ବିନାଶର ଦ୍ୱାରଦେଶରେ ଭାରତ: ହିମାଳୟ ତଳେ ଦାନା ବାନ୍ଧୁଛି ଜଳପ୍ରଳୟ, ଚେତାବନୀ ଜାରି କଲା ସିଡବ୍ଲୁସି
ନୂଆଦିଲ୍ଲୀ: ମହାଶକ୍ତି ହେବାର ପ୍ରତିଯୋଗୀତାରେ ସାରା ବିଶ୍ୱ ପ୍ରକୃତିର ଯତ୍ନ ନେବା ପ୍ରାୟ ଭୁଲିଯାଇଛି। ସ୍ୱଳ୍ପ ମିୟାଦୀ ସଫଳତା ପାଇଁ ପୃଥିବୀ ବକ୍ଷ ବିଦାରି ତୋଳୁଛି ଅମହିକାର ସୁଉଚ୍ଚ ସୌଧ। ମଣିଷର ତାଡ଼ନା ସହି ସହି ଅତିଷ୍ଟ ହେବା ପରେ ପ୍ରକୃତି ମଝିରେ ମଝିରେ ତା’ର କରାଳ ରୂପ ଦେଖାଉଛି। ଯେଉଁଥିରେ କ୍ଷତି, କ୍ଷତ ସବୁ ହେଉଛି। ହେଲେ ସମୟ ଗଡ଼ିବା ସହିତ ଘା’ ଶୁଖିଗଲା ପରେ ମଣିଷ ସବୁ ଭୁଲିଯାଇ, ପୁଣି ବାହାରି ପଡ଼ୁଛି ପ୍ରତିଯୋଗୀତାରେ।ପ୍ରତିଯୋଗୀତା ଅଣନିଃଶ୍ୱାସୀ ଧାଁଦୌଡ଼ ଭିତରେ ପ୍ରକୃତି ପ୍ରତି ଥିବା ତାର ଦାୟିତ୍ୱବୋଧ ଭୁଲିଯାଉଛି ମଣିଷ। ଯାହାର ପରିଣତି ବିନାଶ ଆଡ଼କୁ ଟାଣି ନେଲାଣି। ଭାରତ ବର୍ତ୍ତମାନ ସେହି ବିନାଶ ଦ୍ୱାରଦେଶରେ ଉପନୀତ। ଏକଥା ଆମେ କାହିଁକି କହୁଛି ଆପଣ ସମ୍ପୂର୍ଣ୍ଣ ରିପୋର୍ଟ ପଢ଼ିଲେ ଜାଣିପାରିବେ।ନିକଟରେ କେନ୍ଦ୍ରୀୟ ଜଳ ଆୟୋଗ ଏକ ରିପୋର୍ଟ ଜାରି କରିଛି। ଯାହା ହିମାଳୟ ପାଦଦେଶରେ ଥିବା ଭାରତ ପାଇଁ ମହା ବିପଦ। ଜଳ ଆୟୋଗ କହିଛି, ହିମାଳୟ ଅଞ୍ଚଳରେ ଥିବା ବରଫ ହ୍ରଦର ଆକାର ବିପଦପ୍ରବଣ ଭାବେ ବଢ଼ି ଚାଲିଛି। ୨୦୧୧ ଠାରୁ ଏପର୍ଯ୍ୟନ୍ତ ଏହି ହ୍ରଦ ୧୧ ପ୍ରତିଶତ ବୃଦ୍ଧି ପାଇଲାଣି। ସେପ୍ଟେମ୍ବରରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ବରଫ ହ୍ରଦର ଆକାର ବୃଦ୍ଧି ଯୋଗୁ ହେବାକୁ ଥିବା ଅପ୍ରାକୃତିକ ବନ୍ୟାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା ବିଶ୍ୱ ତାପନ ବା ଗ୍ଲୋବା
