କ୍ୟାନସର ଚିକିତ୍ସା ହେବ ସହଜ, ୧୫୦ ଗୁଣା ଅଧିକ ଶକ୍ତିଶାଳୀ ଟୀକା ତିଆରି କଲା ଚୀନ
ନୂଆଦିଲ୍ଲୀ: କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ବିଭିନ୍ନ ଦେଶ ଔଷଧ ତିଆରିରେ ଲାଗିଥିବା ବେଳେ ଏ ଚୀନକୁ ଦିଗରେ କିଛି ସଫଳତା ମିଳିଛି। ଇମ୍ୟୁନୋଥେରାପିରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟୀକା ବୁଷ୍ଟର ବିକଶିତ କରିଛି। ଏହି ଟେକ୍ନିକ ଟ୍ୟୁମର ଏବଂ ସଂକ୍ରମଣ ବିରୋଧରେ ଇମ୍ୟୁନୋ ରେସ୍ପନ୍ସକୁ ୧୫୦ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିପାରିବ। ଏହା କର୍କଟ ଚିକିତ୍ସାରେ ବହୁ ଉନ୍ନତି ଆଣିପାରିବ ଏବଂ କୋଭିଡ୍-୧୯ ଭଳି ଦ୍ରୁତ ପରିବର୍ତ୍ତନଶୀଳ ଭାଇରସ ବିରୁଦ୍ଧରେ ଟୀକାର ପ୍ରଭାବୀ ହୋଇପାରିବ ବୋଲି କୁହାଯାଇଛି। ଟୀକା ତିଆରି କରିବାକୁ ସନ୍ ୟାଟ-ସେନ୍ ବିଶ୍ୱବିଦ୍ୟାଳୟ, ଫୁଡାନ୍ ବିଶ୍ୱବିଦ୍ୟାଳୟ ଏବଂ ଲିଆଓନିଂ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଗବେଷଣା କରିଥିଲେ। ମାର୍ଚ୍ଚ ୨୭ ତାରିଖରେ ନେଚର ପତ୍ରିକାରେ ଏହାର ରିପୋର୍ଟ ପ୍ରକାଶ ପାଇଥିଲା। ନୂଆ ଭ୍ୟାକ୍ସିନ ବୁଷ୍ଟର କିଭଳି କାମ କରିବ ?ଏହି ସିଷ୍ଟମର କେନ୍ଦ୍ର ହେଉଛି ଏକ ଡେଲିଭରି ସିଷ୍ଟମ ଯାହାକୁ SABRE ଡେଲିଭରି ସିଷ୍ଟମ କୁହାଯାଉଛି। ଏହାର ଫୁଲ ଫର୍ମ ହେଲା 'STING Agonist-Based ER-Targeting Molecules'। ପ୍ରାଣୀ ଅଧ୍ୟୟନରେ, SABRE ଦ୍ୱାରା ଇମ୍ୟୁନୋ ରେସପନ୍ସରେ ଉତ୍ତମ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ଟ୍ୟୁମର ଥିବା ମୂଷା ଉପରେ ପରୀକ୍ଷଣରେ, ଏହି କୌଶଳ ମେଲାନ
ନୂଆଦିଲ୍ଲୀ: କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ବିଭିନ୍ନ ଦେଶ ଔଷଧ ତିଆରିରେ ଲାଗିଥିବା ବେଳେ ଏ ଚୀନକୁ ଦିଗରେ କିଛି ସଫଳତା ମିଳିଛି। ଇମ୍ୟୁନୋଥେରାପିରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟୀକା ବୁଷ୍ଟର ବିକଶିତ କରିଛି। ଏହି ଟେକ୍ନିକ ଟ୍ୟୁମର ଏବଂ ସଂକ୍ରମଣ ବିରୋଧରେ ଇମ୍ୟୁନୋ ରେସ୍ପନ୍ସକୁ ୧୫୦ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିପାରିବ। ଏହା କର୍କଟ ଚିକିତ୍ସାରେ ବହୁ ଉନ୍ନତି ଆଣିପାରିବ ଏବଂ କୋଭିଡ୍-୧୯ ଭଳି ଦ୍ରୁତ ପରିବର୍ତ୍ତନଶୀଳ ଭାଇରସ ବିରୁଦ୍ଧରେ ଟୀକାର ପ୍ରଭାବୀ ହୋଇପାରିବ ବୋଲି କୁହାଯାଇଛି।
ଟୀକା ତିଆରି କରିବାକୁ ସନ୍ ୟାଟ-ସେନ୍ ବିଶ୍ୱବିଦ୍ୟାଳୟ, ଫୁଡାନ୍ ବିଶ୍ୱବିଦ୍ୟାଳୟ ଏବଂ ଲିଆଓନିଂ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଗବେଷଣା କରିଥିଲେ। ମାର୍ଚ୍ଚ ୨୭ ତାରିଖରେ ନେଚର ପତ୍ରିକାରେ ଏହାର ରିପୋର୍ଟ ପ୍ରକାଶ ପାଇଥିଲା।

ନୂଆ ଭ୍ୟାକ୍ସିନ ବୁଷ୍ଟର କିଭଳି କାମ କରିବ ?
ଏହି ସିଷ୍ଟମର କେନ୍ଦ୍ର ହେଉଛି ଏକ ଡେଲିଭରି ସିଷ୍ଟମ ଯାହାକୁ SABRE ଡେଲିଭରି ସିଷ୍ଟମ କୁହାଯାଉଛି। ଏହାର ଫୁଲ ଫର୍ମ ହେଲା 'STING Agonist-Based ER-Targeting Molecules'। ପ୍ରାଣୀ ଅଧ୍ୟୟନରେ, SABRE ଦ୍ୱାରା ଇମ୍ୟୁନୋ ରେସପନ୍ସରେ ଉତ୍ତମ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ଟ୍ୟୁମର ଥିବା ମୂଷା ଉପରେ ପରୀକ୍ଷଣରେ, ଏହି କୌଶଳ ମେଲାନୋମା କ୍ଷେତ୍ରରେ ରୋଗର ଅଗ୍ରଗତିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଥିଲା। ଫଳରେ ଏଥିରେ ମୂଷାଙ୍କ ଠାରେ ଟ୍ୟୁମର ବୃଦ୍ଧି କମ ହୋଇଥିଲା।
ତେବେ ପରୀକ୍ଷଣ କରାଯାଉଥିବା ମୂଷାମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଚିକିତ୍ସା ହୋଇନଥିଲା ସେମାନେ ପାଞ୍ଚ ସପ୍ତାହ ମଧ୍ୟରେ ମରିଯାଇଥିଲେ। ହେଲେ SABRE-ଚିକିତ୍ସା ପ୍ରଣାଳୀରେ ଚିକିତ୍ସିତ ହେଉଥିବା ମୂଷାଙ୍କର ଜୀବନ ବଞ୍ଚି ଯାଇଥିଲା। ଏହି ଚିକିତ୍ସା କୌଶଳ ସଂକ୍ରାମକ ରୋଗ ପାଇଁ ମଧ୍ୟ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇଥିଲା। ଏହାପରେ ଗବେଷମାନେ SABREକୁ ନେଇ କ୍ୟାନସର ଚିକିତ୍ସା ଉପରେ ଅଧିକ ଗବେଷଣା କରିବାକୁ ଚେଷ୍ଟା ଜାରି ରଖିଛନ୍ତି।