ପାଦରେ ଷ୍ଟିଅରିଂ, ହାତରେ ମୋବାଇଲ୍; ଗାଡ଼ି ଚାଲୁଛି ସାଇଁ ସାଇଁ..ଭିଡିଓ ଭାଇରାଲ୍
ବାଇକ୍ଟି ଟ୍ରକ୍ ପାଖ ଦେଇ ଏମିତି ଯାଉଛି, କେତେବେଳେ ଯେ କ’ଣ ହୋଇଯିବ କିଛି ଜଣାନାହିଁ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯୁବକଙ୍କ ବାଇକ୍ ଉପରେ ବିପଦଜନକ ଷ୍ଟଣ୍ଟ। ହାତ ବଦଳରେ ଗୋଡ଼ରେ ଚଳାଉଛନ୍ତି ବାଇକ୍। ତା ସାଙ୍ଗକୁ ମୋବାଇଲ୍ ବି ଚଳାଉଛନ୍ତି। ବାଇକ୍ଟି ଟ୍ରକ୍ ପାଖ ଦେଇ ଏମିତି ଯାଉଛି, କେତେବେଳେ ଯେ କ’ଣ ହୋଇଯିବ କିଛି ଜଣାନାହିଁ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଭିଡିଓ ମନସୁର ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ପେଜ୍ରେ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଯୁବକ ଜଣକ ଚଳନ୍ତା ବାଇକ ଉପରେ ଶୋଇଛନ୍ତି ଆଉ ମୋବାଇଲ୍ ଦେଖୁଛନ୍ତି। ଷ୍ଟିଅରିଂ ଉପରେ ଗୋଡ଼ ଅଛି ଆଉ ହାତରେ ମୋବାଇଲ୍। ଗାଡ଼ିଟି ଟ୍ରକ୍ ସାଇଡ୍ ଦେଇ ଏମିତି ଯାଉଛି ଯେ ଟ୍ରକ୍ ସହ ପିଟି ହୋଇଯିବ। କିନ୍ତୁ ଭାଗ୍ୟବଶତଃ ସେ ଟ୍ରକ୍କୁ ପାସ୍ କରି ଆଗକୁ ଯାଇଛନ୍ତି। ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓକୁ ଏଯାଏ ୨.୯ ମିଲିୟନ ଲୋକ ଦେଖିସାରିଲେଣି। ଅନେକ ଏହାକୁ ଉପହାସ କରିବା ସହ କେତେକ ତାଙ୍କୁ ସମାଲୋଚନା ବି କରିଛନ୍ତି। ତାଙ୍କର ବେପରୁଆ ଗାଡ଼ି ଚାଳନା ପାଇଁ କାହାର ଜୀବନ ଯାଇପାରେ ବୋଲି ଲୋକେ କମେଣ୍ଟ କରିଛନ୍ତି।
ସରକାର ପକ୍ଷରୁ ସଡ଼କ ସୁରକ୍ଷା ନେଇ ବାରମ୍ବାର ସଚେତନ କରୁଥିଲେ ବି ଲୋକମାନେ ନିୟମକୁ ଫୁ କରିଦେଉଛନ୍ତି। ପ୍ରତିଦିନ ସଡ଼କ ଦୁର୍ଘଟଣା ହଜାର ହଜାର ଜୀବନ ଯାଉଛି।