ନୂଆଦିଲ୍ଲୀ: ମହାଶକ୍ତି ହେବାର ପ୍ରତିଯୋଗୀତାରେ ସାରା ବିଶ୍ୱ ପ୍ରକୃତିର ଯତ୍ନ ନେବା ପ୍ରାୟ ଭୁଲିଯାଇଛି। ସ୍ୱଳ୍ପ ମିୟାଦୀ ସଫଳତା ପାଇଁ ପୃଥିବୀ ବକ୍ଷ ବିଦାରି ତୋଳୁଛି ଅମହିକାର ସୁଉଚ୍ଚ ସୌଧ। ମଣିଷର ତାଡ଼ନା ସହି ସହି ଅତିଷ୍ଟ ହେବା ପରେ ପ୍ରକୃତି ମଝିରେ ମଝିରେ ତା’ର କରାଳ ରୂପ ଦେଖାଉଛି। ଯେଉଁଥିରେ କ୍ଷତି, କ୍ଷତ ସବୁ ହେଉଛି। ହେଲେ ସମୟ ଗଡ଼ିବା ସହିତ ଘା’ ଶୁଖିଗଲା ପରେ ମଣିଷ ସବୁ ଭୁଲିଯାଇ, ପୁଣି ବାହାରି ପଡ଼ୁଛି ପ୍ରତିଯୋଗୀତାରେ।
ପ୍ରତିଯୋଗୀତା ଅଣନିଃଶ୍ୱାସୀ ଧାଁଦୌଡ଼ ଭିତରେ ପ୍ରକୃତି ପ୍ରତି ଥିବା ତାର ଦାୟିତ୍ୱବୋଧ ଭୁଲିଯାଉଛି ମଣିଷ। ଯାହାର ପରିଣତି ବିନାଶ ଆଡ଼କୁ ଟାଣି ନେଲାଣି। ଭାରତ ବର୍ତ୍ତମାନ ସେହି ବିନାଶ ଦ୍ୱାରଦେଶରେ ଉପନୀତ। ଏକଥା ଆମେ କାହିଁକି କହୁଛି ଆପଣ ସମ୍ପୂର୍ଣ୍ଣ ରିପୋର୍ଟ ପଢ଼ିଲେ ଜାଣିପାରିବେ।
ନିକଟରେ କେନ୍ଦ୍ରୀୟ ଜଳ ଆୟୋଗ ଏକ ରିପୋର୍ଟ ଜାରି କରିଛି। ଯାହା ହିମାଳୟ ପାଦଦେଶରେ ଥିବା ଭାରତ ପାଇଁ ମହା ବିପଦ। ଜଳ ଆୟୋଗ କହିଛି, ହିମାଳୟ ଅଞ୍ଚଳରେ ଥିବା ବରଫ ହ୍ରଦର ଆକାର ବିପଦପ୍ରବଣ ଭାବେ ବଢ଼ି ଚାଲିଛି। ୨୦୧୧ ଠାରୁ ଏପର୍ଯ୍ୟନ୍ତ ଏହି ହ୍ରଦ ୧୧ ପ୍ରତିଶତ ବୃଦ୍ଧି ପାଇଲାଣି।
ସେପ୍ଟେମ୍ବରରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ବରଫ ହ୍ରଦର ଆକାର ବୃଦ୍ଧି ଯୋଗୁ ହେବାକୁ ଥିବା ଅପ୍ରାକୃତିକ ବନ୍ୟାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା ବିଶ୍ୱ ତାପନ ବା ଗ୍ଲୋବାଲ ୱାର୍ମିଂ ଯୋଗୁ ବରଫ ତରଳିବାରେ ଲାଗୁଛି। ଯାହା ଫଳରେ ହ୍ରଦର ପରିମାଣ ବଢ଼ୁଛି। ଏହି ବିପଦ କେବଳ ଯେ ଭାରତକୁ ଅଛି ତାହା ନୁହେଁ, ପଡ଼ୋଶୀ ଚୀନ ଏହାଠାରୁ ଅଧିକ ରିସ୍କରେ ରହିଛି। କାରଣ ଗ୍ଲାସିଆଲ୍ ହ୍ରଦର ବିସ୍ତାରର ଧାରା କେବଳ ଭାରତରେ ସୀମିତ ନୁହେଁ; ପଡୋଶୀ ଚାଇନାରେ ଅଧିକ ରହିଛି।
