ପାରାଦୀପରେ ବନ୍ଦରରେ ୩ ଘାନା ନାଗରିକ, ଲୁଚି ଆସିଥିବା ବେଳେ ବାନ୍ଧିଲା CISF !
ପାରାଦୀପ ୩୧।୦୮ : CISF ହେପାଜତରେ ତିନି ଘାନା ନାଗରିକ । ଏକ ଜାହାଜରେ ଲୁଚି ଆସୁଥିବା ବେଳେ CISF ହାବୁଡ଼ରେ ପଡିଛନ୍ତି । ସମସ୍ତଙ୍କୁ ଅଟକ ରଖି ଜେରା କରୁଛି CISF । ଖବର ଅନୁଯାୟୀ, ପାରାଦୀପ ପୋର୍ଟରେ ଏକ ଜାହାଜ ଲାଗିବା ପରେ ତନାଘନା ଚାଲିଥିଲା । ହଠାତ୍ ପାରାଦୀପରେ ଲାଗିଥିବା ଏମ୍ନି ଗ୍ରେଟ୍ ସେଙ୍ଗ ଓ୍ୱେନ୍ ଜାହାଜରେ ତିନି ଜଣ ଘାନା ନାଗରିକ ଲୁଚି ଥିବା ଜଣାପଡିଥିଲା । ଏହାପରେ ସମସ୍ତଙ୍କୁ CISF ହେପାଜତକୁ ନେଇଥିଲା । ଜାହାଜଟି ହଂକଂ ଦେଶର ହୋଇଥିବା ବେଳେ ଏମାନେ ଏହି ଜାହାଜକୁ କିପରି ଆସିଲେ । ସେନେଇ ତନାଘନା ଚାଲିଛି । ଅନ୍ୟପଟେ ଜାହାଜରେ ଥିବା ୨୦ ଜଣ କ୍ରିୟୁ ସଦସ୍ୟ ଏହି ଘାନା ନାଗରିକଙ୍କୁ ଚିହ୍ନଟ କରିଛନ୍ତି ।
ପାରାଦୀପ ୩୧।୦୮ : CISF ହେପାଜତରେ ତିନି ଘାନା ନାଗରିକ । ଏକ ଜାହାଜରେ ଲୁଚି ଆସୁଥିବା ବେଳେ CISF ହାବୁଡ଼ରେ ପଡିଛନ୍ତି । ସମସ୍ତଙ୍କୁ ଅଟକ ରଖି ଜେରା କରୁଛି CISF ।
ଖବର ଅନୁଯାୟୀ, ପାରାଦୀପ ପୋର୍ଟରେ ଏକ ଜାହାଜ ଲାଗିବା ପରେ ତନାଘନା ଚାଲିଥିଲା । ହଠାତ୍ ପାରାଦୀପରେ ଲାଗିଥିବା ଏମ୍ନି ଗ୍ରେଟ୍ ସେଙ୍ଗ ଓ୍ୱେନ୍ ଜାହାଜରେ ତିନି ଜଣ ଘାନା ନାଗରିକ ଲୁଚି ଥିବା ଜଣାପଡିଥିଲା । ଏହାପରେ ସମସ୍ତଙ୍କୁ CISF ହେପାଜତକୁ ନେଇଥିଲା । ଜାହାଜଟି ହଂକଂ ଦେଶର ହୋଇଥିବା ବେଳେ ଏମାନେ ଏହି ଜାହାଜକୁ କିପରି ଆସିଲେ । ସେନେଇ ତନାଘନା ଚାଲିଛି । ଅନ୍ୟପଟେ ଜାହାଜରେ ଥିବା ୨୦ ଜଣ କ୍ରିୟୁ ସଦସ୍ୟ ଏହି ଘାନା ନାଗରିକଙ୍କୁ ଚିହ୍ନଟ କରିଛନ୍ତି ।