ପାରିବାରିକ କଳହରୁ ବୋମା ମାଡ଼, ଦୁଇ ଆହତ

ଆଠଗଡ଼: ପାରିବାରିକ କଳହରୁ ବୋମା ମାଡ଼। ଏଥିରେ ଜଣେ ଆହତ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ବଜାରରେ। ସୂଚନା ଅନୁଯାୟୀ, ରବିବାର ଶିଳାପାଟ ଗାଁର କୃପାସିନ୍ଧୁ ଟୋକରି ଏବଂ ଚନ୍ଦନ ଦେହୁରୀଙ୍କ ପରିବାର ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହାକୁ କେନ୍ଦ୍ର କରି ସୋମବାର ଚନ୍ଦନ ଦେହୁରୀ ଏବଂ ଦୁଇ ଜଣ ଯୁବକ କୃପାସିନ୍ଧୁ ଟୋକରିଙ୍କ ବିଲରେ କାମ କରୁଥିବା ସମୟରେ ଆକ୍ରମଣ କରିଥିଲେ। ଆଉ ସେଠାରୁ ଆସି ପୁଣି କୃପାସିନ୍ଧୁଙ୍କ ପୁଅ କାମ କରୁଥିବା ତାରିଣୀ ହୋଟେଲ ଉପରକୁ ବୋମା ମାଡ଼ କରିଥିଲେ। ଏଥିରେ କୃପାସିନ୍ଧୁଙ୍କ ପୁଅ ସଂଗ୍ରାମ ଟୋକରି ଆହତ ହୋଇଥିଲେ। ତେବେ ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି କୃପାସିନ୍ଧୁ ଏବଂ ତାଙ୍କ ପୁଅ ସଂଗ୍ରାମଙ୍କୁ ଉଦ୍ଧାର କରି ଆଠଗଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ସଂଗ୍ରାମଙ୍କ ସ୍ତ୍ରୀ ସମିତା ଟୋକରିଙ୍କ ଏତେଲା ଆଧାରରେ ତଦନ୍ତ ଜାରି ରଖିଛି ଆଠଗଡ଼ ପୋଲିସ୍। 

ପାରିବାରିକ କଳହରୁ ବୋମା ମାଡ଼, ଦୁଇ ଆହତ

ଆଠଗଡ଼: ପାରିବାରିକ କଳହରୁ ବୋମା ମାଡ଼। ଏଥିରେ ଜଣେ ଆହତ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ବଜାରରେ। 

ସୂଚନା ଅନୁଯାୟୀ, ରବିବାର ଶିଳାପାଟ ଗାଁର କୃପାସିନ୍ଧୁ ଟୋକରି ଏବଂ ଚନ୍ଦନ ଦେହୁରୀଙ୍କ ପରିବାର ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହାକୁ କେନ୍ଦ୍ର କରି ସୋମବାର ଚନ୍ଦନ ଦେହୁରୀ ଏବଂ ଦୁଇ ଜଣ ଯୁବକ କୃପାସିନ୍ଧୁ ଟୋକରିଙ୍କ ବିଲରେ କାମ କରୁଥିବା ସମୟରେ ଆକ୍ରମଣ କରିଥିଲେ। ଆଉ ସେଠାରୁ ଆସି ପୁଣି କୃପାସିନ୍ଧୁଙ୍କ ପୁଅ କାମ କରୁଥିବା ତାରିଣୀ ହୋଟେଲ ଉପରକୁ ବୋମା ମାଡ଼ କରିଥିଲେ। ଏଥିରେ କୃପାସିନ୍ଧୁଙ୍କ ପୁଅ ସଂଗ୍ରାମ ଟୋକରି ଆହତ ହୋଇଥିଲେ। 

ତେବେ ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି କୃପାସିନ୍ଧୁ ଏବଂ ତାଙ୍କ ପୁଅ ସଂଗ୍ରାମଙ୍କୁ ଉଦ୍ଧାର କରି ଆଠଗଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ସଂଗ୍ରାମଙ୍କ ସ୍ତ୍ରୀ ସମିତା ଟୋକରିଙ୍କ ଏତେଲା ଆଧାରରେ ତଦନ୍ତ ଜାରି ରଖିଛି ଆଠଗଡ଼ ପୋଲିସ୍।