ଭାରତ ତୁଳନାରେ ଚୀନରେ ବଡ଼ ହ୍ରଦ ରହିଛି। ଏଗୁଡ଼ିକ ଦ୍ରୁତ ଗତିରେ ବଢୁଛି। ଚୀନରେ, ୫୦ ହେକ୍ଟରରୁ ଅଧିକ ପରିବ୍ୟାପ୍ତ ଦୁଇଟି ବୃହତ ହ୍ରଦ ଏବଂ ୧୪ ଟି ଜଳାଶୟ ରହିଛି। ଯାହା ୪୦% ରୁ ଅଧିକ ବୃଦ୍ଧି ହୋଇଛି। ଯାହାଫଳରେ ସୀମା ପାର ବିପଦ ସୃଷ୍ଟି ହୋଇଛି। ଏହି ହ୍ରଦଗୁଡ଼ିକର ଏଭଳି ଆକାର ବଢ଼ିବା ଏକ ବିନାଶକାରୀ ଜଳପ୍ରଳୟର ବିପଦ ସୃଷ୍ଟି କରୁଛି। ଏହିଭଳି ଅପ୍ରାକୃତିକ ବନ୍ୟାର ମୁକାବିଲା ପାଇଁ ୨୦୦୯ ଠାରୁ କେନ୍ଦ୍ରୀୟ ଜଳ ଆୟୋଗ ଏହି ବରଫ ହ୍ରଦଗୁଡ଼ିକର ଯାଞ୍ଚ ଆରମ୍ଭ କରିଥିଲା।
ଜଳ ଆୟୋଗ ୨୦୧୧ ସର୍ଭେରେ ୨,୦୨୮ ବରଫ ହ୍ରଦ ଓ ୧୦ ହେକ୍ଟରରୁ ଅଧିକ ଆୟତନର ଜଳାଶୟ ଠାବ କରିଥିଲା। ସେବେଠାରୁ କେନ୍ଦ୍ର ଜଳ ଆୟୋଗ ରିମୋଟ ସେନସନ୍ସିଂ, ସାଟେଲାଇଟ ଫଟୋ ଏବଂ ଗୁଗଲ ଆର୍ଥ ଇଞ୍ଜିନ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜୀ ବ୍ୟବହାର କରି ଏଗୁଡ଼ିକ ଉପରେ ନଜର ରଖିଛି। ବିଶେଷ କରି ୯୦୨ ଟି ବିପଦପ୍ରବଣ ଅବସ୍ଥାରେ ଥିବା ଜଳାଶୟ ଉପରେ କଡ଼ା ନଜର ରଖିଛି ଜଳ ଆୟୋଗ।
ସେପ୍ଟେମ୍ବର ୨୦୨୪ରେ ପ୍ରକାଶ ପାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି ଯେ ଗତ ଦଶନ୍ଧି ମଧ୍ୟରେ ୫୪୪ ଟି ବରଫ ହ୍ରଦ ଏବଂ ୩୫୮ ଟି ଜଳାଶ୍ରୟର କ୍ଷେତ୍ରଫଳରେ ୧୦.୮୧ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ଚୀନରେ ଏହି ବିସ୍ତାର ହାର ସର୍ବାଧିକ ରହିଥିବା ବେଳେ ଭାରତରେ ମଧ୍ୟ ସମାନ ଧାରା ଦେଖାଯାଉଛି। ଯେଉଁଠାରେ ୬୭ ଟି ହ୍ରଦ ଯଥେଷ୍ଟ ବୃଦ୍ଧି ପାଇଛି।
ଅନ୍ତର୍ଜାତୀୟ ସମନ୍ୱିତ ପାର୍ବତୀୟ ବିକାଶ କେନ୍ଦ୍ର(ICIMOD)ର ସଦ୍ୟତମ ତଥ୍ୟ ବରଫ ହ୍ରଦ ଜନିତ ଅପ୍ରାକୃତିକ ବନ୍ୟା ଆଶଂଙ୍କାକୁ ଅଧିକ ଗୁରୁତ୍ୱ ଦେଇଛି। ଏହାର ଗବେଷଣା ରିପୋର୍ଟରେ ଜଣାପଡ଼ିଛି ଯେ ୧୮୩୩ ମସିହାରୁ ଏପର୍ଯ୍ୟନ୍ତ ୭୦୦ଟି ବରଫ ହ୍ରଦ ଜନିତ ଅପ୍ରାକୃତିକ ବନ୍ୟା ସୃଷ୍ଟି ହୋଇଛି। ଏଥିରୁ ପ୍ରାୟ ୭୦ ପ୍ରତିଶତ ଗତ ୫୦ ବର୍ଷ ଭିତରେ ଘଟିଛି। ଯାହା ଜଳବାୟୁ ପରିବର୍ତ୍ତନର ବରଫ ହ୍ରଦ ଉପରେ ପଡ଼ୁଥିବା କୁପରିଣାମକୁ ଦର୍ଶାଉଛି।
