ସ୍ବାମୀଙ୍କ ପାଇଁ ଡେ’ କେୟାର
ଚାଇଲ୍ଡ ଡେ’ କେୟାର ସିଷ୍ଟମ ଆଜିକାଲି ସହରରେ ବଢ଼ିବାକୁ ଲାଗିଲାଣି। କାରଣ କର୍ମଜୀବୀ ଦମ୍ପତି ଏଠି ପିଲାଙ୍କୁ ଛାଡ଼ିଦେଇ ନିଶ୍ଚିନ୍ତରେ ଅଫିସ୍କୁ ଯାଇ କାମ କରିପାରୁଛନ୍ତି। ତେବେ ଜାଣନ୍ତି କି ଏବେ ହଜ୍ବ୍ୟାଣ୍ଡ ଡେ’ କେୟାର ସିଷ୍ଟମ ବି ଆସିଗଲାଣି। ଭାବୁଥିବେ ଇଏ ପୁଣି କ’ଣ? କଥା କ’ଣ କି ସାଧାରଣତଃ ଗୃହିଣୀମାନଙ୍କର ଘର କାମ କରି କରି ସମୟ ବିତିଥାଏ। ଏହାଛଡ଼ା ସ୍ବାମୀଙ୍କର ଟିକିନିଖି କଥା ବି ବୁଝିବାକୁ ହୁଏ। ଅର୍ଥାତ୍ ପ୍ରାୟ ଭାରତୀୟ ସ୍ବାମୀ […] The post ସ୍ବାମୀଙ୍କ ପାଇଁ ଡେ’ କେୟାର appeared first on Dharitri Odia News.
ଚାଇଲ୍ଡ ଡେ’ କେୟାର ସିଷ୍ଟମ ଆଜିକାଲି ସହରରେ ବଢ଼ିବାକୁ ଲାଗିଲାଣି। କାରଣ କର୍ମଜୀବୀ ଦମ୍ପତି ଏଠି ପିଲାଙ୍କୁ ଛାଡ଼ିଦେଇ ନିଶ୍ଚିନ୍ତରେ ଅଫିସ୍କୁ ଯାଇ କାମ କରିପାରୁଛନ୍ତି। ତେବେ ଜାଣନ୍ତି କି ଏବେ ହଜ୍ବ୍ୟାଣ୍ଡ ଡେ’ କେୟାର ସିଷ୍ଟମ ବି ଆସିଗଲାଣି। ଭାବୁଥିବେ ଇଏ ପୁଣି କ’ଣ? କଥା କ’ଣ କି ସାଧାରଣତଃ ଗୃହିଣୀମାନଙ୍କର ଘର କାମ କରି କରି ସମୟ ବିତିଥାଏ। ଏହାଛଡ଼ା ସ୍ବାମୀଙ୍କର ଟିକିନିଖି କଥା ବି ବୁଝିବାକୁ ହୁଏ। ଅର୍ଥାତ୍ ପ୍ରାୟ ଭାରତୀୟ ସ୍ବାମୀ ନିଜ ସ୍ତ୍ରୀଙ୍କ ଉପରେ ଏତେ ନିର୍ଭରଶୀଳ ହୋଇଥାନ୍ତି ଯେ, ସ୍ତ୍ରୀ ବିନା ମୁହୂର୍ତ୍ତେ ରହିପାରନ୍ତି ନାହିଁ। ପ୍ରତି କଥାରେ ସ୍ତ୍ରୀଙ୍କ ସାହାଯ୍ୟ ଲୋଡ଼ନ୍ତି। ଏମିତିରେ ବିଚରା ସ୍ତ୍ରୀଟି ନିଜ ପାଇଁ ସମୟ ବାହାର କରିପାରେନା। ସାଙ୍ଗସାଥୀଙ୍କ ସହ ଶପିଂ କି ଫିଲ୍ମ ଦେଖିବାକୁ ଯାଇପାରେନା। ଏହାକୁ ନଜରରେ ରଖି ହିଁ ଆରମ୍ଭ ହୋଇଛି ଏହି ହଜ୍ବ୍ୟାଣ୍ଡ ଡେ’ କେୟାର ସିଷ୍ଟମ; ଯେଉଁଥିରେ ସ୍ବାମୀଙ୍କୁ ସ୍ତ୍ରୀମାନେ ଡେ’ କେୟାର ସେଣ୍ଟରରେ ଛାଡ଼ି ଦେଇ ସାଙ୍ଗସାଥୀଙ୍କ ସହ ପାର୍ଲର, ଫିଲ୍ମ ଓ ଶପିଂ କରିବାକୁ ଯାଇପାରିବେ। ଖୁସିରେ ବୁଲିପାରିବେ। ଅନ୍ୟପକ୍ଷେ ହଜ୍ବ୍ୟାଣ୍ଡ ଡେ’ କେୟାର ସେଣ୍ଟରରେ ସ୍ବାମୀମାନଙ୍କ ଖାଇବା, ପିଇବା ବୁଝାଯାଏ। ଫଳରେ ସେ ଚିନ୍ତା ରହିବ ନାହିଁ। ବିଦେଶରେ ଏହି ହଜ୍ବ୍ୟାଣ୍ଡ ଡେ’ କେୟାର ସିଷ୍ଟମ ବହୁ ଆଗରୁ ଅଛି। ଏଇ କିଛି ବର୍ଷ ହେବ ଏହା ଭାରତରେ ଆରମ୍ଭ ହୋଇଛି। ମହିଳାମାନେ ଏଥିରୁ ସୁଫଳ ପାଇବେ ବୋଲି ଆଶା କରାଯାଉଛି।
The post ସ୍ବାମୀଙ୍କ ପାଇଁ ଡେ’ କେୟାର appeared first on Dharitri Odia News.