ଓଡିଶା ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା ନିର୍ବାଚିତ

ଫୁଲବାଣୀ: ରାଜ୍ୟର ଅଗ୍ରଣୀ ଓ ପୁରାତନ ସାମ୍ବାଦିକ ସଂଘ ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ୨୬ ତମ ଦ୍ବିବାର୍ଷିକ ସମ୍ମିଳନୀ, ଭୁବନେଶ୍ବର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏହି ଅବସରରେ ସଂଘର ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କ ନାମକୁ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ସାହୁ ଘୋଷଣା କରିଥିଲେ। ରାଜ୍ୟ ସଭାପତି ଭାବେ ପୁନର୍ବାର ପ୍ରସନ୍ନ ମହାନ୍ତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ କମ୍ବୁପାଣି ମିଶ୍ର, ଉପସଭାପତି ଭାବେ ରାଜୀବ ମହାନ୍ତି […]

ଓଡିଶା ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା ନିର୍ବାଚିତ

ଫୁଲବାଣୀ: ରାଜ୍ୟର ଅଗ୍ରଣୀ ଓ ପୁରାତନ ସାମ୍ବାଦିକ ସଂଘ ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ୨୬ ତମ ଦ୍ବିବାର୍ଷିକ ସମ୍ମିଳନୀ, ଭୁବନେଶ୍ବର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏହି ଅବସରରେ ସଂଘର ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କ ନାମକୁ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ସାହୁ ଘୋଷଣା କରିଥିଲେ। ରାଜ୍ୟ ସଭାପତି ଭାବେ ପୁନର୍ବାର ପ୍ରସନ୍ନ ମହାନ୍ତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ କମ୍ବୁପାଣି ମିଶ୍ର, ଉପସଭାପତି ଭାବେ ରାଜୀବ ମହାନ୍ତି ଓ ରାଜେଶ ପଟ୍ଟନାୟକ ଏବଂ ସମ୍ପାଦକ ଭାବେ ଫୁଲବାଣୀର ପ୍ରଶାନ୍ତ କୁମାର ବେହେରା ଏବଂ ପ୍ରସନ୍ନ ପାଇକରାୟ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରିଥିଲେ। ଏହି ଅବସରରେ ଅତିଥି ମାନେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।