ପାରାଦୀପ ବିଜେଡିରେ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ

ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବା ବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇ ଦେଇଛି।

ପାରାଦୀପ ବିଜେଡିରେ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ

ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବା ବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇ ଦେଇଛି। ଢୋଲ-ମୂଷା ଆକ୍ଷେପ ପ୍ରତି ଆକ୍ଷେପକୁ ନେଇ ଜଗତସିଂହପୁର ପାରାଦୀପରେ ତ କେହି କାହାରିକୁ ଶୁଣିବା ସ୍ଥିତିରେ ନାହାଁନ୍ତି। ତୀବ୍ର ହେଉଛି ଜଗତସିଂହପୁର ବିଜେଡି କନ୍ଦଳ। ଗୋଟିଏ ଗୋଷ୍ଠୀର କର୍ମୀ ସମ୍ମିଳନୀର କାଉଣ୍ଟରରେ ଅପର ଗୋଷ୍ଠୀ ପ୍ରେସମିଟ୍‌ କରିଛନ୍ତି। ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ମେଳି ବାନ୍ଧି ପ୍ରବଳ ବିରୋଧ ଜାରି ରଖିଛନ୍ତି ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ।