ଯୁଦ୍ଧ ମଧ୍ୟରେ ରତନ ଟାଟାଙ୍କୁ କାହିଁକି ମନେ ପକାଇଲେ ନେତାନ୍ୟାହୁ? ମୋଦିଙ୍କ ପାଇଁ ବି ଲେଖିଲେ ପୋଷ୍ଟ

ଇସ୍ରାଏଲ,୧୩।୧୦: ଭାରତର ଭେଟେରାନ ଶିଳ୍ପପତି ରତନ ଟାଟା ୯ ଅକ୍ଟୋବର ୨୦୨୪ରେ ୮୬ବର୍ଷ ବୟସରେ ଇହଲିଲା ସମ୍ବରଣ କରିଛନ୍ତି। ଭାରତ ସମେତ ବିଶ୍ୱର ଭେଟେରାନ ନେତାମାନେ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ମଧ୍ୟ ପୂର୍ବରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରତନ ଟାଟାଙ୍କ ଦେହାନ୍ତରେ ସମବେଦନା ଜଣାଇବା ସହ ତାଙ୍କୁ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ସମର୍ଥକ ବୋଲି ବର୍ଣ୍ଣନା କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ୍ସରେ ପ୍ରଧାନମନ୍ତ୍ରୀ […] The post ଯୁଦ୍ଧ ମଧ୍ୟରେ ରତନ ଟାଟାଙ୍କୁ କାହିଁକି ମନେ ପକାଇଲେ ନେତାନ୍ୟାହୁ? ମୋଦିଙ୍କ ପାଇଁ ବି ଲେଖିଲେ ପୋଷ୍ଟ appeared first on Dharitri Odia News.

ଯୁଦ୍ଧ ମଧ୍ୟରେ ରତନ ଟାଟାଙ୍କୁ କାହିଁକି ମନେ ପକାଇଲେ ନେତାନ୍ୟାହୁ? ମୋଦିଙ୍କ ପାଇଁ ବି ଲେଖିଲେ ପୋଷ୍ଟ

ଇସ୍ରାଏଲ,୧୩।୧୦: ଭାରତର ଭେଟେରାନ ଶିଳ୍ପପତି ରତନ ଟାଟା ୯ ଅକ୍ଟୋବର ୨୦୨୪ରେ ୮୬ବର୍ଷ ବୟସରେ ଇହଲିଲା ସମ୍ବରଣ କରିଛନ୍ତି। ଭାରତ ସମେତ ବିଶ୍ୱର ଭେଟେରାନ ନେତାମାନେ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ମଧ୍ୟ ପୂର୍ବରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରତନ ଟାଟାଙ୍କ ଦେହାନ୍ତରେ ସମବେଦନା ଜଣାଇବା ସହ ତାଙ୍କୁ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ସମର୍ଥକ ବୋଲି ବର୍ଣ୍ଣନା କରିଛନ୍ତି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋଧିତ କରିଥିବା ଏକ ପୋଷ୍ଟରେ ଇସ୍ରାଏଲ-ଭାରତ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ରତନ ଟାଟାଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି। ସେ ଶନିବାର ଏକ ପୋଷ୍ଟରେ ଲେଖିଛନ୍ତି, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ମହାନ ପୁତ୍ର ତଥା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ଓକିଲାତି କରୁଥିବା ରତନ ଟାଟାଙ୍କ ଦେହାନ୍ତରେ ମୁଁ ଏବଂ ଇସ୍ରାଏଲର ଅଗଣିତ ଲୋକ ଶୋକ ପ୍ରକାଶ କରିଛନ୍ତି। ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରତନ ଟାଟାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ କହିଛନ୍ତି।

The post ଯୁଦ୍ଧ ମଧ୍ୟରେ ରତନ ଟାଟାଙ୍କୁ କାହିଁକି ମନେ ପକାଇଲେ ନେତାନ୍ୟାହୁ? ମୋଦିଙ୍କ ପାଇଁ ବି ଲେଖିଲେ ପୋଷ୍ଟ appeared first on Dharitri Odia News.