ପାତାଳୀ ଶ୍ରୀକ୍ଷେତ୍ର ରେ ଅଧର ପଣା ନୀତି ସମ୍ପନ୍ନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟ୍ ସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ପବିତ୍ର ରଥଯାତ୍ରା ଦିନ ଠାରୁ ଛଲିଆ ପାହାଡ଼ ପାଦଦେଶରେ ରଥାରୂଢ଼ ଠାକୁର ମାନଙ୍କୁ ଦର୍ଶନ କରିବା ପାଇଁ ପ୍ରତ୍ୟହ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଆସୁଛି l ରଥାରୂଢ଼ ଠାକୁରଙ୍କ ପାଖରେ ଆଜି ଦ୍ଵାଦଶୀ ତିଥିରେ ଅଧର ପଣା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଳତି ପରେ ତିନି ରଥରେ ତିନୋଟି […] The post ପାତାଳୀ ଶ୍ରୀକ୍ଷେତ୍ର ରେ ଅଧର ପଣା ନୀତି ସମ୍ପନ୍ନ appeared first on Odisha.News.

ପାତାଳୀ ଶ୍ରୀକ୍ଷେତ୍ର ରେ ଅଧର ପଣା ନୀତି ସମ୍ପନ୍ନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟ୍ ସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ପବିତ୍ର ରଥଯାତ୍ରା ଦିନ ଠାରୁ ଛଲିଆ ପାହାଡ଼ ପାଦଦେଶରେ ରଥାରୂଢ଼ ଠାକୁର ମାନଙ୍କୁ ଦର୍ଶନ କରିବା ପାଇଁ ପ୍ରତ୍ୟହ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଆସୁଛି l ରଥାରୂଢ଼ ଠାକୁରଙ୍କ ପାଖରେ ଆଜି ଦ୍ଵାଦଶୀ ତିଥିରେ ଅଧର ପଣା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଳତି ପରେ ତିନି ରଥରେ ତିନୋଟି କରି ମାଟି ପାତ୍ରରେ ପଣା ଲାଗି ହୋଇଥିଲା l ହରିବୋଲ, ହୁଳହୁଳି , ଘଣ୍ଟ , ଶଙ୍ଖର ଶବ୍ଦରେ ଚାରିଆଡ଼ ମୁଖରିତ ହୋଇ ଉଠି ଥିଲା I ଏ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପୂର୍ବକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ କୀର୍ତ୍ତନ ଚାଲିଥିଲା I କ୍ଷେମାଲୋଇ ଗ୍ରାମ ଭଜନ ଦଳ ଦ୍ଵାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ନେହେରୁ ନାଏକ , ଅକ୍ଷୟ ବାରିକ , ଲାଇବନ୍ ମଲ୍ଲିକ , ପବିତ୍ର , ପରମା , ଲାଣ୍ଡୁ , ଖତୁ , ଗଣ୍ଡ , ଅନାଦି , ଉଷତ ବାରିକ , ଜାନକୀ ରାମ ଦେହୁରୀ , ନରେନ୍ଦ୍ର ବାଘ ପ୍ରମୁଖ ଭଜନ ପରିବେଷଣ କରିଥିଲେ I

The post ପାତାଳୀ ଶ୍ରୀକ୍ଷେତ୍ର ରେ ଅଧର ପଣା ନୀତି ସମ୍ପନ୍ନ appeared first on Odisha.News.