ସବୁଠୁ ଦୟନୀୟ ସ୍ଥିତିରେ ଟଙ୍କା: ୧ ଡଲାର = ୮୪.୪୧ ଟଙ୍କା

ମୁମ୍ବାଇ,୧୩ା୧୧:ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଲାଗିଥିବାବେଳେ ଭାରତୀୟ ଟଙ୍କା ଚାପଗ୍ରସ୍ତ ହୋଇ ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି। ଲଗାତର ୫ ଦିନ ଧରି ଟଙ୍କାର ଅବମୂଲ୍ୟାୟନ ଘଟିଥିବାବେଳେ ମଙ୍ଗଳବାର ଏହା ସର୍ବକାଳୀନ ରେକର୍ଡ ଭାଙ୍ଗି ନିମ୍ନସ୍ତରରେ ପହଞ୍ଚତ୍ଛି। କାରବାର ଶେଷରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୪.୪୧୨୫ ରହିଥିଲା। ଅନ୍ୟପକ୍ଷେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ […] The post ସବୁଠୁ ଦୟନୀୟ ସ୍ଥିତିରେ ଟଙ୍କା: ୧ ଡଲାର = ୮୪.୪୧ ଟଙ୍କା appeared first on Dharitri Odia News.

ସବୁଠୁ ଦୟନୀୟ ସ୍ଥିତିରେ ଟଙ୍କା: ୧ ଡଲାର = ୮୪.୪୧ ଟଙ୍କା

ମୁମ୍ବାଇ,୧୩ା୧୧:ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଲାଗିଥିବାବେଳେ ଭାରତୀୟ ଟଙ୍କା ଚାପଗ୍ରସ୍ତ ହୋଇ ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି। ଲଗାତର ୫ ଦିନ ଧରି ଟଙ୍କାର ଅବମୂଲ୍ୟାୟନ ଘଟିଥିବାବେଳେ ମଙ୍ଗଳବାର ଏହା ସର୍ବକାଳୀନ ରେକର୍ଡ ଭାଙ୍ଗି ନିମ୍ନସ୍ତରରେ ପହଞ୍ଚତ୍ଛି। କାରବାର ଶେଷରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୪.୪୧୨୫ ରହିଥିଲା। ଅନ୍ୟପକ୍ଷେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଡଲାର ମଜଭୁତ ହେବାରେ ଲାଗିଛି। କେବଳ ନଭେମ୍ବରରେ ଡଲାର ଇଣ୍ଡେକ୍ସ ୧.୮% ଉପରକୁ ଉଠିଛି। ମଙ୍ଗଳବାର ଡଲାର ଇଣ୍ଡେକ୍ସ ୦.୩% ଉପରମୁହଁା ହୋଇ ୧୦୫.୮୭ ପଏଣ୍ଟ ଛୁଇଁଛି, ଯାହାକି ଗତ ଜୁଲାଇ ପରଠୁ ସର୍ବୋଚ୍ଚ ସ୍ତର। ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ଭାରତୀୟ ପୁଞ୍ଜି ବଜାରରୁୂ ମୁହଁ ଫେରାଇନେବା ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଭାରତୀୟ ଷ୍ଟକ୍ସରୁ ଏଫ୍‌ଆଇଆଇ ଅକ୍ଟୋବରରେ ୧୧ ବିଲିୟନ୍‌ ଡଲାର ପ୍ରତ୍ୟାହାର କରିଥିବାବେଳେ ଚଳିତ ମାସରେ ୩ ବିଲିୟନ୍‌ ଡଲାର ଉଠାଇ ସାରିଲେଣି।

The post ସବୁଠୁ ଦୟନୀୟ ସ୍ଥିତିରେ ଟଙ୍କା: ୧ ଡଲାର = ୮୪.୪୧ ଟଙ୍କା appeared first on Dharitri Odia News.