୧୯୮୦ ମସିହାରେ ସର୍ବାଧିକ ବରଫ ହ୍ରଦ ତରଳିବା ଜନିତ ବନ୍ୟା ସୃଷ୍ଟି ହୋଇଛି। ଏହାପରେ ୨୦୧୫ରେ ୧୩ଟି ଏଭଳି ଘଟଣା ଘଟିଥିବା ବେଳେ ୧୯୭୩,୧୯୭୪,୨୦୦୨ ଓ ୨୦୧୦ ପ୍ରାୟ ୧୦ଟି ଲେଖାଏ ବନ୍ୟା ସୃଷ୍ଟି ହୋଇଛି। ୧୯୮୩୩ ମସିହାରେ ଘଟିଥିବା ବରଫ ବନ୍ୟାରେ ହିନ୍ଦୁ କୁଶ ହିମାଳୟ ଅଞ୍ଚଳରେ ୭ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ICIMODର ଅନୁସାରେ ବରଫାବୃତ୍ତ ଅଞ୍ଚଳରୁ ହଠାତ ବହୁ ପରିମାଣରେ ଜଳ ପ୍ରବାହିତ ହୋଇ ଅଦିନିଆ ବନ୍ୟା ସୃଷ୍ଟି କରେ। ଏହା ପ୍ରୟାତଃ ହିମସ୍ଖଳନ, ବରଫ ଚଟାଣ ଖସିବା, ଓ ଭୂସ୍କଳନ ଯୋଗୁ ହୋଇଥାଏ। ICIMOD ର ରିପୋର୍ଟ ଅନୁସାରେ, ଏସିଆର ଉଚ୍ଚ ପର୍ବତ ଶୃଙ୍ଘରେ ବରଫ ହ୍ରଦର ଦଳପ୍ରୟ ପରିସ୍ଥିତିକୁ ଦେଖିଲେ ଜଣାପଡ଼ୁଛି ଯେ ୫୪% ଘଟଣା ହିମସ୍କଳନ ଏବଂ ଭୂସ୍ଖଳନ ଭଳି ବଡ଼ ଘଟଣାରୁ ହୋଇଛି। ସେହିପରି ୧୮% ଘଟଣା ଅତ୍ୟଧିକ ବନ୍ୟା ଯୋଗୁ ହୋଇଛି।
ସମ୍ଭାବ୍ୟ ବରଫଯୁକ୍ତ ବନ୍ୟା ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ଭାରତୀୟ ହିମାଳୟ ଅଞ୍ଚଳରେ ୧୮୮ ଟି ବିପଦପୂର୍ଣ୍ଣ ହ୍ରଦ ପାଇଁ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ (EWS) ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପ ସରକାରଙ୍କ GLOF EWS ମିଶନର ଏକ ଅଂଶ, ଯାହା ୩ ଅକ୍ଟୋବର ୨୦୨୩ ରେ ସିକ୍କିମରେ ଘଟିଥିବା ଭୟଙ୍କର ବିପର୍ଯ୍ୟୟ ପରେ ଆରମ୍ଭ ହୋଇଥିଲା। ଏଥିରେ ୪୦ ରୁ ଅଧିକ ଲୋକ ପ୍ରାଣ ଯାଇଥିଲା।
ପ୍ରାଣୀ ଜଗତରେ ମଣିଷ ସବୁଠାରୁ ବୁଦ୍ଧିମାନ ପ୍ରାଣୀ। ତେଣୁ ପ୍ରକୃତିର ସୁରକ୍ଷା ମଣିଷର କର୍ତ୍ତବ୍ୟ ଓ ଦାୟିତ୍ୱ। ଏହି ପୃଥିବୀ କେବଳ ମଣିଷଙ୍କର ନୁହେଁ, ଅନ୍ୟ ଜୀବଯନ୍ତୁ ଓ ବୃକ୍ଷରାଜୀର ସ୍ୱର୍ଗ। ତେଣୁ ନିଜ ସ୍ୱାର୍ଥ ପାଇଁ ମଣିଷ ଏକାକୀ ଏହି ପୃଥିବୀକୁ ନଷ୍ଟ କରିବାରେ ତାର କୌଣସି ଅଧିକାର ନାହିଁ। ଏକଥା ଯେତେ ଶୀଘ୍ର ବୁଝିବା ସେତେ ଭଲ ନହେଲେ ସମ୍ପୂର୍ଣ୍ଣ ଜୀବ ଜଗତର ବିନାଶ ନିଶ୍ଚିତ।