ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ: ସାଂଘାତିକ କଥା କହିଦେଲେ ଗିରିରାଜ
ସମ୍ବଲପୁର,୨୨।୫: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ବୁଧବାର ସମ୍ବଲପୁରରେ ପ୍ରଚାର କରିଛନ୍ତି। ଏକ ରୋଡ ଶୋ’ ବେଳେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଅସ୍ମିତା ବିପଦରେ ଅଛି। ନୀବନ ବାବୁଙ୍କୁ ୭୭ ହେଲାଣି। ତେଣୁ ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବେ। କିନ୍ତୁ ଆମେ ଏହାକୁ ହେବାକୁ ଦେବୁ ନାହିଁ। ଏଥର ଓଡ଼ିଶାରେ ଭାଜପା ସରକାର ଗଢିବ ବୋଲି ଗିରିରାଜ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ସରକାର ବଦଳିବ। ଓଡ଼ିଶାବାସୀ […] The post ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ: ସାଂଘାତିକ କଥା କହିଦେଲେ ଗିରିରାଜ appeared first on Dharitri Odia News.
ସମ୍ବଲପୁର,୨୨।୫: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ବୁଧବାର ସମ୍ବଲପୁରରେ ପ୍ରଚାର କରିଛନ୍ତି। ଏକ ରୋଡ ଶୋ’ ବେଳେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଅସ୍ମିତା ବିପଦରେ ଅଛି। ନୀବନ ବାବୁଙ୍କୁ ୭୭ ହେଲାଣି। ତେଣୁ ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବେ। କିନ୍ତୁ ଆମେ ଏହାକୁ ହେବାକୁ ଦେବୁ ନାହିଁ।
ଏଥର ଓଡ଼ିଶାରେ ଭାଜପା ସରକାର ଗଢିବ ବୋଲି ଗିରିରାଜ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ସରକାର ବଦଳିବ। ଓଡ଼ିଶାବାସୀ ବାହାର ଲୋକ ମୁଖ୍ୟମନ୍ତ୍ରୀ ହେବାକୁ ବିରୋଧ କରିବା କଥା, ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେଉ। ଭାଜପା ସରକାର ହେବ, ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହେବ। ଓଡ଼ିଶାରେ ଶାସନ ହିଁ ନାହିଁ। ନବୀନ ବାବୁ ନଜର ବନ୍ଦୀ ରହିଛନ୍ତି। ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ନୂତନ ସରକାର ଗଢ଼ିବୁ ବୋଲି ସେ କହିଛନ୍ତି।
The post ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ: ସାଂଘାତିକ କଥା କହିଦେଲେ ଗିରିରାଜ appeared first on Dharitri Odia News.