ପାରାଦୀପ-କୁଜଙ୍ଗ ଅଞ୍ଚଳରେ ବ୍ୟାପୁଛି ଡାଇରିଆ
ପାରାଦୀପ,୨୧।୭: ଜଗତସିଂହପୁର ଜିଲା ପାରାଦୀପ-କୁଜଙ୍ଗ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଦେଇଛି। ଅଞ୍ଚଳରେ ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପାରାଦୀପଗଡ଼ ଗାଁରେ ଝାଡ଼ାବାନ୍ତିରେ ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କାକାଙ୍କ ମୃତ୍ୟୁର ୧୩ ଦିନ ପରେ ପୁତୁରାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗାଁର ୧୦ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅଞ୍ଚଳର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଦୂଷିତ ପାଣି […] The post ପାରାଦୀପ-କୁଜଙ୍ଗ ଅଞ୍ଚଳରେ ବ୍ୟାପୁଛି ଡାଇରିଆ appeared first on Dharitri Odia News.
ପାରାଦୀପ,୨୧।୭: ଜଗତସିଂହପୁର ଜିଲା ପାରାଦୀପ-କୁଜଙ୍ଗ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଦେଇଛି। ଅଞ୍ଚଳରେ ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପାରାଦୀପଗଡ଼ ଗାଁରେ ଝାଡ଼ାବାନ୍ତିରେ ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କାକାଙ୍କ ମୃତ୍ୟୁର ୧୩ ଦିନ ପରେ ପୁତୁରାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗାଁର ୧୦ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅଞ୍ଚଳର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।
ଦୂଷିତ ପାଣି ଏବଂ ଡ୍ରେଜେଜ୍ ସମସ୍ୟା ଯୋଗୁ ଅଞ୍ଚଳରେ ଝଡ଼ାବାନ୍ତି ବ୍ୟାପୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
The post ପାରାଦୀପ-କୁଜଙ୍ଗ ଅଞ୍ଚଳରେ ବ୍ୟାପୁଛି ଡାଇରିଆ appeared first on Dharitri Odia News.