ପାଣିପାଗ ବିଭାଗର ଆଲର୍ଟ, ୧୪ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା
ଭୁବନେଶ୍ୱର ୦୯।୦୭ : ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ୯ ଓ ୧୦ ତାରିଖରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । କିନ୍ତୁ ୧୧ରୁ ୧୪ ତାରିଖ ଯାଏ ବହୁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି । ଆଇଏମ୍ଡି ଆକଳନ ଅନୁସାରେ, ୯ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। କିନ୍ତୁ କୌଣସି ସ୍ଥାନରେ ବଡ଼ ବର୍ଷା ନାହିଁ । ସୋମବାର କୋରାପୁଟକୁ ଛାଡ଼ି ଦେଲେ ଅନ୍ୟ କେଉଁଠାରେ ବିଶେଷ ବର୍ଷା ହୋଇନି । କୋରାପୁଟରେ ସକାଳୁ ସନ୍ଧ୍ୟା ଭିତରେ ୫୧.୬ମିମି ବର୍ଷା ହୋଇଛି । ନୟାଗଡ଼ରେ ୧୩.୪, ବାଲେଶ୍ୱରରେ ୭.୮, ପାରଳାଖେମୁଣ୍ଡିରେ ୬.୪, ରାୟଗଡ଼ାରେ ୩.୫ମିମି ବର୍ଷା ହୋଇଛି ।ଜୁନ୍ ୧ରୁ ଜୁଲାଇ ୮ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୨୧୧.୬ମିମି ବର୍ଷା ହୋଇଛି । ୨୬% ନିଅଣ୍ଟିଆ ବର୍ଷା ହୋଇଛି । ଗଜପତି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା,ବରଗଡ଼,ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ବାଲେଶ୍ୱରରେ ନିଅଣ୍ଟିଆ ବର୍ଷା ସ୍ଥିତି ସବୁଠୁ ଅଧିକ ଅଛି ।
ଭୁବନେଶ୍ୱର ୦୯।୦୭ : ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ୯ ଓ ୧୦ ତାରିଖରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । କିନ୍ତୁ ୧୧ରୁ ୧୪ ତାରିଖ ଯାଏ ବହୁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି ।
ଆଇଏମ୍ଡି ଆକଳନ ଅନୁସାରେ, ୯ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। କିନ୍ତୁ କୌଣସି ସ୍ଥାନରେ ବଡ଼ ବର୍ଷା ନାହିଁ । ସୋମବାର କୋରାପୁଟକୁ ଛାଡ଼ି ଦେଲେ ଅନ୍ୟ କେଉଁଠାରେ ବିଶେଷ ବର୍ଷା ହୋଇନି । କୋରାପୁଟରେ ସକାଳୁ ସନ୍ଧ୍ୟା ଭିତରେ ୫୧.୬ମିମି ବର୍ଷା ହୋଇଛି । ନୟାଗଡ଼ରେ ୧୩.୪, ବାଲେଶ୍ୱରରେ ୭.୮, ପାରଳାଖେମୁଣ୍ଡିରେ ୬.୪, ରାୟଗଡ଼ାରେ ୩.୫ମିମି ବର୍ଷା ହୋଇଛି ।
ଜୁନ୍ ୧ରୁ ଜୁଲାଇ ୮ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୨୧୧.୬ମିମି ବର୍ଷା ହୋଇଛି । ୨୬% ନିଅଣ୍ଟିଆ ବର୍ଷା ହୋଇଛି । ଗଜପତି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା,ବରଗଡ଼,ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ବାଲେଶ୍ୱରରେ ନିଅଣ୍ଟିଆ ବର୍ଷା ସ୍ଥିତି ସବୁଠୁ ଅଧିକ ଅଛି ।