ଆଇପିଏଲ ୨୦୨୪: ନିଲାମର ପ୍ରଥମ ବୋଲିରେ ରଚିବ ଇତିହାସ, ଅକ୍ସନର ମଲ୍ଲିକା ସାଗର ଦେଖାଇବେ ବଡ ଯାଦୁ
ନୂଆଦିଲ୍ଲୀ,୧୯।୧୨: ବର୍ତ୍ତମାନ ଆଇପିଏଲ ୨୦୨୪ ନିଲାମ ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହି ନିଲାମ ମଙ୍ଗଳବାର, ଡିସେମ୍ବର ୧୯ରେ ଦୁବାଇ ମାଟିରେ ହେବ। ଆଇପିଏଲ ଇତିହାସରେ ଏହା ପ୍ରଥମ ନିଲାମ ହେବ ଯେଉଁଥିରେ ମହିଳା ନିଲାମକାରୀମାନେ ଖେଳାଳିଙ୍କ ପାଇଁ ଟେଣ୍ଡର କରିବେ। ଆଇପିଏଲ ୨୦୨୪ ନିଲାମ ମହିଳା ନିଲାମଧାରୀ ମଲ୍ଲିକା ସାଗରଙ୍କ ଦ୍ୱାରା ପରିଚାଳିତ ହେବ, ଯିଏକି ମହିଳା ପ୍ରିମିୟର ଲିଗ ୨୦୨୪ ପାଇଁ ନିଲାମକାରୀ ଭାବରେ ମଧ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା […] The post ଆଇପିଏଲ ୨୦୨୪: ନିଲାମର ପ୍ରଥମ ବୋଲିରେ ରଚିବ ଇତିହାସ, ଅକ୍ସନର ମଲ୍ଲିକା ସାଗର ଦେଖାଇବେ ବଡ ଯାଦୁ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୧୨: ବର୍ତ୍ତମାନ ଆଇପିଏଲ ୨୦୨୪ ନିଲାମ ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହି ନିଲାମ ମଙ୍ଗଳବାର, ଡିସେମ୍ବର ୧୯ରେ ଦୁବାଇ ମାଟିରେ ହେବ। ଆଇପିଏଲ ଇତିହାସରେ ଏହା ପ୍ରଥମ ନିଲାମ ହେବ ଯେଉଁଥିରେ ମହିଳା ନିଲାମକାରୀମାନେ ଖେଳାଳିଙ୍କ ପାଇଁ ଟେଣ୍ଡର କରିବେ। ଆଇପିଏଲ ୨୦୨୪ ନିଲାମ ମହିଳା ନିଲାମଧାରୀ ମଲ୍ଲିକା ସାଗରଙ୍କ ଦ୍ୱାରା ପରିଚାଳିତ ହେବ, ଯିଏକି ମହିଳା ପ୍ରିମିୟର ଲିଗ ୨୦୨୪ ପାଇଁ ନିଲାମକାରୀ ଭାବରେ ମଧ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ଏହା ପ୍ରଥମ ନିଲାମ ହେବ ଯାହା ଭାରତ ବାହାରେ ଅନୁଷ୍ଠିତ ହେବ।
ନିକଟରେ ଶେଷ ହୋଇଥିବା ମହିଳା ପ୍ରିମିୟର ଲିଗରେ ଟେଣ୍ଡର କରିଥିବା ଏବଂ ଆଇପିଏଲରେ ପ୍ରଥମ ଥର ନିଲାମଧାରୀ ହୋଇଥିବା ମଲ୍ଲିକା ସାଗର ମୁମ୍ବାଇର ବାସିନ୍ଦା ତଥା କଳା ସଂଗ୍ରହକାରୀ। ‘ESPNcricinfo’ ର ରିପୋର୍ଟ ଅନୁଯାୟୀ, ଯଦିଓ ତାଙ୍କୁ ଆଇପିଏଲରେ ପ୍ରଥମ ଥର ନିଲାମକାରୀ ଭାବେ ଦେଖାଯିବ, ତଥାପି ସେ ପ୍ରୋ କବାଡି ଲିଗରେ ନିଲାମକାରୀ ଭାବେ ହାଜର ହୋଇଥିଲେ। ଏହା ବ୍ୟତୀତ ସେ କଳା ଜଗତରେ ଅନେକ ଥର ନିଲାମକାରୀ ହୋଇପାରିଛନ୍ତି।
ସୂଚନାଯୋଗ୍ୟ, ମଲ୍ଲିକା ସାଗର ଆଇପିଏଲର ତୃତୀୟ ନିଲାମକାରୀ ହେବେ। ଆଇପିଏଲ ଆରମ୍ଭରୁ ଅର୍ଥାତ୍ ୨୦୦୮ ରୁ ୨୦୧୮ପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ରିଚାର୍ଡ ମ୍ୟାଡଲେ ଆଇପିଏଲ ନିଲାମ କରିଛନ୍ତି। ଏହା ପରେ ଅର୍ଥାତ୍ ୨୦୧୮ପରେ, ହ୍ୟୁଜ ଆଡାମସ ଆଇପିଏଲର ନିଲାମକାରୀ ରହିଲେ। କିନ୍ତୁ ବର୍ତ୍ତମାନ, ଆଇପିଏଲ ୨୦୨୪ର ମିନି ନିଲାମର ନିଲାମକାରୀ ମଲ୍ଲିକା ସାଗର ହେବେ।
The post ଆଇପିଏଲ ୨୦୨୪: ନିଲାମର ପ୍ରଥମ ବୋଲିରେ ରଚିବ ଇତିହାସ, ଅକ୍ସନର ମଲ୍ଲିକା ସାଗର ଦେଖାଇବେ ବଡ ଯାଦୁ appeared first on Dharitri Odia News.