରହିଛନ୍ତି। ଏନେଇ ସେମାନଙ୍କୁ ଧରିବାକୁ ପୋଲିସ ନାକେଦମ ହେବାକୁ ପଡିଛି।

ଗୁଳିଟି ଜଣଙ୍କ ପେଟରେ ବାଜି ଥିବା ବେଳେ ଅନ୍ୟ ଜଣଙ୍କର ଅଣ୍ଟାରେ ବାଜିଥିବା ଜଣାପଡିଛି। ପାଣିକୋଇଲି ବଜାରରେ ଏହି ଅଘଟଣ ଘଟିଥିବା ବେଳେ ବାଇକ୍‌ରେ ଆସି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି। ସ୍ଥାନୀୟ ଲୋକେ ଜଣେ ଦୁର୍ବୃତ୍ତଙ୍କ କାବୁ କରିଥିବା ସୂଚନା ମିଳିଛି। ଲୁଟ୍‌ ପାଇଁ ଏକ ଗୁଳିକାଣ୍ଡ ଘଟିଛି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

The post ପାଣିକୋଇଲିରେ ଗୁଳିକାଣ୍ଡ: ଚାଲିଗଲା ଦୁଇ ଜଣଙ୍କ ଜୀବନ appeared first on Dharitri Odia News.