ପୁଅର ଜୀବନ ରକ୍ଷା ପାଇଁ ମା’ବାପାଙ୍କ ଗୁହାରୀ
କାଏମା,୬ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ(୨୦) ବଜ୍ରପାତରେ ଗୁରୁତର ହୋଇ ଆଜକୁ ୫ ମାସ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଅର ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଥିବା ୫ ଲକ୍ଷ ଟଙ୍କା ଶେଷ ହୋଇ ଯାଇଛି। ତେଣୁ ବାପା ବଟକୃଷ୍ଣ ଓ ମା’ବାସନ୍ତୀଙ୍କ ସହ ଗ୍ରାମବାସୀ ମନୋଜଙ୍କ ଜୀବନ ରକ୍ଷା ପାଇଁ ପ୍ରଶାସନ ଓ ସହୃଦୟ ବ୍ୟକ୍ତିଙ୍କ ପାଖେ […] The post ପୁଅର ଜୀବନ ରକ୍ଷା ପାଇଁ ମା’ବାପାଙ୍କ ଗୁହାରୀ appeared first on Dharitri Odia News.
କାଏମା,୬ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ(୨୦) ବଜ୍ରପାତରେ ଗୁରୁତର ହୋଇ ଆଜକୁ ୫ ମାସ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଅର ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଥିବା ୫ ଲକ୍ଷ ଟଙ୍କା ଶେଷ ହୋଇ ଯାଇଛି। ତେଣୁ ବାପା ବଟକୃଷ୍ଣ ଓ ମା’ବାସନ୍ତୀଙ୍କ ସହ ଗ୍ରାମବାସୀ ମନୋଜଙ୍କ ଜୀବନ ରକ୍ଷା ପାଇଁ ପ୍ରଶାସନ ଓ ସହୃଦୟ ବ୍ୟକ୍ତିଙ୍କ ପାଖେ ଗୁହାରୀ କରିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୧୮ ଅପରାହ୍ନରେ ବର୍ଷା ଛାଡ଼ିଯିବା ପରେ ମନୋଜ ଓ ତାଙ୍କ ସାଙ୍ଗ ମନୋରଞ୍ଜନ ବିଲ ପାଟକୁ ଯାଇ ବସି କଥା ହେଉଥିଲେ । ଏହି ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ଏଥିରେ ଦୁହେଁ ଗୁରୁତର ହୋଇଥିଲେ। ସ୍ଥାନୀୟ ବାସିନ୍ଦା ମନୋଜ ଓ ମନୋରଞ୍ଜନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ମନୋଜଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରିବାର ସଦସ୍ୟମାନେ କହିଛନ୍ତି, ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ସର୍ଜରୀ ମାଧ୍ୟମରେ ତାଙ୍କ ମୁଣ୍ତରୁ କ୍ଷତିଗ୍ରସ୍ତ ହାଡ଼ ବାହାର କରାଯାଇଥିଲା। ଏଥିପାଇଁ ତାଙ୍କୁ ଭୁବନେଶରର ଏକ ଘରୋଇ ହସ୍ପିଟାଲକୁ ପ୍ରତିମାସ ନିଆଯାଇ ଫିଜିଓଥେରାପି କରାଯାଉଥିଲା । ମନୋଜ ଘରକୁ ଆସି କିଛି ଦିନ ରହିଥିଲେ। ହେଲେ ସେ ସମସ୍ତଙ୍କୁ ଦେଖୁଥିଲେ ମଧ୍ୟ କିଛି କହିପାରୁ ନ ଥିଲେ କି ଚିହ୍ନି ପାରୁ ନ ଥିଲେ। ଆଜକୁ ୧୦ ଦିନ ତଳେ ମନୋଜଙ୍କ ମଣ୍ଡରେ ପୁନର୍ବାର ସର୍ଜରୀ କରାଯାଇଥିଲା। ଏହାର ଦୁଇ ଦିନ ପରେ ତାଙ୍କ ମୁହଁ ଫୁଲି ଯିବା ସହ ସାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା। ବର୍ତ୍ତମାନ ପୁର୍ନବାର ସର୍ଜରୀ ପାଇଁ ୩ ଲକ୍ଷ ଟଙ୍କା ଦରକାର ଥିବା ଡାକ୍ତର କହୁଛନ୍ତି। ଇତିମଧ୍ୟରେ ବିଜୁ ସାସ୍ଥ୍ୟ କାର୍ଡରେ ଥିବା ଟଙ୍କା ଶେଷ ହୋଇଯାଇଛି। ମନୋଜଙ୍କ ବାପା ବଟକୃଷ୍ଣ ଜଣେ ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ। ୩ ଝିଅ ଓ ଗୋଟାଏ ପୁଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର ା ଗତବର୍ଷ ବଡ଼ ଝିଅର ବାହାଘର ସରିଛି ା ଏଥିପାଇଁ ସେ ଋଣ ଭାରରେ ବୁଡିଥିବା ବେଳେ ମନୋଜଙ୍କ ଚିକିତ୍ସା ଖର୍ଚ୍ଚ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି ା ମା’ବାସନ୍ତୀ ପୁଅକୁ ଝୁରି ଝୁରି ଦୁର୍ବଳ ହୋଇପଡିଛନ୍ତି।ଏଭଳି ସ୍ଥିତିରେ ପୁଅର ଚିକିତ୍ସା ପାଇଁ ବାପା ବଟକୃଷ୍ଣ ମୁଣ୍ଡ ରେ ହାତ ଦେଇ ବସିଛନ୍ତି। ଏଥିପାଇଁ ମନୋଜଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବା ପାଇଁ ସେ ଓ ଗ୍ରାମବାସୀ ନିବେଦନ କରିଛନ୍ତି।
The post ପୁଅର ଜୀବନ ରକ୍ଷା ପାଇଁ ମା’ବାପାଙ୍କ ଗୁହାରୀ appeared first on Dharitri Odia News.