ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ଭାଉଜକୁ କଟୁରୀରେ ହାଣିଦେଲା ଦିଅର

କରଞ୍ଜିଆ ୨୧।୦୮ : ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ । ଭାଉଜକୁ କଟୁରୀରେ ହାଣି ହତ୍ୟା କରିଦେଲା ସଂପର୍କୀୟ ଦିଅର। ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ମେଣ୍ଢାମୁଣ୍ଡି ଗାଁରେ ଘଟିଛି ଏହି ଘଟଣା ।  ମଙ୍ଗଳବାର ରାତି କୌଣସି କାରଣକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂପର୍କୀୟ ଦିଅର ସନୁ ପିଙ୍ଗୁଆ ସହ ଆଉ ତିନି ଜଣ ମିଶି ଭାଉଜ ମଙ୍ଗୁଳି ପୂର୍ତ୍ତିକୁ ଆକ୍ରମଣ କରିଥିଲେ । ସନୁ ପିଙ୍ଗୁଆର କଟୁରୀ ଚୋଟରେ ଘଟଣାସ୍ଥଳରେ ହିଁ ଭାଉଜ ମଙ୍ଗୁଳି ପୂର୍ତ୍ତିର ମୃତ୍ୟୁ ହୋଇଯାଇଛି ।  ସେପଟେ ଘଟଣାସ୍ଥଳରେ ରରୁଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦିଅର ସନୁ ପିଙ୍ଗୁଆ ସହ ଆଉ ଜଣେ ଅଭିଯୁକ୍ତ ସାନ ପିଙ୍ଗୁଆକୁ ଥାନାରେ ଅଟକ ରଖିଛି ପୋଲିସ । ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ କହିଛି । 

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ଭାଉଜକୁ କଟୁରୀରେ ହାଣିଦେଲା ଦିଅର

କରଞ୍ଜିଆ ୨୧।୦୮ : ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ । ଭାଉଜକୁ କଟୁରୀରେ ହାଣି ହତ୍ୟା କରିଦେଲା ସଂପର୍କୀୟ ଦିଅର। ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ମେଣ୍ଢାମୁଣ୍ଡି ଗାଁରେ ଘଟିଛି ଏହି ଘଟଣା ।  

ମଙ୍ଗଳବାର ରାତି କୌଣସି କାରଣକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂପର୍କୀୟ ଦିଅର ସନୁ ପିଙ୍ଗୁଆ ସହ ଆଉ ତିନି ଜଣ ମିଶି ଭାଉଜ ମଙ୍ଗୁଳି ପୂର୍ତ୍ତିକୁ ଆକ୍ରମଣ କରିଥିଲେ । ସନୁ ପିଙ୍ଗୁଆର କଟୁରୀ ଚୋଟରେ ଘଟଣାସ୍ଥଳରେ ହିଁ ଭାଉଜ ମଙ୍ଗୁଳି ପୂର୍ତ୍ତିର ମୃତ୍ୟୁ ହୋଇଯାଇଛି ।  

ସେପଟେ ଘଟଣାସ୍ଥଳରେ ରରୁଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦିଅର ସନୁ ପିଙ୍ଗୁଆ ସହ ଆଉ ଜଣେ ଅଭିଯୁକ୍ତ ସାନ ପିଙ୍ଗୁଆକୁ ଥାନାରେ ଅଟକ ରଖିଛି ପୋଲିସ । ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ କହିଛି ।