ପ୍ରଜାକୋର୍ଟରେ ଯୁବକଙ୍କୁ ମାରିଦେଲେ ମାଓବାଦୀ

ମାଲକାନଗିରି,୨୭।୮ (ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ବିଜାପୁର ଜିଲାର ଭୈରମଗଡ଼ରେ ମାଓବାଦୀମାନେ ଏକ ପ୍ରଜା କୋର୍ଟକରି ଜଣେ ଯୁବକଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ ଇନ୍‌ଫର୍ମର ଅଭିଯୋଗରେ ମାଓବାଦୀମାନେ ଯୁବକଙ୍କୁ ହତ୍ୟାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ, ମାଓବାଦୀ ସଙ୍ଗଠନ ଭୈରମଗଡ଼ ଏରିଆ କମିଟି ସ୍ଥାନୀୟ ଅଞ୍ଚଳର ଏକ ଅଜ୍ଞାତ ସ୍ଥାନରେ ଜନ ଅଦାଲତର ଆୟୋଜନ କରିଥିଲେ, ଯେଉଁଠି ମାଓବାଦୀମାନେ ଭୈରମଗଡ଼ର ଜୈଗୁର ନିବାସୀ ସିତୁ ମାଣ୍ଡବୀଙ୍କୁ ହତ୍ୟା କରିଥିଲେ। ସିତୁ ୨୦୨୧ ପରଠାରୁ ପୋଲିସ ପାଇଁ […] The post ପ୍ରଜାକୋର୍ଟରେ ଯୁବକଙ୍କୁ ମାରିଦେଲେ ମାଓବାଦୀ appeared first on Dharitri Odia News.

ପ୍ରଜାକୋର୍ଟରେ ଯୁବକଙ୍କୁ ମାରିଦେଲେ ମାଓବାଦୀ

ମାଲକାନଗିରି,୨୭।୮ (ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ବିଜାପୁର ଜିଲାର ଭୈରମଗଡ଼ରେ ମାଓବାଦୀମାନେ ଏକ ପ୍ରଜା କୋର୍ଟକରି ଜଣେ ଯୁବକଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ ଇନ୍‌ଫର୍ମର ଅଭିଯୋଗରେ ମାଓବାଦୀମାନେ ଯୁବକଙ୍କୁ ହତ୍ୟାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ, ମାଓବାଦୀ ସଙ୍ଗଠନ ଭୈରମଗଡ଼ ଏରିଆ କମିଟି ସ୍ଥାନୀୟ ଅଞ୍ଚଳର ଏକ ଅଜ୍ଞାତ ସ୍ଥାନରେ ଜନ ଅଦାଲତର ଆୟୋଜନ କରିଥିଲେ, ଯେଉଁଠି ମାଓବାଦୀମାନେ ଭୈରମଗଡ଼ର ଜୈଗୁର ନିବାସୀ ସିତୁ ମାଣ୍ଡବୀଙ୍କୁ ହତ୍ୟା କରିଥିଲେ। ସିତୁ ୨୦୨୧ ପରଠାରୁ ପୋଲିସ ପାଇଁ ଇନ୍‌ଫର୍ମର ଭାବେ କାର୍ଯ୍ୟକରି ଆସୁଥିଲେ। ସଙ୍ଗଠନ ରଣନୀତି ଏବଂ ଗତିବିଧି ସମ୍ପର୍କରେ ପୋଲିସକୁ ସୂଚନା ଦେଉଥିବାରୁ ପ୍ରଜାକୋର୍ଟରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏନେଇ ମାଓବାଦୀ ସଙ୍ଗଠନ ପକ୍ଷରୁ ଏକ ପୋଷ୍ଟର ସ୍ଥାନୀୟ ଅଞ୍ଚଳରେ ଲଗାଯାଇଥିବା ଦେଖିବାକୁ ମିଳିଛି।

The post ପ୍ରଜାକୋର୍ଟରେ ଯୁବକଙ୍କୁ ମାରିଦେଲେ ମାଓବାଦୀ appeared first on Dharitri Odia News.