ସୁନୀତାଙ୍କୁ ନାସା ପକ୍ଷରୁ ମିଳିବ କେତେ ଟଙ୍କା କ୍ଷତିପୂରଣ, ଅନ୍ୟସବୁ ସୁବିଧା ବିଷୟରେ ବି ଜାଣନ୍ତୁ…
ଓ୍ବାଶିଂଟନ୍,୧୮।୩: ଫେରୁଛନ୍ତି ସୁନୀତା ଓ୍ବିଲିୟମ୍ସ। ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୮ ଦିନିଆ ମିଶନରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)କୁ ଯାଇଥିଲେ, କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ସେମାନଙ୍କୁ ସେଠାରେ ପ୍ରାୟ ୯ ମାସ ରହିବାକୁ ପଡିଲା। ନାସାର ଅବସରପ୍ରାପ୍ତ ମହାକାଶଚାରୀ କ୍ୟାଡି କୋଲେମାନଙ୍କ ଅନୁଯାୟୀ, ମହାକାଶଚାରୀମାନେ ଫେଡେରାଲ ବା ଆମେରିକାର ସରକାରୀ କର୍ମଚାରୀ। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଦରମା ମିଳିଥାଏ। ତେବେ ମହାକାଶ ଯାତ୍ରା ସେମାନାଙ୍କ ପାଇଁ ଅନ୍ୟ କୌଣସି […] The post ସୁନୀତାଙ୍କୁ ନାସା ପକ୍ଷରୁ ମିଳିବ କେତେ ଟଙ୍କା କ୍ଷତିପୂରଣ, ଅନ୍ୟସବୁ ସୁବିଧା ବିଷୟରେ ବି ଜାଣନ୍ତୁ… appeared first on Dharitri Odia News.
ଓ୍ବାଶିଂଟନ୍,୧୮।୩: ଫେରୁଛନ୍ତି ସୁନୀତା ଓ୍ବିଲିୟମ୍ସ। ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୮ ଦିନିଆ ମିଶନରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)କୁ ଯାଇଥିଲେ, କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ସେମାନଙ୍କୁ ସେଠାରେ ପ୍ରାୟ ୯ ମାସ ରହିବାକୁ ପଡିଲା। ନାସାର ଅବସରପ୍ରାପ୍ତ ମହାକାଶଚାରୀ କ୍ୟାଡି କୋଲେମାନଙ୍କ ଅନୁଯାୟୀ, ମହାକାଶଚାରୀମାନେ ଫେଡେରାଲ ବା ଆମେରିକାର ସରକାରୀ କର୍ମଚାରୀ। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଦରମା ମିଳିଥାଏ।
ତେବେ ମହାକାଶ ଯାତ୍ରା ସେମାନାଙ୍କ ପାଇଁ ଅନ୍ୟ କୌଣସି ସରକାରୀ ଗସ୍ତ ଭଳି, ତେଣୁ ସେଥିପାଇଁ ସେମିତି ଅଲଗା ଆଲାଉନ୍ସ ବା ବେତନ ବ୍ୟବସ୍ଥା ନାହିଁ। ଏହି ସମୟ ମଧ୍ୟରେ, ସେମାନଙ୍କୁ ପ୍ରତି ମାସ ଭଳି ଦରମା ମିଳେ। ଏହାଛଡ଼ା ଏମାନଙ୍କୁ ଅନ୍ୟାନ୍ୟ ଆନୁସାଙ୍ଗିକ ସରକାରୀ ସୁବିଧା ମଧ୍ୟ ମିଳିଥାଏ। ଏହି ହିସାବରେ ଆନ୍ତର୍ଜାତିକ ସ୍ପେସ ଷ୍ଟେସନରରୁ ଫେରିବା ପରେ କ୍ଷତିପୂରଣ ଭାବରେ ସୁନୀତାଙ୍କୁ କୋଟିଏରୁ ଅଧିକ ଟଙ୍କା ପାଇବେ ବୋଲି ଅନୁମାନ କରାଯାଉଛି। Marca.com ଅନୁସାରେ ସୁନୀତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୩୭ କୋଟି ହେବ।
ମହାକାଶରେ ସେମାନଙ୍କ ସମସ୍ତ ଖର୍ଚ୍ଚ ନାସା ବହନ କରେ। ତେବେ ସେମାନେ ଦୈନିକ ଭତ୍ତା ବାଦରେ ମାତ୍ର ୪ ଡଲାର ମିଳିଥାଏ। ଏହି ହିସାବରେ ସୁନୀତା ୱିଲିୟମ୍ସ ଓ ବୁଚ ୱିଲମୋର ପ୍ରାୟ ୧୧୪୮ ଡଲାର୍ ବା ୧ ଲକ୍ଷ ଟଙ୍କା ଲେଖାଏ ଅତିରିକ୍ତ ରାଶି ପାଇବେ।
ସୁନୀତା ୱିଲିୟମ୍ସ ଓ ବୁଚ ୱିଲମୋର ଆମେରିକାର ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ଗ୍ରେଡ GS – 15ରେ ଅନ୍ତର୍ଭୁକ୍ତ। ଏହି ଗ୍ରେଡ୍ର କର୍ମଚାରୀଙ୍କ ବାର୍ଷିକ ଦରମା ୧ ଲକ୍ଷ ୪୬ ହଜାର ୭୫୭ ଡଲାର ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୧ କୋଟି ୨୭ ଲକ୍ଷ ହେବ।
The post ସୁନୀତାଙ୍କୁ ନାସା ପକ୍ଷରୁ ମିଳିବ କେତେ ଟଙ୍କା କ୍ଷତିପୂରଣ, ଅନ୍ୟସବୁ ସୁବିଧା ବିଷୟରେ ବି ଜାଣନ୍ତୁ… appeared first on Dharitri Odia News.