ପାଣ୍ତିଆନ୍‌ଙ୍କ ପାଇଁ ଓକିଲାତି କଲେ ନବୀନ

ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍‌ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ।

ପାଣ୍ତିଆନ୍‌ଙ୍କ ପାଇଁ ଓକିଲାତି କଲେ ନବୀନ

ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍‌ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ପରାଜୟ ସମ୍ପର୍କରେ କମ୍, ପାଣ୍ଡିଆନ୍‌ଙ୍କ ଗୁଣଗାନରେ ଅଧିକ ଶବ୍ଦ ବିନିମୟ କରି ନବୀନ କହିଛନ୍ତି, ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ସେ ଅଫିସର ଭାବେ ବହୁତ୍ ବଢ଼ିଆ କାମ କରି ଦଳରେ ମିଶିବା ପରେ ଦଳ ପାଇଁ ବି ବହୁତ ଭଲ କାମ କରିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ମନ୍ଦିର ରୂପାନ୍ତରୀକରଣ ଭଳି ସବୁ କ୍ଷେତ୍ରରେ ତାଙ୍କ ଅବଦାନ ରହିଛି।