ମୋଦି ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ସାମ୍ନାକୁ ଆସିଲା: ହାତରେ ଧରିଛନ୍ତି…

କନ୍ୟାକୁମାରୀ,୩୧ା୫: ଲୋକ ସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ମାସ ହେଲା ଜୋର୍‌ଦାର ପ୍ରଚାର କରିବା ପରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚତ୍ ପ୍ରସିଦ୍ଧ ବିବେକାନନ୍ଦ ରକ୍‌ ମେମୋରିଆଲରେ ୪୫ ଘଣ୍ଟିଆ ଧ୍ୟାନ ଆରମ୍ଭ କରିଛନ୍ତି। ମୋଦି ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ମୋଦି ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିବା ସହ ହାତରେ ରୁଦ୍ରାକ୍ଷ ଧରିଛନ୍ତି। ଧ୍ୟାନ ସାଧନା ଅବସରରେ ଯୋଗୀ ମୁଦ୍ରାରେ ନଜର ଆସିଛନ୍ତି। ସେ ଜପାମାଳି […] The post ମୋଦି ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ସାମ୍ନାକୁ ଆସିଲା: ହାତରେ ଧରିଛନ୍ତି… appeared first on Dharitri Odia News.

ମୋଦି ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ସାମ୍ନାକୁ ଆସିଲା: ହାତରେ ଧରିଛନ୍ତି…

କନ୍ୟାକୁମାରୀ,୩୧ା୫: ଲୋକ ସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ମାସ ହେଲା ଜୋର୍‌ଦାର ପ୍ରଚାର କରିବା ପରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚତ୍ ପ୍ରସିଦ୍ଧ ବିବେକାନନ୍ଦ ରକ୍‌ ମେମୋରିଆଲରେ ୪୫ ଘଣ୍ଟିଆ ଧ୍ୟାନ ଆରମ୍ଭ କରିଛନ୍ତି। ମୋଦି ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ମୋଦି ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିବା ସହ ହାତରେ ରୁଦ୍ରାକ୍ଷ ଧରିଛନ୍ତି। ଧ୍ୟାନ ସାଧନା ଅବସରରେ ଯୋଗୀ ମୁଦ୍ରାରେ ନଜର ଆସିଛନ୍ତି। ସେ ଜପାମାଳି ଧରି ପ୍ରାର୍ତନା କରୁଛନ୍ତି। ଧ୍ୟାନ ପୂର୍ବରୁ ମୋଦି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ।

पीएम मोदी ध्यान साधना एक जून तक करेंगे. इस दिन ही लोकसभा चुनाव को लेकर सातवें चरण के लिए वोटिंग होनी है.
ଥିରୁଭାନନ୍ଥପୁରମ୍‌ରୁ ହେଲିକପ୍ଟର ଯୋଗେ ମୋଦି କନ୍ୟାକୁମାରୀରେ ପହଞ୍ଚତ୍ଥିଲେ। ସେ ଭଗବତୀ ଆମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବୋଟ୍‌ ଯୋଗେ ରକ୍‌ ମୋମୋରିଆଲକୁ ଯାଇଥିଲେ। ଜୁନ୍‌ ୧ ପର୍ଯ୍ୟନ୍ତ ସେ ଧ୍ୟାନ ମଣ୍ଡପମ୍‌ରେ ଧ୍ୟାନରେ ବସିରହିବେ। ଧୋତି ଓ ଧଳା ଚାଦର ପରିହିତ ପ୍ରଧାନମନ୍ତ୍ରୀ ମନ୍ଦିରରେ ପ୍ରାର୍ଥନା କରିବା ପରେ ଗର୍ଭଗୃହକୁ ପ୍ରଦକ୍ଷିଣ କରିଥିଲେ। ପୂଜକମାନେ ସ୍ବତନ୍ତ୍ର ଆରତି କରିବା ସହ ମୋଦିଙ୍କୁ ଶାଲ୍‌ ଏବଂ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କ ଫଟୋ ପ୍ରଦାନ କରିଥିଲେ।

पीएम मोदी विवेकानंद रॉक मेमोरियल में ध्यान लगाने के दौरान प्रार्थना करते हुए दिख रहे हैं.

The post ମୋଦି ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ସାମ୍ନାକୁ ଆସିଲା: ହାତରେ ଧରିଛନ୍ତି… appeared first on Dharitri Odia News.