ଅବସର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ହାଟଡିହି, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଳିଙ୍ଗା କପିଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ରବିବାର ଏକ ଅବସର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି l ଉତ୍ସବରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବାସନ୍ତୀ କୁମାରୀ ସାହୁ, କାର୍ଯ୍ୟାଳୟ ସହାୟକ ଗିରିଧାରୀ ଦାସ ଏବଂ ଅଚ୍ୟୁତାନନ୍ଦ ଦାସଙ୍କୁ ଉପଢୌକନ, ପୁଷ୍ପ ଗୁଚ୍ଛ ଦେଇ ଅବସର ସମ୍ବର୍ଦ୍ଧନା ଦିଆଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବେ ହାଟଡିହୀ ବିଇଓ ଓମକାର […] The post ଅବସର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ। appeared first on Odisha.News.

ଅବସର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ହାଟଡିହି, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଳିଙ୍ଗା କପିଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ରବିବାର ଏକ ଅବସର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି l ଉତ୍ସବରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବାସନ୍ତୀ କୁମାରୀ ସାହୁ, କାର୍ଯ୍ୟାଳୟ ସହାୟକ ଗିରିଧାରୀ ଦାସ ଏବଂ ଅଚ୍ୟୁତାନନ୍ଦ ଦାସଙ୍କୁ ଉପଢୌକନ, ପୁଷ୍ପ ଗୁଚ୍ଛ ଦେଇ ଅବସର ସମ୍ବର୍ଦ୍ଧନା ଦିଆଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବେ ହାଟଡିହୀ ବିଇଓ ଓମକାର ଅନ୍ୱେଷ, ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ଶୈକ୍ଷିକ ଶିକ୍ଷକ ମହାସଂଘ ସମ୍ପାଦକ କମଳ ଲୋଚନ ବିଶ୍ୱାଳ ଉପସ୍ଥିତ ଥିଲେ l ସମ୍ମାନିତ ଅତିଥି ଭାବେ ହାଟଡିହୀ ଓଷ୍ଟା ସମ୍ପାଦକ ଶିଶିର କୁମାର ବିଶ୍ୱାଳ,କେନ୍ଦୁଝର ଓଷ୍ଟା ଉପସଭାପତି ରଞ୍ଜନ କୁମାର ଘଡେଇ,ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜ୍ଞାନେନ୍ଦ୍ର କୁମାର ଦେଓ,ଅତିରିକ୍ତ ବିଇଓ ପ୍ରମୋଦ କୁମାର ନାୟକ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ରତ୍ନାକର ପଣ୍ଡା, ବିଜୟ କୁମାର ଜେନା,ପ୍ରାକ୍ତନ ଅତିରିକ୍ତ ବିଇଓ ବିନୋଦ କୁମାର ରାଉତ, ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ନବ କୁମାର ଲେଙ୍କା, ଭଗବାନ ମିଶ୍ର,ରଞ୍ଜନ ଘଡେଇ,ଅଭୟ କୁମାର ଜେନା, ଶାନ୍ତନୁ ମିଶ୍ର,ବିଦ୍ୟାଳୟ କମିଟି ସଭାପତି ବିଶ୍ୱମ୍ବର ମହାପାତ୍ର, ସ୍ଥାନୀୟ ସରପଞ୍ଚ ହେମଲତା ଜେନା ପ୍ରମୁଖ ଯୋଗ ଦେଇଥିଲେ l ଅତିଥି ମାନେ ଅବସର ନେଉଥିବା ଶିକ୍ଷୟିତ୍ରୀ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କ ଚାକିରୀ ଜୀବନ କାର୍ଯ୍ୟକାଳ ମଧ୍ୟରେ ସେମାନଙ୍କର କର୍ତ୍ତବ୍ୟନିଷ୍ଠ ଦିଗରେ ଆଲୋକପାତ କରିବା ସହ ପ୍ରଶଂସା ମଧ୍ୟ କରିଥିଲେ l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ କର୍ମଚାରୀ, କମିଟି ସଦସ୍ୟା/ସଦସ୍ୟ,ଗ୍ରାମବାସୀ,ପଞ୍ଚଶଖା ଶିକ୍ଷା ସେତୁ ସଦସ୍ୟ, ଅଭିଭାବକ ମଣ୍ଡଳୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l

The post ଅବସର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ। appeared first on Odisha.News.