ପାଦରୀ ବଜିନ୍ଦର ସିଂହ ଦୋଷୀ ସାବ୍ୟସ୍ତ; ଯୌନ ଉତ୍ପୀଡନ ଓ ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ଜିରକପୁର ଯୌନ ଉତ୍ପୀଡନ ଏବଂ ଦୁଷ୍କର୍ମ ମାମଲାରେ ପାଦରୀ ବଜିନ୍ଦର ସିଂହକୁ ଦୋଷୀ ସାବ୍ୟସ୍ତ । ମୋହାଲିର ପୋକ୍ସୋ କୋର୍ଟ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଆସନ୍ତା ଏପ୍ରିଲ ପହିଲାରେ ଦଣ୍ଡାଦେଶ ଶୁଣାଣି କରିବେ ଅଦାଲତ । ଏହି କେସ୍‌ରେ ସାକ୍ଷୀ ଅଭାବରୁ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ପୋକ୍ସୋ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।ସୂଚନା ଅନୁଯାୟୀ, ଏହି ମାମଲା ୨୦୧୮ ମସିହାର । ଜିରକପୁରର ଜଣେ ନାବାଳିକାଙ୍କ ସହିତ ପାଦରୀ ବଜିନ୍ଦର ସିଂହ ଯୌନ ଉତ୍ପୀଡନ ଓ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଜୁଲାଇ ୨୦୧୮ରେ  ଦିଲ୍ଲୀ ଏୟାରପୋର୍ଟରେ ବିଜନ୍ଦର ଲଣ୍ଡନ ଯାଉଥିବା ବେଳେ ଗିରଫ କରାଯାଇଥିଲା । ଏହି ମାମଲାକୁ ନେଇ ପଚରାଉଚରା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ୍ ୭ଜଣଙ୍କୁ ଗିରଫ କରିଥିଲା । ପାଦରୀ ବିଜନ୍ଦର ସିଂହଙ୍କ ସହିତ ଅକବର ଭଟ୍ଟୀ, ରାଜେଶ ଚୌଧୁରୀ, ସୁଚ୍ଚା ସିଂହ, ଜତିନ୍ଦର କୁମାର, ସିତାର ଅଲ୍ଲୀ ଏବଂ ସନ୍ଦୀପଙ୍କ ନାଁରେ ମାମଲା ରୁଜୁ କରିଥିଲା । ଅଭିଯୁକ୍ତଙ୍କ ନାଁରେ ଆଇପିସିର ୩୭୬, ୪୨୦, ୩୫୪, ୨୯୪, ୩୨୩, ୫୦୬, ୧୪୮ ଓ ୧୪୯ର ଧାରା ଲଗାଇଥିଲା ପୋଲିସ ।ପୋଲିସ ଚାର୍ଜ ସିଟ୍‌ରେ କୁହାଯାଇଛି, ତାଜପୁର ଗାଁର ଦି ଚର୍ଚ୍ଚ ଅଫ୍ ଗ୍ୟାଲେରୀ ଆଣ୍ଡ ଭିଜଡମ୍‌ର ପାଦରୀ ବିଜନ୍ଦର ସିଂହ ଜଳନ୍ଦରର ଏକ ନାବାଳିକାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ପାଦରୀ ନିଜର ଫୋନରୁ ନାବାଳିକାଙ୍କ ମୋ

ପାଦରୀ ବଜିନ୍ଦର ସିଂହ ଦୋଷୀ ସାବ୍ୟସ୍ତ; ଯୌନ ଉତ୍ପୀଡନ ଓ ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ଜିରକପୁର ଯୌନ ଉତ୍ପୀଡନ ଏବଂ ଦୁଷ୍କର୍ମ ମାମଲାରେ ପାଦରୀ ବଜିନ୍ଦର ସିଂହକୁ ଦୋଷୀ ସାବ୍ୟସ୍ତ । ମୋହାଲିର ପୋକ୍ସୋ କୋର୍ଟ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଆସନ୍ତା ଏପ୍ରିଲ ପହିଲାରେ ଦଣ୍ଡାଦେଶ ଶୁଣାଣି କରିବେ ଅଦାଲତ । ଏହି କେସ୍‌ରେ ସାକ୍ଷୀ ଅଭାବରୁ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ପୋକ୍ସୋ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

ସୂଚନା ଅନୁଯାୟୀ, ଏହି ମାମଲା ୨୦୧୮ ମସିହାର । ଜିରକପୁରର ଜଣେ ନାବାଳିକାଙ୍କ ସହିତ ପାଦରୀ ବଜିନ୍ଦର ସିଂହ ଯୌନ ଉତ୍ପୀଡନ ଓ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଜୁଲାଇ ୨୦୧୮ରେ  ଦିଲ୍ଲୀ ଏୟାରପୋର୍ଟରେ ବିଜନ୍ଦର ଲଣ୍ଡନ ଯାଉଥିବା ବେଳେ ଗିରଫ କରାଯାଇଥିଲା । ଏହି ମାମଲାକୁ ନେଇ ପଚରାଉଚରା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ୍ ୭ଜଣଙ୍କୁ ଗିରଫ କରିଥିଲା । ପାଦରୀ ବିଜନ୍ଦର ସିଂହଙ୍କ ସହିତ ଅକବର ଭଟ୍ଟୀ, ରାଜେଶ ଚୌଧୁରୀ, ସୁଚ୍ଚା ସିଂହ, ଜତିନ୍ଦର କୁମାର, ସିତାର ଅଲ୍ଲୀ ଏବଂ ସନ୍ଦୀପଙ୍କ ନାଁରେ ମାମଲା ରୁଜୁ କରିଥିଲା । ଅଭିଯୁକ୍ତଙ୍କ ନାଁରେ ଆଇପିସିର ୩୭୬, ୪୨୦, ୩୫୪, ୨୯୪, ୩୨୩, ୫୦୬, ୧୪୮ ଓ ୧୪୯ର ଧାରା ଲଗାଇଥିଲା ପୋଲିସ ।

ପୋଲିସ ଚାର୍ଜ ସିଟ୍‌ରେ କୁହାଯାଇଛି, ତାଜପୁର ଗାଁର ଦି ଚର୍ଚ୍ଚ ଅଫ୍ ଗ୍ୟାଲେରୀ ଆଣ୍ଡ ଭିଜଡମ୍‌ର ପାଦରୀ ବିଜନ୍ଦର ସିଂହ ଜଳନ୍ଦରର ଏକ ନାବାଳିକାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ପାଦରୀ ନିଜର ଫୋନରୁ ନାବାଳିକାଙ୍କ ମୋବାଇଲକୁ ଅଶ୍ଳୀଳ ମେସେଜ ପଠାଇଥିଲେ। ଛୋଟ ଝିଅ ସହିତ ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ନିମନ୍ତେ ପୋଲିସ ଏସଆଇଟି ଗଠନ କରିଥିଲା । ମାମଲା ମୋହାଲି ପୋକ୍କୋ କୋର୍ଟକୁ ଯିବା ପରେ ଅଦାଲତ ଆଜି ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଅଦାଲତ ପାଦରୀକୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ ।...