ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି, ବାପି ସର୍ଖେଲଙ୍କ ଏଭଳି ବୟାନଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା
ଭୁବନେଶ୍ୱର,୬।୯: ‘ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି’ ଏଭଳି କହିଛନ୍ତି ବିଜେଡି ନେତା ବାପି ସର୍ଖେଲ । କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ ଏମିତି ଅସନ୍ତୋଷ ଜନକ କଥା କହିଛନ୍ତି ବାପି । ସେ କହିଛନ୍ତି, ୨୦୨୪ ପରାଜୟ ପାଇଁ ପାଣ୍ଡିଆନ ଦାୟୀ। ପାଣ୍ଡିଆନଙ୍କ ବିରୋଧରେ ବିଜେଡିରେ ଅସନ୍ତୋଷ ତେଜୁଥିବା ବେଳେ ସାଧାରଣ ନିର୍ବାଚନରେ ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କୁ ନେତା ଦୋଷ ଦେଉଛନ୍ତି। ତେବେ ବର୍ତ୍ତମାନ ପାରାଦୀପର ବିଜେଡି ନେତା ବାପିଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ବଢ଼ୁଛି। […] The post ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି, ବାପି ସର୍ଖେଲଙ୍କ ଏଭଳି ବୟାନଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା appeared first on Dharitri Odia News.
ଭୁବନେଶ୍ୱର,୬।୯: ‘ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି’ ଏଭଳି କହିଛନ୍ତି ବିଜେଡି ନେତା ବାପି ସର୍ଖେଲ । କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ ଏମିତି ଅସନ୍ତୋଷ ଜନକ କଥା କହିଛନ୍ତି ବାପି । ସେ କହିଛନ୍ତି, ୨୦୨୪ ପରାଜୟ ପାଇଁ ପାଣ୍ଡିଆନ ଦାୟୀ।
ପାଣ୍ଡିଆନଙ୍କ ବିରୋଧରେ ବିଜେଡିରେ ଅସନ୍ତୋଷ ତେଜୁଥିବା ବେଳେ ସାଧାରଣ ନିର୍ବାଚନରେ ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କୁ ନେତା ଦୋଷ ଦେଉଛନ୍ତି। ତେବେ ବର୍ତ୍ତମାନ ପାରାଦୀପର ବିଜେଡି ନେତା ବାପିଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ବଢ଼ୁଛି। ଦଳୀୟ କର୍ମୀଙ୍କୁ ନେଇ ବସିଥିବା ବୈଠକରେ ବାପି ଦଳର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି। ପାଣ୍ଡିଆନ ଓ ତାମିଲ ପ୍ରସଙ୍ଗ ଉଠାଇ ଭାଜପା ସରକାରକୁ ଆସିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସେ ‘କଂଗ୍ରେସରେ ଥିବା ବେଳେ ନବୀନଙ୍କ ବିରୋଧରେ ପଦୁଟେ ବି ଙ୍କିଛିି କହିନାହିଁ, କାରଣ ସେ ଲୋକଙ୍କ ପାଇଁ କାମ କରନ୍ତି। ହେଲେ ପାଣ୍ଡିଆନଙ୍କ ପାଇଁ ଦଳର ପରାଜୟ ହେଲା।
ତେବେ ଆଗକୁ ଦଳକୁ ମଜଭୁତ କରିବାକୁ ନବୀନଙ୍କ ହାତମୁଠା ଟାଣ କରିବାକୁ ପଡ଼ିବ ବୋଲି ସେ କର୍ମୀଙ୍କୁ କହିଛନ୍ତି। ଅନ୍ୟପକ୍ଷେ କର୍ମୀମାନଙ୍କୁ ଅବଢ଼ା ଖୁଆଇ ଦଳରେ ଏକାଠି ହୋଇ ରହିବାକୁ ଶପଥ କରାଇଥିବା ନେଇ ଚର୍ଚ୍ଚା ହେଉଛି।
The post ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି, ବାପି ସର୍ଖେଲଙ୍କ ଏଭଳି ବୟାନଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା appeared first on Dharitri Odia News.