ରକ୍ତ ଦାନ, ମହତ୍ କାମ: ମେଗା ରକ୍ତଦାନ ଶିବିର ଉଦଘାଟିତ
ଦାରିଙ୍ଗବାଡି, ୨୫।୬ (ଅରୁଣ ସାହୁ):ରକ୍ତ ଦାନ, ମହତ୍ କାମ। ଜଣେ ରକ୍ତଦାନ କଲେ କେବଳ ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ହେବନି, ଅନ୍ୟ ଜଣେ ସେହି ରକ୍ତ ପାଇ ଜୀବନ ବଞ୍ଚାଇପାରିବ। କନ୍ଧମାଳ ଜିଲା ଦାରିଙ୍ଗବାଡି ଏସବିଆଇର ପକ୍ଷରୁ ବୁଧବାର ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ମେଗା ରକ୍ତଦାନ ଶିବିର ଉଦ୍ଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ, ଏସବିଆଇର ଫୁଲବାଣୀ ଆଞ୍ଚଳିକ କାର୍ଯ୍ୟାଳୟର ପରିଚାଳକ ପ୍ରକାଶଗ୍ରହ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। […] The post ରକ୍ତ ଦାନ, ମହତ୍ କାମ: ମେଗା ରକ୍ତଦାନ ଶିବିର ଉଦଘାଟିତ appeared first on Dharitri Odia News.
ଦାରିଙ୍ଗବାଡି, ୨୫।୬ (ଅରୁଣ ସାହୁ):ରକ୍ତ ଦାନ, ମହତ୍ କାମ। ଜଣେ ରକ୍ତଦାନ କଲେ କେବଳ ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ହେବନି, ଅନ୍ୟ ଜଣେ ସେହି ରକ୍ତ ପାଇ ଜୀବନ ବଞ୍ଚାଇପାରିବ। କନ୍ଧମାଳ ଜିଲା ଦାରିଙ୍ଗବାଡି ଏସବିଆଇର ପକ୍ଷରୁ ବୁଧବାର ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ମେଗା ରକ୍ତଦାନ ଶିବିର ଉଦ୍ଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ, ଏସବିଆଇର ଫୁଲବାଣୀ ଆଞ୍ଚଳିକ କାର୍ଯ୍ୟାଳୟର ପରିଚାଳକ ପ୍ରକାଶଗ୍ରହ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରକାଶ ଯେ, ଦାରିଙ୍ଗବାଡି ଏସବିଆଇ ଶାଖା ପକ୍ଷରୁ ପ୍ରଥମଥର ପାଇଁ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଓ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରିବାକୁ ଏହି ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଅଞ୍ଚଳର ଏସବିଆଇ ଉପଭୋକ୍ତାଙ୍କ ସମେତ ବ୍ୟବସାୟୀ, ଅନେକ ଯୁବପିଢ଼ି ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଯେଉଁମାନେ ଏହି ଶିବିରରେ ରକ୍ତଦାନ କରୁଛନ୍ତି ସେମାନଙ୍କୁ ଏସବିଆଇ ଶାଖା ପକ୍ଷରୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଖବର ଲେଖାହେବା ସୁଦ୍ଧା ୫ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା କୁହାଯାଇଛି। ଆହୁରି ପଞ୍ଜିକୃତ କରାଯାଉଥିବା ଶାଖା ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମକୁ ଏସବିଆଇ ଶାଖା ପରିଚାଳକ ବ୍ରଜକିଶୋର ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ତାଙ୍କୁ ସହଯୋଗ କରିଛନ୍ତି ଏଚଆର ପ୍ରଦୀପ କୁମାର ବେହେରା, ଅବିନାଶ ସାହୁ ଏବଂ ସବୁଜ ବୈଦ୍ୟ ସଂଗଠନ (କନ୍ଧମାଳ)ର କର୍ମକର୍ତ୍ତା ବୋଲି କୁହାଯାଇଛି।
The post ରକ୍ତ ଦାନ, ମହତ୍ କାମ: ମେଗା ରକ୍ତଦାନ ଶିବିର ଉଦଘାଟିତ appeared first on Dharitri Odia News.