ପାରାମାଉଣ୍ଟ ‘ଏ’ ଫାଇନାଲରେ
ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ପାରାମାଉଣ୍ଟ ‘ଏ’ ଦଳ। ସୋମବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦଳ ୨୨୬ରନରେ ସିଏପି ଟିମ୍କୁ ଶୋଚନୀୟ ପରାସ୍ତ କରିଛି। ପାରାମାଉଣ୍ଟ ଗ୍ରାଉଣ୍ଡରେ ବିଜୟୀ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ପ୍ରନ୍ତିକ ପି. ନାୟକ ଓ ସ୍ବାଗତ ଏସ୍. ମିଶ୍ରଙ୍କ ଶତକ ସହାୟତାରେ ନିର୍ଦ୍ଧାରିତ ୪୦ ଓଭରରେ […] The post ପାରାମାଉଣ୍ଟ ‘ଏ’ ଫାଇନାଲରେ appeared first on Dharitri Odia News.
ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ପାରାମାଉଣ୍ଟ ‘ଏ’ ଦଳ। ସୋମବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦଳ ୨୨୬ରନରେ ସିଏପି ଟିମ୍କୁ ଶୋଚନୀୟ ପରାସ୍ତ କରିଛି। ପାରାମାଉଣ୍ଟ ଗ୍ରାଉଣ୍ଡରେ ବିଜୟୀ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ପ୍ରନ୍ତିକ ପି. ନାୟକ ଓ ସ୍ବାଗତ ଏସ୍. ମିଶ୍ରଙ୍କ ଶତକ ସହାୟତାରେ ନିର୍ଦ୍ଧାରିତ ୪୦ ଓଭରରେ ମାତ୍ର ୨ ଉଇକେଟରେ ୩୪୦ ରନ କରିଥିଲା। ପ୍ରନ୍ତିକ ୧୪୭ ବଲ୍ରୁ ସମ୍ମୁଖୀନ ହୋଇ ୨୫ଚୌକା ଓ ୬ ଛକା ସହ ୧୮୮ ରନ କରି ଅପରାଜିତ ରହିଥିଲେ। ସ୍ବାଗତ ୭୬ ବଲ୍ରେ ୧୦ ଚୌକା ଓ ୩ ଛକା ସହ ୧୦୦ ରନ କରିଥିଲେ। ଜବାବରେ ସିଏପି ଦଳ ୨୦.୨ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ଟପ୍ ସ୍କୋରର ଅରବିନ୍ଦ ମୁଦୁଲି ୩୮ ରନ କରିଥିଲେ। ପାରାମାଉଣ୍ଟ ‘ଏ’ ଦଳ ପକ୍ଷରୁ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିବା ଶୁଭମ ପରିଡା ୧୪ ରନ ବିନିମୟରେ ୩ ଉଇକେଟ ନେଇଥିବା ବେଳେ ନକିବ ସରବର ଓ ଏସ୍. ଆର. ସୁବୁଦ୍ଧି ୨ଟି ଲେଖାଏଁ ଉଇକେଟ ନେଇଥିଲେ। ପାରାମାଉଣ୍ଟ ‘ଏ’ର ପ୍ରନ୍ତିକ ପି. ନାୟକ ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆଡଭୋକେଟ ତଥା ବିଜେଇଏମ୍ ସ୍କୁଲର ସଦସ୍ୟ ଡକ୍ଟର ଗଙ୍ଗାଧର ମାନ୍ସିଂ ସୋମବାର ମ୍ୟାଚର ଅତିଥିଭାବେ ଯୋଗ ଦେଇଥିଲେ। ମଙ୍ଗଳବାର ଦ୍ୱିତୀୟ ସେମିଫାଇନାଲ ରାମେଶ୍ୱର ବନାମ ପ୍ରଗତି ମଧ୍ୟରେ ହେବ। ଫାଇନାଲ ମ୍ୟାଚ ଆସନ୍ତା ୨୬ ତାରିଖରେ ଖେଳାଯିବ।
The post ପାରାମାଉଣ୍ଟ ‘ଏ’ ଫାଇନାଲରେ appeared first on Dharitri Odia News.