ବିଜେଡିକୁ ସଂଗଠନ ଚିନ୍ତା, ସତ୍ତାରୁ ଯିବା ପରେ ତୃଣମୂଳ ନେତାଙ୍କ ଆସ୍ଥା ହରାଉଛି ଦଳ

ସମସ୍ତଙ୍କୁ ଏକଜୁଟ୍ ରହିବାକୁ ମନ୍ତ୍ର ଦିଆଯାଇଛି। ଚର୍ଚ୍ଚା ହେଉଛି ଏସବୁ ଜନପ୍ରତିନିଧିଙ୍କୁ ନେଇ ପୁରୀରେ ଶପଥ ପାଠ କରାଯାଇଛି।

ବିଜେଡିକୁ ସଂଗଠନ ଚିନ୍ତା, ସତ୍ତାରୁ ଯିବା ପରେ ତୃଣମୂଳ ନେତାଙ୍କ ଆସ୍ଥା ହରାଉଛି ଦଳ

ବିଜେଡିକୁ ସଂଗଠନ ଚିନ୍ତା। ସତ୍ତାରୁ ଯିବା ପରେ ତୃଣମୂଳ ନେତାଙ୍କ ଆସ୍ଥା ହରାଉଛି ଦଳ ! ବିଜେପି ଆଡକୁ ଢଳୁଛନ୍ତି ପଞ୍ଚାୟତ ପ୍ରତିନିଧି । ଘାରିଛି ଅନାସ୍ଥା ଭୟ। ଆଉ ଗଡ଼ ରଖିବାକୁ ଖୋଦ୍ ସୁପ୍ରିମୋ ନବୀନଙ୍କ କସରତ। ପୁରୀ ଜିଲ୍ଲା ରାମଚଣ୍ଡୀ ଅଞ୍ଚଳରେ ସେମିତି କିଛି ଭିଡିଓ ସାମ୍ନାକୁ ଆସିଛି । ପାରାଦ୍ବୀପର ବିଧାୟକ ବିଧାୟକ ସମ୍ବିତ ରାଉତରାୟ ଓ ଦଳର ଟାଣୁଆ ନେତା ବାପି ସର୍ଖେଲ, ୨୦ ସମିତି ସଭ୍ୟ, ୮ ସରପଞ୍ଚ ଓ ୪ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ମେଳି କରିଥିଲେ । ସମସ୍ତଙ୍କୁ ଏକଜୁଟ୍ ରହିବାକୁ ମନ୍ତ୍ର ଦିଆଯାଇଛି। ଚର୍ଚ୍ଚା ହେଉଛି ଏସବୁ ଜନପ୍ରତିନିଧିଙ୍କୁ ନେଇ ପୁରୀରେ ଶପଥ ପାଠ କରାଯାଇଛି।