ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା
କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ ହେବାକୁ ଥିବା ଦଶାହ ଏବଂ ଏକାଦଶ କର୍ମରେ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଭ୍ରାତା ଯୋଗଦେବା ନେଇ କଟକ ଜିଲା ଓ ଦୌରାଜଜ ଅନୁମତି ପ୍ରଦାନ କରିଛନ୍ତି। ଧଳସାମନ୍ତଭ୍ରାତା ପୋଲିସର କଡ଼ା ହେପାଜତରେ ଉକ୍ତ ଦୁଇ ଦିନ ତାଙ୍କ ବାସଭବନରେ ରହି ବାପାଙ୍କ ଶୁଦ୍ଧି କ୍ରିୟା ସମ୍ପନ୍ନ କରିବେ ବୋଲି […] The post ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା appeared first on Dharitri Odia News.
କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ ହେବାକୁ ଥିବା ଦଶାହ ଏବଂ ଏକାଦଶ କର୍ମରେ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଭ୍ରାତା ଯୋଗଦେବା ନେଇ କଟକ ଜିଲା ଓ ଦୌରାଜଜ ଅନୁମତି ପ୍ରଦାନ କରିଛନ୍ତି। ଧଳସାମନ୍ତଭ୍ରାତା ପୋଲିସର କଡ଼ା ହେପାଜତରେ ଉକ୍ତ ଦୁଇ ଦିନ ତାଙ୍କ ବାସଭବନରେ ରହି ବାପାଙ୍କ ଶୁଦ୍ଧି କ୍ରିୟା ସମ୍ପନ୍ନ କରିବେ ବୋଲି ଅଦାଲତ ଆଦେଶ ଦେଇଛନ୍ତି।
ସୂଚନା ଯୋଗ୍ୟ, ସିଡିଏ ଅଞ୍ଚଳରେ ରହୁଥିବା ଧଳସାମନ୍ତ ଭ୍ରାତାଙ୍କ ପିତା ସରୋଜ କୁମାର ଧଳସାମନ୍ତ(୭୧)ଙ୍କ ଗତ ୨୦ ତାରିଖରେ ପରଲୋକ ଘଟିଥିଲା। ଏନେଇ ସୂଚନା ପାଇବା ପରେ ଧଳସାମନ୍ତ ଭ୍ରାତା ଅଦାଲତଙ୍କ ଅନୁମତି ନେଇ ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହୋଇଥିଲେ। କଡ଼ା ସୁରକ୍ଷା ବଳୟରେ ଉଭୟଙ୍କୁ ଜେଲରୁ ଅଣାଯାଇଥିଲା।
ପିତାଙ୍କ ଶେଷକୃତ୍ୟ ସମ୍ପନ୍ନ କରି ଦୁହେଁ ପୁଣି କାରାଗାରକୁ ଫେରିଯାଇଥିଲେ। ତେବେ ଶୁଦ୍ଧିକ୍ରିୟାରେ ସାମିଲ ହେବା ନିମନ୍ତେ ଧଳସାମନ୍ତ ଭ୍ରାତାଙ୍କ ପକ୍ଷରୁ କଟକ ଜିଲା ଓ ଦୌରାଜଜ୍ଙ୍କ ଅଦାଲତରେ ଆବେଦନ କରାଯାଇଥିଲା। ଅଦାଲତ ଆବେଦନକୁ ଗ୍ରହଣ କରି ୨ ଦିନ ପୋଲିସ ହେପାଜତରେ ରହି ଦଶାହ ଓ ଏକାଦଶାହ କର୍ମ ସମ୍ପନ୍ନ କରିବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି।
The post ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା appeared first on Dharitri Odia News.