ପାରିବାରିକ କଳହର କରୁଣ ପରିଣତି:ସାନଭାଇଙ୍କ ଛୁରାମାଡରେ ବଡ଼ଭାଇ ମୃତ
ଭବାନୀପାଟଣା,୧୭।୩ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଏମ.ରାମପୁର ବ୍ଳକ ଅନ୍ତର୍ଗତ ଦେଢଶୁଲି ପଞ୍ଚାୟତର ଗସକା ପଡାଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ବିମ୍ବାଧର ମାଝୀ (୨୫)ର ଛୁରା ମାଡରେ ବଡ଼ଭାଇ ଦାସ ମାଝୀ(୨୮)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏକ ଘରୋଇ କଳହକୁ ନେଇ ସାନ ଭାଇ ବିମ୍ବାଧରଙ୍କ ସହ ଦାସ ବଡ଼ ଭାଇ ଦାସର ଗଣ୍ଡଗୋଳ ହୋଇଥିଲା। ପରେ ବିମ୍ବାଧର ଏକ ଧାରୁଆ ଛୁରିରେ ଦାସଙ୍କୁ ଆକ୍ରମଣ କରିବାରୁ ଦାସ ମାଝୀଙ୍କ ମୃତ୍ୟୁ ଘଟିଥିଲା। […] The post ପାରିବାରିକ କଳହର କରୁଣ ପରିଣତି:ସାନଭାଇଙ୍କ ଛୁରାମାଡରେ ବଡ଼ଭାଇ ମୃତ appeared first on Dharitri Odia News.
ଭବାନୀପାଟଣା,୧୭।୩ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଏମ.ରାମପୁର ବ୍ଳକ ଅନ୍ତର୍ଗତ ଦେଢଶୁଲି ପଞ୍ଚାୟତର ଗସକା ପଡାଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ବିମ୍ବାଧର ମାଝୀ (୨୫)ର ଛୁରା ମାଡରେ ବଡ଼ଭାଇ ଦାସ ମାଝୀ(୨୮)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏକ ଘରୋଇ କଳହକୁ ନେଇ ସାନ ଭାଇ ବିମ୍ବାଧରଙ୍କ ସହ ଦାସ ବଡ଼ ଭାଇ ଦାସର ଗଣ୍ଡଗୋଳ ହୋଇଥିଲା। ପରେ ବିମ୍ବାଧର ଏକ ଧାରୁଆ ଛୁରିରେ ଦାସଙ୍କୁ ଆକ୍ରମଣ କରିବାରୁ ଦାସ ମାଝୀଙ୍କ ମୃତ୍ୟୁ ଘଟିଥିଲା। ଏମ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଏମ.ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଅଭିଯୁକ୍ତ ସାନଭାଇ ବିମ୍ବାଧରଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।
The post ପାରିବାରିକ କଳହର କରୁଣ ପରିଣତି:ସାନଭାଇଙ୍କ ଛୁରାମାଡରେ ବଡ଼ଭାଇ ମୃତ appeared first on Dharitri Odia News.