ପାରଦ ଉପରମୁହାଁ: ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୧୪।୩: ରାଜ୍ୟରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ି ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର, ଗୁରୁବାର ଭଳି ଶୁକ୍ରବାର ମଧ୍ୟ ତାପମାତ୍ରା ବଢିବାରେ ଲାଗିଛି। ସାଢ଼େ ୧୧ରେ ତାପମାତ୍ରା ୩୭ ଡିଗ୍ରୀ ଟପି ଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୩୭.୪ ଡିଗ୍ରୀରେ ପହଞ୍ଚିବା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଏପରିକି ଗୁରୁବାର ସାଢ଼େ ୧୧ଟାରେ ଝାରସୁଗୁଡ଼ାର ତାପମାତ୍ରା ୩୬.୬ ଡିଗ୍ରୀ ରହିଥିଲା। ଏପରିକି ଦିନ ଦ୍ୱିପ୍ରହରେ ୪୧.୪ ଡିଗ୍ରୀ […] The post ପାରଦ ଉପରମୁହାଁ: ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ appeared first on Dharitri Odia News.

ପାରଦ ଉପରମୁହାଁ: ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୧୪।୩: ରାଜ୍ୟରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ି ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର, ଗୁରୁବାର ଭଳି ଶୁକ୍ରବାର ମଧ୍ୟ ତାପମାତ୍ରା ବଢିବାରେ ଲାଗିଛି। ସାଢ଼େ ୧୧ରେ ତାପମାତ୍ରା ୩୭ ଡିଗ୍ରୀ ଟପି ଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୩୭.୪ ଡିଗ୍ରୀରେ ପହଞ୍ଚିବା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି।

ଏପରିକି ଗୁରୁବାର ସାଢ଼େ ୧୧ଟାରେ ଝାରସୁଗୁଡ଼ାର ତାପମାତ୍ରା ୩୬.୬ ଡିଗ୍ରୀ ରହିଥିଲା। ଏପରିକି ଦିନ ଦ୍ୱିପ୍ରହରେ ୪୧.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏହାସହ ୧୫ ସହରରେ ତାତି ୩୯ ଡିଗ୍ରୀ ଓ ୮ସହର ୪୦ ଡିଗ୍ରୀ ଛୁଇଁଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ବୌଦ୍ଧରେ ୪୦.୮ ଡିଗ୍ରୀ, ବଲାଙ୍ଗୀରରେ ୪୦.୪, ଭଦ୍ରକ ଓ ହୀରାକୁଦରେ ୪୦.୧, ସମ୍ବଲପୁର ଓ ବାରିପଦାରେ ୪୦, ପାରଳାଖେମୁଣ୍ଡିରେ ୩୯.୯, ଅନୁଗୋଳ ଓ ସୋନପୁରରେ ୩୯.୭, ସୁନ୍ଦରଗଡ଼ରେ ୩୯.୬, ରାଉରକେଲା, ଭବାନୀପାଟଣା ଓ ଢେଙ୍କାନାଳରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷର ପ୍ରଥମଥର ୩୮.୨ ଡିଗ୍ରୀ ଛୁଇଁଛି। ତେବେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ଖରା ବଢ଼ିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

୧୩ ଓ ୧୪ ତାରିଖ ପାଇଁ ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଓ ସମ୍ବଲପୁର ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି। ୧୫ ଓ ୧୬ ତାରିଖରେ ହିଟ୍‌ଓ୍ବେଭ୍‌ ନେଇ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ରହିଛି।

ଅନୁଗୋଳ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଓ ମୟୂରଭଞ୍ଜକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ରାତିରେ ଗୁଳୁଗୁଳି ନେଇ ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଓ ବୌଦ୍ଧ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଗ୍ରୀଷ୍ମପ୍ରବାହଜନିତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟର ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

The post ପାରଦ ଉପରମୁହାଁ: ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ appeared first on Dharitri Odia News.