ପାଣିଟାଙ୍କିରୁ ମିଳିଲା ୩୦ ମାଙ୍କଡ଼ଙ୍କ ମୃତଦେହ: ମେଡିକାଲରେ ୨୦୦ ପରିବାର ଭର୍ତ୍ତି

ହାଇଦ୍ରାବାଦ୍‌,୪।୪: ତେଲେଙ୍ଗାନାର ନାଲଗୋଣ୍ଡା ଜିଲା ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ପିଇବା ପାଣି ଟାଙ୍କିରୁ ୩୦ଟି ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି। ମାଙ୍ଗଡ ମୃତଦେହ ଥିବା ପଚାସଢା ପାଣିକୁ ଲୋକେ ପିଉଥିଲେ। ପାଣି ବ୍ୟବହାର କରିଥିବା ୨ଶହ ପରିବାରର ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ଖରା ଯୋଗୁ ମାଙ୍କଡମାନେ ଟାଙ୍କି ନିକଟକୁ ପାଣି ପିଇବାକୁ ଆସିଥିବାବେଳେ ଟାଙ୍କି ଭିତରେ […] The post ପାଣିଟାଙ୍କିରୁ ମିଳିଲା ୩୦ ମାଙ୍କଡ଼ଙ୍କ ମୃତଦେହ: ମେଡିକାଲରେ ୨୦୦ ପରିବାର ଭର୍ତ୍ତି appeared first on Dharitri Odia News.

ପାଣିଟାଙ୍କିରୁ ମିଳିଲା ୩୦ ମାଙ୍କଡ଼ଙ୍କ ମୃତଦେହ: ମେଡିକାଲରେ ୨୦୦ ପରିବାର ଭର୍ତ୍ତି

ହାଇଦ୍ରାବାଦ୍‌,୪।୪: ତେଲେଙ୍ଗାନାର ନାଲଗୋଣ୍ଡା ଜିଲା ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ପିଇବା ପାଣି ଟାଙ୍କିରୁ ୩୦ଟି ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି। ମାଙ୍ଗଡ ମୃତଦେହ ଥିବା ପଚାସଢା ପାଣିକୁ ଲୋକେ ପିଉଥିଲେ। ପାଣି ବ୍ୟବହାର କରିଥିବା ୨ଶହ ପରିବାରର ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ଖରା ଯୋଗୁ ମାଙ୍କଡମାନେ ଟାଙ୍କି ନିକଟକୁ ପାଣି ପିଇବାକୁ ଆସିଥିବାବେଳେ ଟାଙ୍କି ଭିତରେ ଗଳି ପଡିଥିବା ଅନୁମାନ କରାଯାଉଛି। ଯଦିଓ ଟାଙ୍କି ଉପରେ ଟିଣ ଘୋଡା ଯାଇଥିଲା, କିନ୍ତୁ ଟିଣ କାଢି ମାଙ୍କଡମାନେ ଭିତରେ ପଶିଥିଲେ।
ସୂଚନାଯୋଗ୍ୟ, ନାଗାର୍ଜୁନ ସାଗର ନିକଟରେ ଥିବା ଏହି ପାଣି ଟାଙ୍କିରୁ ପ୍ରାୟ ୨୦୦ ପରିବାରକୁ ଜଳ ଯୋଗାଣ ହେଉଥିଲା। ପାଣି ଦୁର୍ଗନ୍ଧ ହେବାରୁ ଲୋକମାନେ ମ୍ୟୁନିସିପାଲିଟିରେ ଅଭିଯୋଗ କରିଥିଲେ। ମ୍ୟୁନିସିପାଲିଟିର କର୍ମଚାରୀ ଘଟଣାସ୍ଥଳକୁ ଯାଇ ଦେଖିବା ବେଳକୁ ୩୦ଟି ମାଙ୍କଡ଼ ମରି ଭାସୁଥିଲେ।

The post ପାଣିଟାଙ୍କିରୁ ମିଳିଲା ୩୦ ମାଙ୍କଡ଼ଙ୍କ ମୃତଦେହ: ମେଡିକାଲରେ ୨୦୦ ପରିବାର ଭର୍ତ୍ତି appeared first on Dharitri Odia News.